ETV Bharat / sports

Asia Cup 2022: ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଲେ ଷ୍ଟାର ପାକିସ୍ତାନୀ ବୋଲର

author img

By

Published : Aug 20, 2022, 7:33 PM IST

Updated : Aug 20, 2022, 7:44 PM IST

ଆଣ୍ଠୁରେ ଆଘାତ ଲାଗିବା କାରଣରୁ ଏସିଆ କପରୁ ବାଦ ପଡିଛନ୍ତି ପାକିସ୍ତାନର ଷ୍ଟାର ଫାଷ୍ଟ ବୋଲର ସାହିନ ଆଫ୍ରିଦି Pakistan fast bowler Shaheen Shah Afridi । ଅଧିକ ପଢନ୍ତୁ

ପାକିସ୍ତାନକୁ ଝଟକା, ଏସିଆ କପରୁ ବାଦ ପଡିଲେ ଫାଷ୍ଟ ବୋଲର ସାହିନ ଆଫ୍ରିଦି

ହାଇଦ୍ରାବାଦ: ଏସିଆ କପ (Asia Cup) ପୂର୍ବରୁ ପାକିସ୍ତାନକୁ(Pakistan) ବଡ ଝଟକା । ଆହତ କାରଣରୁ ଏସିଆ କପରୁ ବାଦ ପଡିଛନ୍ତି ପାକିସ୍ତାନର ଷ୍ଟାର ଫାଷ୍ଟ ବୋଲର(Pakistan fast bowler) ସାହିନ ଆଫ୍ରିଦି (Shaheen Shah Afridi) । ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି । ଯେଉଁ କାରଣରୁ ସେ ଆଗକୁ ଖେଳା ଯିବାକୁ ଥିବା ଏସିଆ କପରୁ ଦଳରୁ ବାଦ ପଡିଛନ୍ତି । ସାହିନ ଆଫ୍ରିଦିଙ୍କ ଅନୁପସ୍ଥିତି ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ।

  • BREAKING: Shaheen Afridi has been ruled out of the 2022 Asia Cup.

    Details ⬇️

    — ICC (@ICC) August 20, 2022 " class="align-text-top noRightClick twitterSection" data=" ">

ସାହିନ ଆଫ୍ରିଦିଙ୍କ ଆହତ କାରଣରୁ ସେ ଦଳରୁ କିଛି ଦିନ ବିରତ ରହିବେ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (Pakistan Cricket Board) ଆଜି (ଶନିବାର) ସୂଚନା ଦେଇଛି । ପାକିସ୍ତାନ କ୍ରିକେଟ ବୋର୍ଡ କହିଛି ସାହିନ ଆଫ୍ରିଦିଙ୍କୁ ଫିଟ ହେବାକୁ ୪ ରୁ ୬ ସପ୍ତାହ ଲାଗିପାରେ । ତେଣୁ ସେ ଫିଟ୍‌ ହେବା ପର୍ଯ୍ୟନ୍ତ ଦଳରୁ ବାଦ ରହିବେ ।

ଭାରତର ଟପ ଅର୍ଡର ବ୍ୟାଟ୍ସ ମ୍ୟାନଙ୍କୁ ଆଶ୍ବସ୍ଥି

ସାହିନ ଆଫ୍ରିଦି ଦଳରୁ ବାଦ ପଡିବା ପରେ ଭାରତୀୟ ଟପ ଅର୍ଡର କ୍ରିକେଟରଙ୍କୁ ସାମାନ୍ୟ ଆଶ୍ବସ୍ଥି ମିଳିଛି । ଆସନ୍ତା 27 ଅଗଷ୍ଟରୁ ଏସିଆ କପ ଆରମ୍ଭ ହେବାକୁ ଯାଉଛି । ଅଗଷ୍ଟ 28 ତାରିଖରେ ପାକିସ୍ତାନ ଭାରତ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ । 2020 ମସିହା ଟି20 ବିଶ୍ବକପରେ ପ୍ରଥମ ଓଭରରେ ରୋହିତ ଶର୍ମାକୁ ଆଉଟ କରିଥିଲେ ପାକିସ୍ତାନର ଫାଷ୍ଟ ବୋଲର ସାହିନ ଆଫ୍ରିଦି । ସେହିପରି ଲୋକେଶ ରାହୁଲ ଏବଂ ବିରାଟ କୋହଲିଙ୍କୁ ମଧ୍ୟ ପାଭିଲିୟନ ଫେରିଯିବାରେ ବାଟ ଦେଖାଇଥିଲା ସାହିନ ଆଫ୍ରିଦି । ସେହି ମ୍ୟାଚରେ ଭାରତକୁ ପାକିସ୍ତାନ 10 ୱିକେଟରେ ହରାଇଥିଲା । ସେଦିନ ବିଶ୍ବକପରେ ପାକିସ୍ତାନଠାରୁ ଭାରତ ପ୍ରଥମ ଥର ପାଇଁ ପରାଜିତ ହୋଇଥିଲା ।

ଟି-20 ବିଶ୍ବକପ ଭିତରେ ହୋଇପାରନ୍ତି ଫିଟ

ପାକିସ୍ତାନ କ୍ରିକେଟ ବୋର୍ଡର ଅଧିକାରୀ କହିଛନ୍ତି, "ସାହିନ ଆଫ୍ରିଦି ଅଷ୍ଟ୍ରେଲିଆରେ ଅକ୍ଟୋବର ମାସରୁ ଆରମ୍ଭ ହେବାକୁ ଥିବା ଟି20 ବିଶ୍ବକପ ପୂର୍ବରୁ ଫିଟ ହୋଇ ଦଳକୁ ଫେରିପାରନ୍ତି । ଏସିଆ କପ ଏବଂ ଟି20 ବିଶ୍ବକପ ମଧ୍ୟରେ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ 7ଟି ଟି20 ଖେଳିବାର ସୂଚୀ ରହିଛି । ଏହି ସିରିଜରୁ ବାଦ ପଡିବେ ପାକିସ୍ତାନ ଷ୍ଟାର ଫାଷ୍ଟ ବୋଲର ସାହିନ ଆଫ୍ରିଦି ।

ଏସିଆ କପ ପାଇଁ ପାକିସ୍ତାନ ସ୍କ୍ବାଡ

ବାବର ଆଜମ (ଅଧିନାୟକ), ଶାଦାବ ଖାନ, ଆସିଫ ଅଲୀ, ଫଖର ଜମାନ, ହୈଦର ଅଲ୍ଲୀ, ହାରିସ ରଉଫ, ଇଫ୍ତିଖାର ଅହମ୍ମଦ, ଖୁସଦିନ ଶାହ, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ, ମହମ୍ମଦ ୱାସିମ, ନସିମ ଶାହ, ଶାହନବାଜ ଦହାନୀ, ଉସମାନ କାଦିର ।

Last Updated : Aug 20, 2022, 7:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.