ETV Bharat / sports

ଏସିଆ କପ୍‌ ଖେଳିବ ଭାରତ, ହାଇବ୍ରିଡ୍‌ ମୋଡ୍‌ରେ ଟୁର୍ଣ୍ଣାମେଣ୍ଟ୍‌ ଆୟୋଜନ କରିବ ପାକିସ୍ତାନ ! - ହାଇବ୍ରିଡ୍‌ ମୋଡ୍‌ରେ ଏସିଆ କପ୍‌

ବିସିସିଆଇ ସ୍ପଷ୍ଟ କରି ସାରିଛି କୌଣସି ପରିସ୍ଥିତିରେ ଭାରତ ପାକିସ୍ତାନରେ ଏସିଆ କପ ଖେଳିବ ନାହିଁ । ଏଭଳି ସ୍ଥିତିରେ ପିସିବି ହାଇବ୍ରିଡ୍‌ ମୋଡରେ ଏସିଆ କପ୍‌ ଆୟୋଜନ କରିପାରେ ପିସିବି । ଅଧିକ ପଢ଼ନ୍ତୁ

pakistan may host Asia cup in hybrid mode: reports
ହାଇବ୍ରିଡ୍‌ ମୋଡ୍‌ରେ ଟୁର୍ଣ୍ଣାମେଣ୍ଟ୍‌ ଆୟୋଜନ କରିବ ପାକିସ୍ତାନ !
author img

By

Published : May 3, 2023, 6:44 PM IST

ହାଇଦ୍ରାବାଦ: ପାକିସ୍ତାନରେ ଏସିଆ କପ୍‌ ଆୟୋଜନକୁ ନେଇ ବିସିସିଆଇ ଖପ୍ପା ରହିଛି । ପାକିସ୍ତାନରେ ଏସିଆ କପ୍‌ ଆୟୋଜନ ହେଲେ ଭାରତ ଏଥିରେ ଅଂଶ ଗ୍ରହଣ କରିବ ନାହିଁ ସ୍ପଷ୍ଟ କରିଛି ବିସିସିଆଇ । ସେପଟେ ପାକିସ୍ତାନ ମଧ୍ୟ ବିସିସିଆଇକୁ ଚେତେଇ ଦେଇଛି । ଭାରତ ଏସିଆ କପରେ ଅଂଶ ଗ୍ରହଣ ନକଲେ ପାକିସ୍ତାନ ମଧ୍ୟ ଭାରତରେ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ବିଶ୍ବକପ୍‌ରୁ ଓହରି ଯିବ । ତେବେ ଏହି ଧମକ ବିସିସିଆଇ ଉପରେ ବିଶେଷ ପ୍ରଭାବ ପକାଇଥିବା ଭଳି ମନେ ହେଉନାହିଁ । ଏହାରି ମଧ୍ୟରେ ପାକିସ୍ତାନ ଆଉ ଏକ ବିକଳ୍ପ ବିଷୟରେ ଚିନ୍ତା କରିଥିବା ଆଲୋଚନା ହେଉଛି ।

ବିସିସିଆଇ ସ୍ପଷ୍ଟ କରି ସାରିଛି ଯେ, କୌଣସି ପରିସ୍ଥିତିରେ ଭାରତ ପାକିସ୍ତାନରେ ଏସିଆ କପ ଖେଳିବ ନାହିଁ । ସେପଟେ ପାକିସ୍ତାନର ଚେତାବନୀକୁ ନେଇ ମଧ୍ୟ ବିସିସିଆଇ ସଚିବ ଏତେଟା ଚିନ୍ତିତ ଥିବା ନଜର ଆସୁ ନାହାନ୍ତି । ଜୟ ଶାହ ବିସିସିଆଇ ସଚିବ ସହ ଏସୀୟ କ୍ରିକେଟ ପରିଷଦର ମଧ୍ୟ ଅଧ୍ୟକ୍ଷ ରହିଛନ୍ତି । ଏସିଆ କପ୍‌ ଆୟୋଜନ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆ ଯାଇନାହିଁ ବୋଲି କହିଥିଲେ ଜୟ ଶାହ । ଯାହା ସୂତ୍ରରୁ ପ୍ରକାଶ ପାଇଥିଲା ।

ଏଭଳି ସ୍ଥିତିରେ ଅନେକ ସମ୍ଭାବନା ଜନ୍ମ ନେଇପାରେ । ପ୍ରଥମଟି ହେଉଛି ଏସିଆ କପ୍‌ ରଦ୍ଦ ହୋଇପାରେ । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ୍‌କୁ ବିଶ୍ବକପ୍‌ ପୂର୍ବରୁ ପ୍ରସ୍ତୁତି ମ୍ୟାଚ୍‌ ଭାବରେ ଦେଖୁଛନ୍ତି ଏସୀୟ ଦଳ । ତା ସହିତ ଏସିଆ କପ୍‌ ରଦ୍ଦ ହେଲେ ପାକିସ୍ତାନ କ୍ରିକେଟ ବୋର୍ଡକୁ ମଧ୍ୟ କ୍ଷତି ସହିବାକ ପଡ଼ିପାରେ । ଏଭଳି ସ୍ଥିତିରେ ପିସିବି ହାଇବ୍ରିଡ୍‌ ମୋଡରେ ଏସିଆ କପ୍‌ ଆୟୋଜନ କରିପାରେ । ଅର୍ଥାତ କେବଳ ଭାରତ ସହ ଥିବା ମ୍ୟାଚ୍‌ଗୁଡ଼ିକ ପାକିସ୍ତାନ ସୀମା ବାହାରେ ଥିବା କୌଣସି ଗ୍ରାଉଣ୍ଡରେ ଆୟୋଜନ ହୋଇପାରେ । ସଂଯୁକ୍ତ ଆରବ ଏମିରେଟ୍‌ସ୍‌ରେ ଏହି ମ୍ୟାଚ୍‌ ବିଷୟରେ ଚିନ୍ତା କରିପାରେ ପାକିସ୍ତାନ । ସେପଟେ ଅନ୍ୟ ମ୍ୟାଚ୍‌ ଗୁଡ଼ିକ ପାକିସ୍ତାନ ଘରୋଇ ମୈଦାନ ଆୟୋଜନ କରିପାରେ । ସମ୍ଭବତଃ ଏଗି ବିକଳ୍ପରେ ବିସିସିଆଇ ମଧ୍ୟ ରାଜି ହେବ । ଯାହା ଦ୍ବାରା ଉଭୟ ଭାରତ ଓ ପାକିସ୍ତାନ ଦଳର ହିତ ସାଧନ ହୋଇ ପାରିବ ।

ତେବେ କୌଣସି ମ୍ୟାଚ୍‌ରେ ଭାରତ ପାକିସ୍ତାନ ମୁହାଁମୁହିଁ ହେଲେ ସେତେବେ ମ୍ୟାଚ୍‌ କେଉଁଠି ଖେଳାଯିବ ତାହା ପ୍ରଶ୍ନବାଚୀ ହୋଇପାରେ । ତେବେ ଏଭଳି ରିପୋର୍ଟକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ କୌଣସି ପ୍ରତିକ୍ରିୟା କିମ୍ବା ସୂଚନା ପ୍ରଦାନ କରାଯାଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.