ETV Bharat / sports

କ୍ରିକେଟର ୟାସିର ଶାହାଙ୍କ ନାମରେ ସଙ୍ଗୀନ ଅଭିଯୋଗ - ୟାସିର ଶାହାଙ୍କ ନାମରେ ମାମଲା

କ୍ରିକେଟରଙ୍କ ନାଁରେ ଆସିଲା ଧମକ, ଅପହରଣ ଓ ନିର୍ଯାତନା ଅଭିଯୋଗ । ପାକିସ୍ତାନ ଟେଷ୍ଟ ଲେଗ ସ୍ପିନର ୟାସିର ଶାହାଙ୍କ ନାମରେ ଏପରି ମାମଲା ଦାୟର ହୋଇଛି (FIR against Yasir Shah) । ଅଧିକ ପଢନ୍ତୁ

କ୍ରିକେଟର ୟାସିର ଶାହାଙ୍କ ନାଁମରେ ସଙ୍ଗୀନ ଅଭିଯୋଗ

author img

By

Published : Dec 21, 2021, 10:18 AM IST

ଇସଲାମବାଦ: କ୍ରିକେଟରଙ୍କ ନାଁରେ ଆସିଲା ଧମକ, ଅପହରଣ ଓ ନିର୍ଯାତନା ଅଭିଯୋଗ । ପାକିସ୍ତାନ ଟେଷ୍ଟ ଲେଗ ସ୍ପିନର ୟାସିର ଶାହାଙ୍କ ନାମରେ ଏପରି ମାମଲା ଦାୟର ହୋଇଛି । ଜଣେ ଯୁବତୀଙ୍କୁ ଧମକ, ଅପହରଣ ଓ ନିର୍ଯାତନା ଦେବା ନେଇ ୟାସିର ଶାହା ଓ ତାଙ୍କ ବନ୍ଧୁଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି (FIR against Yasir Shah)। ଏ ନେଇ ୟାସିର ମୁହଁ ଖୋଲି ନାହାନ୍ତି ।

ଲାହୋରର ଶାଲିମାର ପୋଲିସ ଷ୍ଟେସନର ଯୁବତୀ ଜଣଙ୍କ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜ୍ଜୁ କରିଛି । ୟାସିର ଓ ତାଙ୍କ ବନ୍ଧୁ ଫରାହନ ଯୁବତୀଙ୍କୁ ବନ୍ଧୁକମୁନରେ ଅପହରଣ, ଦୁଷ୍କର୍ମ କରିବା ସହ ଭିଡିଓ କରି ତାଙ୍କୁ ଧମକାଇଥିବା ଅଭିଯୋଗ ହୋଇଛି । ଏ ସବୁରେ ୟାସିର ସେମାନଙ୍କୁ ସହଯୋଗ କରିଥିବା କହିଛନ୍ତି ଯୁବତୀ ଜଣଙ୍କ । ଯଦି ଘଟଣା ବିଷୟରେ ପ୍ରଘଟ କରନ୍ତି ତେବେ ସେମାନେ ତାଙ୍କ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଇଥଲେ ।

ଯୁବତୀ ଜଣକ ଆହୁରି ଅଭିଯୋଗ କରିଛନ୍ତି ଯେ, ପୋଲିସକୁ ଜଣାଇବାକୁ କହିବାରୁ ମାମଲା ରଫାଦଫା ପାଇଁ ଉଦ୍ୟମ କରିଥିଲେ । ୟାସିର ଉକ୍ତ ଯୁବତୀଙ୍କୁ ଧମକ ଦେବା ସହ ଚୁପ୍ ରହିବାକୁ କହିଥିଲେ । ଏହି ମାମଲାକୁ ରଫାଦଫା କରିବାକୁ ଯୁବତୀଙ୍କୁ ଏକ ଫ୍ଲାଟ ସହ ୧୮ ବର୍ଷ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରଲୋଭନ ଦେଖାଇଥିଲେ ୟାସିର । ଘଟଣା ନେଇ ୟାସିରଙ୍କ ପ୍ରତିକ୍ରିୟା ମିଳିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.