ETV Bharat / sports

ହସ୍ପିଟାଲରେ ପନ୍ତଙ୍କୁ ଭେଟିଲେ ଧାମି, ଗଣତନ୍ତ୍ର ଦିବସରେ ସମ୍ମାନିତ ହେବେ ଉଦ୍ଧାରକାରୀ - ପନ୍ତଙ୍କୁ ଭେଟିଲେ ପୁଷ୍କର ସିଂହ ଧାମି

ଉତ୍ତରଖଣ୍ଡର ମ୍ୟାକ୍ସ ହସ୍ପିଟାଲରେ ପନ୍ତଙ୍କୁ ଭେଟିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କ୍ରିକେଟର ଋଷଭ ପନ୍ତ

author img

By

Published : Jan 2, 2023, 9:24 AM IST

ଡେରାଡୁନ: ଡାକ୍ତରଖାନାରେ ପନ୍ତଙ୍କୁ ଭେଟିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ପୁଷ୍କର ସିଂହ ଧାମି କ୍ରିକେଟର ଋଷଭ ପନ୍ତଙ୍କୁ ମ୍ୟାକ୍ସ ହସ୍ପିଟାଲରେ ଆସି ଦେଖାକରିଛନ୍ତି । ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି ଗତ ଦୁଇ ଦିନ ଭିତରେ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ଏବଂ BCCI ପନ୍ତଙ୍କ ସହିତ ଜଡିତ ରହିଛନ୍ତି । ଏବେ ଋଷଭ ପନ୍ତ ମ୍ୟାକ୍ସ ହସ୍ପିଟାଲରେ ହିଁ ଚିକିତ୍ସିତ ହେବେ । ତାଙ୍କ ଆଘାତର ଯନ୍ତ୍ରଣା ଯେବେ କମିବା ପରେ ଲିଗାମେଣ୍ଟ ଚିକିତ୍ସା ବାବଦରେ ଡାକ୍ତରୀଦଳ ପରବର୍ତ୍ତୀ ପଦକ୍ଷେପ ନେବ ।

ପୁଷ୍କର ସିଂହ ଧାମି ଆହୁରି ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି " ଗତ ଦୁଇ ଦିନ ମଧ୍ୟରେ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାର ସୁଧାର ଆସିଛି । ଡାକ୍ତରୀ ଦଳ ଓ BCCIର ଅଧିକାରୀ ପନ୍ତ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ମୁଁ ପନ୍ତଙ୍କ ପରିବାର ଲୋକଙ୍କ ସହିତ କଥା ହୋଇଛି । ସେମାନେ ପନ୍ତଙ୍କ ଚିକିତ୍ସାକୁ ନେଇ ସନ୍ତୁଷ୍ଟ ଅଛନ୍ତି । ମୁଁ ପନ୍ତଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।" ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଘୋଷଣା କରିଛନ୍ତି ଯେ ସାଧାରଣତନ୍ତ୍ର ଦିବସରେ ପନ୍ତଙ୍କୁ ପ୍ରଥମେ ଉଦ୍ଧାର କରିଥିବା ଦୁଇ ବ୍ୟକ୍ତି ତଥା ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ସମ୍ମାନିତ କରିବେ । ଉଭୟ ନିଜ ଜୀବନକୁ ବାଜି ଲଗାଇ ପନ୍ତଙ୍କ ଉଚିତ ସମୟରେ ପନ୍ତଙ୍କୁ ରକ୍ଷା କରିଥିଲେ ।

ସୂଚନା ଅନୁସାରେ, ଦିଲ୍ଲୀରୁ ଋଷଭ ତାଙ୍କ ଘର ରୁର୍କିକୁ BMW କାର ଧରି ଆସୁଥିବା ବେଳେ ଗତକାଲି ସକାଳ ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ରୁର୍କି ନାରାସନ ବୋର୍ଡରରେ ନିକଟରେ ଏକ ଡିଭାଇଡରରେ ପିଟି ହେବା ପରେ ତାଙ୍କ କାରରେ ନିଆଁ ଲାଗିଯାଇଥିଲା । କିନ୍ତୁ ଅଳ୍ପକେ ବର୍ତ୍ତିଯାଇଥିଲେ ପନ୍ତ । କାରର କାଚ ଭାଙ୍ଗି ବାହାରକୁ ଆସିବା ପରେ ତାଙ୍କ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଏହି ସମୟରେ ଜଣେ ବସ ଚାଳକ ଓ କଣ୍ଡକ୍ଟର ତାଙ୍କୁ କାରରୁ ବାହାର କରି ପୋଲିସକୁ ଘଟଣା ବାବଦରେ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ଆହତ ଅବସ୍ଥାରେ ପନ୍ତଙ୍କୁ ଡେରାଡୁନ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କ ଡାହାଣ ଆଣ୍ଠୁ ଓ ପିଠି ସମେତ ଶରୀରର ବିଭିନ୍ନ ଜାଗାରେ ଆଘାତ ଲାଗିଛି । ଏହା ସହିତ ତାଙ୍କ ମୁଣ୍ଡରେ ଦୁଇଟି ଷ୍ଟିଚ୍ ପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.