ETV Bharat / sports

T20 World Cup : ଭାରତ ମ୍ୟାଚ ଜିତିବା ଦରକାର କହିଲେ ପାକିସ୍ତାନ ପ୍ରଶଂସକ - ଭାରତ ମ୍ୟାଚ ଜିତିବା ଦରକାର କହିଲେ ପାକିସ୍ତାନ ପ୍ରଶଂସକ

ଭାରତ ମ୍ୟାଚରେ ବିଜୟୀ ହେଲେ ପାକିସ୍ତାନ ସେମିଫାଇନାଲ ଖେଳିପାରିବ । ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚରେ ଭାରତ ବିଜୟ ହାସଲ କରୁ ବୋଲି ପାକିସ୍ତାନ କ୍ରିକେଟ ଫ୍ୟାନ୍ସ କହିଛନ୍ତି । ଅଧିକ ପଢନ୍ତୁ

T20 World Cup : ଭାରତ ମ୍ୟାଚ ଜିତିବା ଦରକାର କହିଲେ ପାକିସ୍ତାନ ପ୍ରଶଂସକ

author img

By

Published : Oct 30, 2022, 8:10 PM IST

ହାଇଦ୍ରାବାଦ: ଭାରତକୁ ପାକିସ୍ତାନ କ୍ରିକେଟ ପ୍ରଶଂସକଙ୍କ ସମର୍ଥନ । କାରଣ ଭାରତ ମ୍ୟାଚରେ ବିଜୟୀ ହେଲେ ପାକିସ୍ତାନ ସେମିଫାଇନାଲ ଖେଳିପାରିବ । ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚରେ ଭାରତ ବିଜୟ ହାସଲ କରୁ ବୋଲି ପାକିସ୍ତାନ କ୍ରିକେଟ ଫ୍ୟାନ୍ସ କହିଛନ୍ତି । କାରଣ ଭାରତଠାରୁ ଦକ୍ଷିଣ ଆଫ୍ରିକା ପରାସ୍ତ ହେଲେ ପାକିସ୍ତାନ ଟିମ୍‌ର ସେମିଫାଇନାଲରେ ପ୍ରବେଶ କରିବା ଆଶା ଉଜ୍ଜୀବିତ ହେବ ।

ଗ୍ରୁପ ୨ ପଏଣ୍ଟ ଟେବୁଲର
ଗ୍ରୁପ ୨ ପଏଣ୍ଟ ଟେବୁଲର

ଭାରତ ପାକିସ୍ତାନ ଭିତରେ ସବୁବେଳେ ରାଜନୈତିକ ତିକ୍ତତା ଲାଗିରହିଛି । ଏହାର ପ୍ରଭାବ ବିସିସିଆଇ ଓ ପିସିବି ମଧ୍ୟରେ ଦେଖାଦେଇଛି । ଉଭୟ ଭାରତ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସିରିଜ ଖେଳାଯାଉନାହିଁ । କେବଳ ଆଇସିସି ଟୁର୍ଣ୍ଣାମେଣ୍ଟ ଓ ଏସିସି ଟୁର୍ଣ୍ଣାମେଣ୍ଟରେ ହିଁ ଭାରତ ପାକିସ୍ତାନ ମଧ୍ୟରେ ମୁକାବିଲା ଖେଳାଯାଉଛି । ଦୁଇ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ସବୁବେଳେ ହାଇଭୋଲଟେଜ ମୁକାବିଲା ହୋଇଥାଏ । ଉଭୟ ଦେଶର ପ୍ରଶଂସକ ଚାହିଁଥାନ୍ତି ନିଜ ଦେଶ ବିଜୟ ଲାଭ କରୁ ଓ ବିପକ୍ଷ ଦଳ ପରାସ୍ତ ହେଉ । ଏମିତି ବି ଗଣମାଧ୍ୟମରେ ଖବର ପ୍ରକାଶ ହୋଇଛି ଯେ ଭାରତଠାରୁ ପାକିସ୍ତାନ ମ୍ୟାଚ୍‌ ହାରିବା ପରେ ପାକିସ୍ତାନ ପ୍ରଶଂସକ କ୍ଷୁବ୍ଧ ହୋଇ ନିଜ ଟିଭି ଭାଙ୍ଗି ଦେଇଛନ୍ତି । ତେବେ ଆଜି କିଛି ଓଲଟା ଦେଖିବାକୁ ମିଳିଛି । ପାକିସ୍ତାନ ଭାରତକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । କାରଣ ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଲେ ପାକସ୍ତାନକୁ ଟି୨୦ ବିଶ୍ବକପ ସେମିଫାଇନାଲରେ ପ୍ରବେଶ କରିବାକୁ ସହଜ ହେବ । ଗ୍ରୁପ ୨ ପଏଣ୍ଟ ଟେବୁଲରେ ଶୀର୍ଷ ଦୁଇଟି ଦଳ ସେମିଫାଇନାଲରେ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବେ ।

ପାକିସ୍ତାନ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚରୁ ଗୋଟିଏ ମ୍ୟାଚରେ ବିଜୟ ଲାଭ କରି ୨ ପଏଣ୍ଟ ପାଇ ଗ୍ରୁପ ୨ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି । ସେହିପରି ଦକ୍ଷିଣ ଆଫ୍ରିକା ୨ ଟି ମ୍ୟାଚ ଖେଳି ୩ ପଏଣ୍ଟ ସହିତ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି । ଭାରତ ଦୁଇଟି ମ୍ୟାଚ ଖେଳି ୪ ପଏଣ୍ଟ ସହିତ ଶୀର୍ଷ ସ୍ଥାନରେ ରହିଛି ।

ଯଦି ଦକ୍ଷିଣ ଆଫ୍ରିକା ଆଜିର ମ୍ୟାଚରେ ବିଜୟ ଲାଭ କରୁଛି ତାହାଲେ ୫ ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିବ । ଦକ୍ଷିଣ ଆଫ୍ରିକାର ପରବର୍ତ୍ତୀ ଦୁଇଟି ମ୍ୟାଚ ପାକିସ୍ତାନ ଓ ନେଦରଲାଣ୍ଡସ ସହିତ ରହିଛି । ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡସକୁ ହରାଇବାର କ୍ଷମତା ରଖିବ । ଯଦି ଭାରତଠାରୁ ଦକ୍ଷିଣ ଆଫ୍ରିକା ପରାସ୍ତ ହେଉଛି ତାହେଲେ ଦକ୍ଷିଣ ଆଫ୍ରିକା ପଏଣ୍ଟରେ କୌଣସି ଉନ୍ନତି ଘଟିବ ନାହିଁ । ସେହିପରି ପାକିସ୍ତାନ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ ଖେଳିସାରିଛି । ଗୋଟିଏରେ ମ୍ୟାଚ ଜିତି ଦୁଇ ପଏଣ୍ଟ ହାସଲ କରିଛି । ପରବର୍ତ୍ତୀ ଦୁଇଟି ମ୍ୟାଚ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ସହିତ ରହିଛି । ପାକିସ୍ତାନ ଏହି ଦୁଇଟି ମ୍ୟାଚରେ ବିଜୟ ହାସଲ କରିଲେ ସେମିରେ ପ୍ରବେଶ କରିବାକୁ ଟିକଟ୍ ହାତେଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.