ପର୍ଥ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ବକପରେ କିଛି ମ୍ୟାଚ ବର୍ଷା କାରଣରୁ ବାଧାପ୍ରାପ୍ତ ହୋଇଛି । ମାତ୍ର ପର୍ଥରେ ଏମିତି ହେବାର ସମ୍ଭାବନା କମ ରହିଛି । ପର୍ଥ ଷ୍ଟାଡିୟମରେ ଆସନ୍ତାକାଲି(ଅକ୍ଟୋବର ୩୦) ଭାରତ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ । ଏହି ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ମୁକାବିଲା ହେବ । ଏଠରେ ଖେଳାଯାଇଥିବା ଟି୨୦ ମୁକାବିଲାର ଫଳାଫଳକୁ ନଜର ପକାଇବା, ଏଠାରେ ମୋଟ ୫ଟି ମୁକାବିଲା ହୋଇଛି । ଯେଉଁଥିରେ ପ୍ରଥମେ ବ୍ୟାଟିଂ କରିଥିବା ଟିମ ଦୁଇ ଥର ବିଜୟ ଲାଭ କରିଥିବାବେଳେ ପ୍ରଥମେ ବୋଲିଂ କରିଥିବା ଦଳ ୩ ଥର ବିଜୟୀ ହେବାରେ ସଫଳ ହୋଇଛନ୍ତି ।
ଏହି ମଇଦାନରେ ସର୍ବାଧିକ ୩ଟି ମ୍ୟାଚ୍ ଖେଳିଛି ଅଷ୍ଟ୍ରେଲିଆ । ମ୍ୟାଚରେ ଫଳାଫଳ ଦେଖିଲେ ଦୁଇଟି ମ୍ୟାଚ୍ ଜିତି ଥିବାବେଳେ ଗୋଟିଏ ମ୍ୟାଚରେ ପରାଜୟ ବରଣ କରିଛି । ସେହିପରି ଇଲିଂସ ଟିମ ମଧ୍ୟ ଏହି ମଇଦାନରେ ଦୁଇଟି ମ୍ୟାଚ୍ ଖେଳି ଦୁଇଟିରେ ବାଜିମାତ କରିଛି । ସେହିପରି ଦୁର୍ବଳ ଜିମ୍ବାୱେ ମଧ୍ୟ ପର୍ଥରେ ଗୋଟିଏ ମ୍ୟାଚ ଖେଳି ବିଜୟ ସ୍ବାଦ ଚାଖିଛି । ସେପଟେ ପାକିସ୍ତାନର କିନ୍ତୁ ପର୍ଥରେ ରେକର୍ଡ ଖରାପ ରହିଛି । ପାକିସ୍ତାନ ଦୁଇଟି ମ୍ୟାଚ ଖେଳିଥିବାବେଳେ ଦୁଇଟି ମ୍ୟାଚରେ ପରାଜୟବରଣ କରିଛି ।
ପର୍ଥର ଅନ୍ୟ ରେକର୍ଡ
ଏହି ଷ୍ଟାଡିୟରେ ୬୦ ହଜାର ଦର୍ଶକ ଦେଖିପାରିବାର କ୍ଷମତା ରହିଛି । ଟି୨୦ ମ୍ୟାଚରେ ପ୍ରଥମ ଇନିଂସର ଆଭରେଜ ରହିଛି ୧୪୨ ରନ । ସେହିପରି ଦ୍ବିତୀୟ ଇନିଂସର ଆଭରେଜ ରହିଛି ୧୪୧ ରନ । ସେହିପରି ପର୍ଥ ଷ୍ଟାଡିୟମରେ ପ୍ରଥମ ବ୍ୟାଟିଂ କରିଥିବା ଦଳ ଏପର୍ଯ୍ୟନ୍ତ ୨୦୮ ସର୍ବାଧିକ ସ୍କୋର କରିପାରିଛନ୍ତି । ସେହିପରି ୧୧୨ ସର୍ବନିମ୍ନ ସ୍କୋର ରହିଛି । ଏହି ସର୍ବାଧିକ ସ୍କୋରର ରେକର୍ଡ ଇଂଲଣ୍ଡ ନାମରେ ରହିଛି । ସେହିପରି ସର୍ବାଧିକ ରନ ଚେଜ ୧୫୮ ରହିଥିବାବେଳେ ସବୁଠୁ କମ୍ ରନ୍ ଡିଫେଣ୍ଡ ୧୩୦ ରହିଛି ।
ଏହି ଷ୍ଟାଡିୟମରେ ସଫଳତାର ସହିତ ୧୫୮ ରନର ପିଛା କରି ଗୋଟିଏ ଦଳ ମ୍ୟାଚ ଜିତିବାର ସମ୍ଭାବନା ରହିଛି । ସେହିପରି ସବୁଠୁ ୧୩୦ ସର୍ବନିମ୍ନ ସ୍କୋର କରି ମ୍ୟାଚ ହାତେଇଥିବା ଟିମ ହେଉଛି ଜିମ୍ବାୱେ । ଜିମ୍ବାୱେ ସବୁଠୁ ୧୩୦ ରନର ସର୍ବନିମ୍ନ ସ୍କୋର କରି ପାକିସ୍ତାନ ବିପକ୍ଷରେ ୧ ରନରେ ମ୍ୟାଚ ଜିତିବାରେ ସଫଳ ହୋଇଛି ।