ETV Bharat / sports

IPL 2022: କର ବା ମର ମ୍ୟାଚରେ ପଞ୍ଜାବ-ଦିଲ୍ଲୀ ଟକ୍କର, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲେ ମୟଙ୍କ

ଆଇପିଏଲର ୬୪ତମ ମ୍ୟାଚ୍‌ ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଛି । ଅଧିକ ପଢନ୍ତୁ

author img

By

Published : May 16, 2022, 7:25 PM IST

Updated : May 16, 2022, 7:33 PM IST

IPL 2022: ଟସ୍‌ ଜିତିଲା ପଞ୍ଜାବ, ପ୍ରଥମେ କରିବ ବୋଲିଂ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL 2022)ର ୬୪ ତମ ଲିଗ ମ୍ୟାଚ୍‌ ପଞ୍ଜାବ କିଙ୍ଗସ(PBKS) ଓ ଦିଲ୍ଲୀ କ୍ୟାପିଟାଲ୍ସ(DC) ମଧ୍ୟରେ ଖେଳାଯାଇଛି । ପଞ୍ଜାବ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଗୁଜୁରାଟ, ରାଜସ୍ଥାନ ଓ ଲକ୍ଷ୍ନୌ ପ୍ଲେ-ଅଫ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଥିବାବେଳେ ଚତୁର୍ଥ ସ୍ଥାନକୁ ନେଇ ଏବେ ବି ସସପେନ୍ସ ଲାଗି ରହିଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 14 ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ଫଳରେ ଆଜି ପଞ୍ଜାବ ଓ ଦିଲ୍ଲୀ ପାଇଁ ରହିଛି କର ବା ମର ମ୍ୟାଚ୍‌ ।

ଉଭୟ ଦଳ ସମାନ 12 ପଏଣ୍ଟ ପାଇଛନ୍ତି । ଉନ୍ନତ ରନ ରେଟ ଆଧାରରେ କ୍ୟାପିଟାଲ୍ସ ପଞ୍ଚମ ଓ ପଞ୍ଜାବ ସପ୍ତମ ସ୍ଥାନରେ ରହିଛନ୍ତି । ଏହି ମ୍ୟାଚ ବିଜୟୀ ଦଳ ପଏଣ୍ଟ ତାଲିକାର ଶ୍ରେଷ୍ଠ 4କୁ ଉଠିବ । ପରାଜିତ ଦଳର ପ୍ଲେ- ଅଫ ଆଶା ଆଶଙ୍କାରେ ରହିବ । ତେଣୁ ଆଜିର ମ୍ୟାଚକୁ ଜିତିବାକୁ ଦୁଇ ଦଳ କୌଣସି କମି ରଖିବେ ନାହିଁ । ମ୍ୟାଚ ଜିତିବାକୁ ସବୁ କୌଶଳର ବିନିଯୋଗ କରିବେ । କ୍ୟାପିଟାଲ୍ସ ଓ କିଙ୍ଗ୍ସ ଦଳ ନିଜ ନିଜ ପୂର୍ବ ମ୍ୟାଚ ଜିତିଛନ୍ତି । ଦୁଇ ଦଳର ମନୋବଳ ଦୃଢ ରହିଛି । ଉଭୟ ଦଳ ଏହି ମ୍ୟାଚକୁ ମଧ୍ୟ ଜିତିବାକୁ ଉଦ୍ୟମ କରିବାକୁ ଥିବାରୁ ମ୍ୟାଚ ରୋମାଞ୍ଚପୂର୍ଣ୍ଣ ରହିପାରେ ବୋଲି ଆଶା କରାଯାଉଛି ।

ଚୂଡ଼ାନ୍ତ ଏକାଦଶ:-

PBKS: ମୟଙ୍କ ଅଗ୍ରୱାଲ(C), ଶିଖର ଧୱନ, ଲିଆମ ଲିଭିଙ୍ଗଷ୍ଟୋନ, ଜେ ବେୟାରଷ୍ଟୋ, ଭାନୁକା ରାଜପକାସା, ଜିତେଶ ଶର୍ମା(WK), ହରପ୍ରିତ ବରାର, ଋଷି ଧୱନ, କଗିସୋ ରବାଡା, ଅର୍ଶଦିପ ସିଂ, ରାହୁଲ ଚହର

DC: ସରଫରାଜ ଖାନ, ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଋଷଭ ପନ୍ତ(C), ଲଲିତ ଯାଦବ, ରୋଭମାନ ପୱେଲ, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଅନରିଚ ନର୍ଜେ, ଖଲିଲ ଅହମ୍ମଦ

Last Updated : May 16, 2022, 7:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.