ETV Bharat / sports

ଅନ୍ୟ ଖେଳରେ ଯଦି ଦୁଇ ଦେଶର ଖେଳାଳୀମାନେ ମିଶି ପାରୁଛନ୍ତି, ତେବେ କ୍ରିକେଟ୍‌ରେ କାହିଁକି ନୁହେଁ: ମିସ୍‌ବା - ରାଜନୀତିରୁ କ୍ରିକେଟ୍‌କୁ ଦୂରରେ ରଖ

ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‌ ଓ ବିଶ୍ବକପ୍‌ ନେଇ ଦ୍ବନ୍ଦ୍ବ ଲାଗି ରହିଛି । ଏହାରି ମଧ୍ୟରେ ରାଜନୀତିରୁ କ୍ରିକେଟ୍‌କୁ ଦୂରରେ ରଖି ଉଭୟ ଦେଶର ଖେଳାଳୀ ଉଭୟ ଦେଶକୁ ଆସି ଖେଳିବା ଉଚିତ୍‌ ବୋଲି କହିଛନ୍ତି ପାକିସ୍ତାନ କ୍ରିକେଟ୍‌ ପ୍ରଶିକ୍ଷକ ମିସ୍‌ବା ଉଲ୍‌ ହକ୍‌ । ଅଧିକ ପଢ଼ନ୍ତୁ..

ଭାରତ- ପାକ୍‌ ମ୍ୟାଚ୍‌ ଦେଖିବାରୁ ପ୍ରଶଂସକଙ୍କୁ ବଞ୍ଚିତ କରାନଯାଉ

author img

By

Published : Jul 18, 2023, 6:58 AM IST

ହାଇଦ୍ରାବାଦ: ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‌ ନେଇ ଛିଣ୍ଡୁନି ଅଙ୍କ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ଯିବା ପାଇଁ ଭାରତ ସିଧା ସଳଖ ମନା କରିଦେଇଥିଲା । ଏହାପରେ ଏସିଆ କପ୍‌ରେ ଭାଗ ନେବାକୁ ଥିବା ଅନ୍ୟ ଦେଶ ଗୁଡ଼ିକ ଭାରତ ସପକ୍ଷରେ ବାହାରିବାରୁ ହାଇବ୍ରିଡ୍‌ ମଡେଲ୍‌ରେ ଟୁର୍ଣ୍ଣାମେଣ୍ଟ କରିବାକୁ ପ୍ରସ୍ତାବ ଦେଇଥିଲା ଏସୀୟ କ୍ରିକେଟ୍‌ ପରିଷଦ (ଏସିସି) । ଏଥିରେ ପ୍ରଥମେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ସହମତି ପ୍ରକାଶ କରିଥିଲା । ହେଲେ ଜାକା ଅସ୍ରଫ ନୂଆକରି ପିସିବି ଦାୟିତ୍ବ ନେବା ପରେ ପୁଣି ଏଥିରେ କେଁ ବାହାର କରିଛି ପାକିସ୍ତାନ । ଏହାରି ମଧ୍ୟରେ ରା‌ଜନୈତିକ ବାତାବରଣରୁ କ୍ରିକେଟ୍‌କୁ ଦୂରେଇ ରଖାଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ମିସ୍‌ବା ଉଲ୍‌ ହକ୍‌ ।

କରାଚିରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଛନ୍ତି, "ଭାରତ ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ଆସୁ ଏବଂ ପାକିସ୍ତାନ ମଧ୍ୟ ଦିନିକିଆ ବିଶ୍ବକପ୍‌ ଖେଳିବାକୁ ଭାରତ ଯାଉ । ଏସିଆ କପ୍‌ ଓ ବିଶ୍ବକପ୍‌ ଭଳି ବଡ଼ ଇଭେଣ୍ଟ ଗୁଡ଼ିକରେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ହେବାକୁ ଯାଉଥିବା କ୍ରିକେଟ୍‌ ମ୍ୟାଚ୍‌ ଦେଖିବାରୁ ଉଭୟ ଦେଶର ପ୍ରଶଂସକଙ୍କୁ ବଞ୍ଚିତ କରାନଯାଉ । ଯଦି ଅନ୍ୟ ଖେଳଗୁଡ଼ିକରେ ଦୁଇ ଦେଶର ଖେଳାଳୀମାନେ ମିଶି ପାରୁଛନ୍ତି, ତେବେ କ୍ରିକେଟ୍‌ରେ କ‌ାହିଁକି ନୁହେଁ ? ରା‌ଜନୈତିକ ବାତାବରଣରେ କ୍ରିକେଟ୍‌କୁ କାହିଁକି ଯୋଡ଼ା ଯାଉଛି ? ପାକିସ୍ତାନ ତାହାର ବିଶ୍ବକପ୍‌ ମ୍ୟାଚ୍‌ଗୁଡ଼ିକ ଭାରତରେ ଖେଳିବା ଦରକାର । କାରଣ ମୁଁ ଯେତେବେଳେ ଭାରତରେ ମ୍ୟାଚ୍‌ ଖେଳିଥିଲି ସେତେବେଳେ ଉଭୟ ଚାପ ଓ ଦର୍ଶକଙ୍କ ଉତ୍ସାହକୁ ଉପଭୋଗ କରିପାରୁଥିଲି ।" ଏହା ହିଁ ଖେଳାଳୀଙ୍କୁ ପ୍ରେରଣା ଦେଇଥାଏ । ଭାରତରେ ଖେଳୁଆଡ଼ ପରିବେଶ ପାକିସ୍ତାନୀ ଖେଳାଳୀଙ୍କୁ ସୁହାଇଥାଏ ବୋଲି କହିଛନ୍ତି ମିସ୍‌ବା । ତେଣୁ ଭାରତରେ ପାକିସ୍ତାନ ଭଲ ପ୍ରଦର୍ଶନ କରିପାରିବ ବୋଲି ସେ ଆଶା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ତୁଟିନି ଏସିଆ କପ୍‌ ବିବାଦ: ପାକିସ୍ତାନରେ ଅଧିକ ମ୍ୟାଚ୍‌ ଆୟୋଜନ ପାଇଁ ଦାବି ରଖିବ ପିସିବି

ସୂଚନାଯୋଗ୍ୟ, ଏସିଆ କପ୍‌ ଖେଳିବା ପାଇଁ ପାକିସ୍ତାନ ଯିବାକୁ ବିସିସିଆଇ ଅନିଚ୍ଛା ପ୍ରକାଶ କରିବାରୁ ଭାରତର ମ୍ୟାଚ୍‌ଗୁଡ଼ିକ ସହିତ ଅଧିକାଂଶ ମ୍ୟାଚ୍‌ ଶ୍ରୀଲଙ୍କାରେ କରାଯିବାକୁ ନିଷ୍ପତ୍ତି ନେଇଛି ଏସିସି । ପୂର୍ବରୁ ଏଥିରେ ପିସିବି ରାଜି ହୋଇଥିଲେ ହେଁ ଏହାର ନୂତନ ଦାୟିତ୍ବ ନେଇଥିବା ଜାକା ଅସ୍ରଫ ପାକିସ୍ତାନରେ ଅଧିକ ମ୍ୟାଚ୍‌ ହେଉ ବୋଲି ଏସିସି ବୈଠକରେ ଯୁକ୍ତି ବାଢିଛନ୍ତି । ଏପରିକି ଯଦି ଭାରତ ଏସିଆ କପ୍‌ ନିରପେକ୍ଷ ସ୍ଥାନରେ ଖେଳେ, ତାହେଲେ ବିଶ୍ବକପ୍‌ରେ ପାକିସ୍ତାନ ମଧ୍ୟ ନିରପେକ୍ଷ ସ୍ଥାନରେ ଖେଳୁ ବୋଲି ସେ ଯୁକ୍ତି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.