ଆଡିଲେଡ : ବାଂଲାଦେଶକୁ ହରାଇ ସେମିରେ ପାକିସ୍ତାନ । ସୁପର ୧୨ ପର୍ଯ୍ୟାୟରେ ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ସତ୍ତ୍ବେ ସେମିଫାଇନାଲ ଖେଳିବାରେ ଯୋଗ୍ୟତା ଅର୍ଜନ କରିଛି ପାକିସ୍ତାନ । ଆଜି ଖେଳାଯାଇଥିବା ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ବାଂଲାଦେଶକୁ ୫ ୱିକେଟରେ ପରାସ୍ତ କରିଛି ପାକିସ୍ତାନ । ଏହି ବିଜୟ ସହ ପାକିସ୍ତାନ ୬ ପଏଣ୍ଟ ହାସଲ କରି ଗୃପ ୨ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ରହିଛି । ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୨୭ ରନ କରିଥିଲା ସାକିବ୍ ଅଲ୍ ହାସନ୍ ଦଳ । ଏହାର ଜବାବରେ ପାକିସ୍ତାନ ୧୮.୧ ଓଭରରେ ୫ ୱିକେଟ ହରାଇ ୧୨୮ ରନ୍ କରିଥିଲା ।
ସେମିରେ ପ୍ରବେଶ କରିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ବାବର ଆଜମ ଦଳ । ଦମଦାର ବୋଲିଂ ସହିତ ଚମତ୍କାର ବ୍ୟାଟିଂ କରିଥିଲା ପାକିସ୍ତାନ । ସାହିନ ଆଫ୍ରିଦିଙ୍କ ଘାତକ ବୋଲିଂ ବଳରେ ବାଂଲାଦେଶ ବ୍ୟାଟର ଧରାଶାୟୀ ହୋଇଥିଲେ । ବାଂଲାଦେଶକୁ ୧୨୭ ରନରେ ରୋକିବାରେ ସଫଳ ହୋଇଥିଲେ ପାକିସ୍ତାନ ବୋଲର । ୧୨୮ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ପାକିସ୍ତାନ । ଆରମ୍ଭରୁ ଓପନିଂ ଯୋଡି ଧିମା ପାଳି ଆରମ୍ଭ କରିଥିଲେ । ଉଭୟ ଦଳୀୟ ସ୍କୋର ପାଇଁ ୫୭ ରନ୍ ଯୋଡିଥିଲେ । ଏହାପରେ ମହମ୍ମଦ ହରିଶ ଓ ସାନ ମାସୁଦଙ୍କ ଧୂଆଁଧାର ବ୍ୟାଟିଂ କରି ଦଳକୁ ସହଜ ବିଜୟ ଦେଇଥିଲେ ।
-
For his sizzling spell of 4/22 that helped Pakistan into the #T20WorldCup final four, Shaheen Afridi is the @aramco POTM 👏 pic.twitter.com/xjIBnrrvQx
— T20 World Cup (@T20WorldCup) November 6, 2022 " class="align-text-top noRightClick twitterSection" data="
">For his sizzling spell of 4/22 that helped Pakistan into the #T20WorldCup final four, Shaheen Afridi is the @aramco POTM 👏 pic.twitter.com/xjIBnrrvQx
— T20 World Cup (@T20WorldCup) November 6, 2022For his sizzling spell of 4/22 that helped Pakistan into the #T20WorldCup final four, Shaheen Afridi is the @aramco POTM 👏 pic.twitter.com/xjIBnrrvQx
— T20 World Cup (@T20WorldCup) November 6, 2022
ମହମ୍ମଦ ହରିଶ ୧୮ ବଲରୁ ୨ ଟି ଛକା ଓ ଗୋଟିଏ ଚୌକା ସହିତ ୩୧ ରନର ଇନିଂସ ଖେଳିଥିଲେ । ସେହିପରି ସାନ ମାସୁଦ ୧୪ ବଲରୁ ୨୪ ରନ୍ କରି ଅପରାଜିତ ରହିଥିଲେ । ମହମ୍ମଦ ରିଜୱାନ ସର୍ବାଧିକ ୩୨ ରନ କରିଥିବା ବେଳେ ବାବର ଆଜମ ୧୫ ରନ କରିଥିଲେ । ସେପଟେ ସାହିନ ଆଫ୍ରିଦି ୪ ଓଭର ବୋଲିଂ କରି ୨୨ ରନ ବ୍ୟୟରେ ୪ ଟି ଅକ୍ତିଆର କରିଥିଲେ । ଶାଦବ ଖାନ ୨ ଟି ୱିକେଟ ନେଇଥିବା ବେଳେ ହରିଶ ରୌଫ ଓ ଇଫତିଖର ଅହମ୍ମଦ ଗୋଟିଏ ୱିକେଟ ନେଇଥିଲେ ।
-
Pakistan keep their calm and are through to the #T20WorldCup semi-final 👏#PAKvBAN | 📝: https://t.co/vXUjRfB2l0 pic.twitter.com/DaSmLEN6O8
— T20 World Cup (@T20WorldCup) November 6, 2022 " class="align-text-top noRightClick twitterSection" data="
">Pakistan keep their calm and are through to the #T20WorldCup semi-final 👏#PAKvBAN | 📝: https://t.co/vXUjRfB2l0 pic.twitter.com/DaSmLEN6O8
— T20 World Cup (@T20WorldCup) November 6, 2022Pakistan keep their calm and are through to the #T20WorldCup semi-final 👏#PAKvBAN | 📝: https://t.co/vXUjRfB2l0 pic.twitter.com/DaSmLEN6O8
— T20 World Cup (@T20WorldCup) November 6, 2022
ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନାଜମୁଲ ହୋସେନ୍ ଶାଣ୍ଟୋଙ୍କ ଅର୍ଦ୍ଧଶତକ ବଳରେ ୧୨୭ ରନ୍ କରିବାରେ ସକ୍ଷମ ହୋଇପାରିଥିଲା । ଶାଣ୍ଟୋ ୪୮ ବଲରୁ ୭ ଟି ଚୌକା ସହିତ ସର୍ବାଧିକ ୫୪ ରନ୍ କରିଥିଲେ । ସେହିପରି ଆଫିଫ୍ ହୋସେନ୍ ୨୪ ରନ୍ ଓ ସୌମ୍ୟା ସରକାର ୨୦ ରନ୍ ଓ ଲିଟନ୍ ଦାସ ୧୦ ରନ୍ କରିଥିଲେ । ଅନ୍ୟକୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରି ନଥିଲେ ।