ହାଇଦ୍ରାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ହେଉଛି ବିଶ୍ବର ସବୁଠାରୁ ଦାମି କ୍ରିକେଟ୍ ଲିଗ୍ । ଏହି କାରଣରୁ ସମଗ୍ର ବିଶ୍ବର ପ୍ରଶଂସକ ଆଇପିଏଲ୍କୁ ଚାତକ ଭଳି ଚାହିଁ ରହିଥାନ୍ତି । ଯଦିଓ ପାକିସ୍ତାନ କ୍ରିକେଟରଙ୍କୁ ଏହି ହାଇପ୍ରୋଫାଇଲ୍ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସୁଯୋଗ ମିଳିନଥାଏ, ହେଲେ ସେମାନଙ୍କ ଭିତରେ ମଧ୍ୟ ଆଇପିଏଲ୍କୁ ନେଇ କ୍ରେଜିନେସ୍ ଦେଖିବାକୁ ମିଳେ । ଯାହାର ସଦ୍ୟତମ ଉଦାହରଣ ଦେଇଛନ୍ତି ପାକିସ୍ତାନର ଷ୍ଟାର ପେସର୍ ହାସନ ଅଲୀ । ଆଇପିଏଲ୍କୁ ବିଶ୍ବର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ଗୁଡ଼ିକ ଭିତରେ ସ୍ଥାନ ଦେବା ସହ ସବୁ ଖେଳାଳିଙ୍କ ପରି ସେ ମଧ୍ୟ ଆଇପିଏଲ୍ ଖେଲିବାକୁ ଚାହୁଁଥିବା କହିଛନ୍ତି ହାସନ ।
ଏକ ସାକ୍ଷାତକାର ଦେବା ସମୟରେ ପାକିସ୍ତାନୀ ଦ୍ରୁତ ବୋଲର ହାସନ ଅଲୀ କହିଛନ୍ତି, "ଆଜିର ଦିନରେ ବିଶ୍ବରେ ହେଉଥିବା ବଡ଼ ଟୁର୍ଣ୍ଣାମେଣ୍ଟ ଗୁଡ଼ିକ ମଧ୍ୟରେ ଆଇପିଏଲ୍ ଅନ୍ୟତମ । ତେଣୁ ସମସ୍ତ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଚାହାଁନ୍ତି । ମୁଁ ବି ଆଇପିଏଲ୍ ଖେଳିବାକୁ ଇଚ୍ଛା କରୁଛି । ଯଦି ମୋତେ ଭବିଷ୍ୟତରେ ଆଇପିଏଲ୍ ଖେଳିବାକୁ ସୁଯୋଗ ମିଳେ, ତେବେ ମୁଁ ମଧ୍ୟ ନିଶ୍ଚିୟ ଆଇପିଏଲ୍ ଖେଳିବି ।" ବିଶ୍ବ କ୍ରିକେଟର ସବୁ ବୋର୍ଡ ଆଇପିଏଲ୍ ପାଇଁ ସମୟ ବାହାର କରୁଛନ୍ତି । ତେଣୁ ଏହା ଆଗକୁ ଆହୁରି ବଡ଼ ଲିଗ୍ ଭାବେ ଉଭା ହେବ ବୋଲି ସର୍ବସାଧାରଣରେ କହିଛନ୍ତି ହାସନ ଅଲୀ ।
ଏହା ମଧ୍ୟ ପଢ଼ନ୍ତୁ...ହାର୍ଦ୍ଦିକଙ୍କ ବିକଳ୍ପ ଶୁଭମନ: ଆଇପିଏଲ୍ ୨୦୨୪ରେ ଗୁଜୁରାଟର ନେତୃତ୍ବ ନେବେ ଗିଲ୍
ପ୍ରକାଶ ଥାଉ, ଆଇପିଏଲ୍ ହେଉଛି ବିଶ୍ବର ସବୁଠାରୁ ଦାମି ଘରୋଇ କ୍ରିକେଟ୍ ଲିଗ୍ ଟୁର୍ଣ୍ଣାମେଣ୍ଟ । ୨୦୦୮ରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ପ୍ରତିବର୍ଷ ଆଗକୁ ବଢ଼ୁଥିବାବେଳେ ୨୦୨୪ରେ ଏହାର ୧୭ତମ ସଂସ୍କରଣ ଖେଳାଯିବ । ଆଗାମୀ ସଂସ୍କରଣ ପାଇଁ ଦୁବାଇରେ ଅନୁଷ୍ଠିତ ହେବ ଖେଳାଳି ନିଲାମ ପକ୍ରିୟା । ଏହାପୂର୍ବରୁ ରବିବାର ସମସ୍ତ ପ୍ରାଞ୍ଚାଇଜ୍ ଦଳ ନିଜ ନିଜର ରିଟେନ୍ ଏବଂ ରିଲିଜ୍ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି । ମୋଟ ୧୦ଟି ଦଳ ଆଇପିଏଲ୍ରେ ଭାଗ ନେଉଛନ୍ତି । ବିଶ୍ବ କ୍ରିକେଟ୍ର ସବୁ ବଡ଼ ବଡ଼ କ୍ରିକେଟ୍ ବୋର୍ଡ ଏହି ହାଇପ୍ରୋଫାଇଲ୍ ଲିଗ୍ ଖେଳିବାକୁ ସେମାନଙ୍କ ଖେଳାଳିମାନଙ୍କୁ ମୁକ୍ତ କରିଥାନ୍ତି । ହେଲେ ୨୦୦୯ରେ ମୁମ୍ବାଇରେ ହୋଇଥିବା ବହୁଚର୍ଚ୍ଚିତ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ କ୍ରିକେଟରଙ୍କୁ ଆଇପିଏଲ୍ରେ ଭାଗନେବା ପାଇଁ ବ୍ୟାନ୍ କରିଥିଲା ବିସିସିଆଇ । ଏହା ପରଠାରୁ କୌଣସି ପାକ୍ ଖେଳାଳି ଆଇପିଏଲ୍ ଖେଳିପାରିନାହାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ