ETV Bharat / sports

'ଭାରତର ପ୍ରଧାନମନ୍ତ୍ରୀ ଚାହିଁଲେ ବନ୍ଦ ହୋଇଯିବ ପାକିସ୍ତାନ କ୍ରିକେଟ' - ପିସିବି ଅଧ୍ୟକ୍ଷ ରମିଜ ରାଜା

ଭାରତର ପ୍ରଧାନମନ୍ତ୍ରୀ ଚାହିଁଲେ ବନ୍ଦ ହୋଇଯିବ ପାକିସ୍ତାନ କ୍ରିକେଟ କହି ବିବାଦରେ PCB ମୁଖ୍ୟ ରମିଜ ରାଜା । ଅଧିକ ପଢନ୍ତୁ...

Pakistan cricket can collapse if India wants
'ଭାରତର ପ୍ରଧାନମନ୍ତ୍ରୀ ଚାହିଁଲେ ବନ୍ଦ ହୋଇଯିବ ପାକିସ୍ତାନ କ୍ରିକେଟ'
author img

By

Published : Oct 8, 2021, 6:05 PM IST

ହାଇଦ୍ରାବାଦ: କହୁ କହୁ ସତ କହିଦେଲେ ପାକିସ୍ତାନ କ୍ରିକେଟ ବୋର୍ଡ(PCB)ର ନୂଆକରି ଅଧକ୍ଷ୍ୟ ଭାର ସମ୍ଭାଳିଥିବା ରମିଜ ରାଜା । ଭାରତର ପ୍ରଧାନମନ୍ତ୍ରୀ ଚାହିଁଲେ ବନ୍ଦ ହୋଇଯିବ ପାକିସ୍ତାନ କ୍ରିକେଟ ବୋର୍ଡ । ଏକଥା ଅନ୍ୟ କେହି କହିନାହାନ୍ତି ବରଂ ଖୋଦ୍‌ PCB ମୁଖ୍ୟ କହିଛନ୍ତି । ଏପରି କହି ବିବାଦ ଘେରକୁ ଆସିଯାଇଛନ୍ତି ରାଜା । ନିଜ ଦେଶରେ ତୀବ୍ର ବିରୋଧର ସମ୍ମୁଖୀନ ହେବାସହ ଅଡୁଆରେ ପୂର୍ବତନ ପାକିସ୍ତାନ କ୍ରିକେଟର ତଥା ବର୍ତ୍ତମାନର PCB ମୁଖିଆ । ଏହାପରେ ଟ୍ବିଟରରୁ ଉକ୍ତ ପୋଷ୍ଟଟି ହଟାଇଦେଇଛନ୍ତି ରମିଜ ରାଜା । ମାତ୍ର ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା, ଭାରତରେ ରମିଜ ରାଜାଙ୍କ ଏହି ବୟାନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ପାକିସ୍ତାନ କ୍ରିକେଟ ବୋର୍ଡ(PCB) ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରୁଥିଲେ ରାଜା । ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତରରେ ରାଜା କହିଛନ୍ତି, "ପାକିସ୍ତାନ କ୍ରିକେଟ ବୋର୍ଡର ପରିଚାଳନା ଆଇସିସି ପାଣ୍ଠି ଉପରେ ନିର୍ଭରଶୀଳ । ଏପରିକି ଆଇସିସି ପାଣ୍ଠିରେ ୫୦ ପ୍ରତିଶତ ବୋର୍ଡ ପରିଚାଳିତ ହେଉଛି । ଅର୍ଥାତ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରେ ଓ ଆୟ ଅର୍ଥରାଶି ସଦସ୍ୟ ବୋର୍ଡ ମଧ୍ୟରେ ବଣ୍ଟନ କରେ । ଅନ୍ୟପଟେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI), ଆଇସିସିକୁ ପ୍ରଦାନ କରୁଥିବା ପାଣ୍ଠିରେ ଆଇସିସି ୯୦ ପ୍ରତିଶତ ପରିଚାଳିତ ହେଉଛି ।"

"ଭାରତୀୟ ମାର୍କେଟରୁ ୯୦ ପ୍ରତିଶତ ପାଣ୍ଠି ଆଇସିସିକୁ ମିଳୁଛି । ଫଳରେ ଏକ ପକ୍ଷରେ ପାକିସ୍ତାନ କ୍ରିକେଟ ବୋର୍ଡକୁ ଚଳାଉଛନ୍ତି ଭାରତୀୟ ବାଣିଜ୍ୟିକ ସଂସ୍ଥା । କାଲି (ଭବିଷ୍ୟତ) ଯଦି ଭାରତୀୟ ପ୍ରଧାନମନ୍ତ୍ରୀ ବିଚାର କରିବେ ଯେ, ପାକିସ୍ତାନକୁ ପାଣ୍ଠି ଦେବାନାହିଁ ତେବେ ପାକିସ୍ତାନ କ୍ରିକେଟ ବୋର୍ଡ ଭାଙ୍ଗିଯିବାର ସମ୍ଭାବନା ରହିଛି । ନିକଟରେ ଦୁଇ ମିନିଟ୍‌ରେ ସେମାନେ (ନ୍ୟୁଜିଲାଣ୍ଡ) ପ୍ୟାକଅପ୍‌ କରି ଚାଲିଗଲେ, ତାଙ୍କର ଏଠାରେ ଉତ୍ସାହ ନାହିଁ । ପାକିସ୍ତାନ ତାଙ୍କ ପାଇଁ ଲାଭପ୍ରଦ ଅନୁଭବ କରୁଛନ୍ତି ।"

ତେବେ PCB ମୁଖ୍ୟଙ୍କ ଏହି ବୟାନ ପରେ ନିଜ ଦେଶରେ ସେ ଘୋର ବିରୋଧର ସମ୍ମୁଖୀନ ହୋଇଛନ୍ତି । ଏହାପରେ ନିଜ ଟ୍ବିଟର ଆକାଉଣ୍ଟରେ କିଛି ଟ୍ବିଟ ହଟାଇଦେଇଛନ୍ତି । ପାକିସ୍ତାନରେ ସୁରକ୍ଷିତ ମଣୁନଥିବାରୁ ଦ୍ବିପାକ୍ଷିକ ସିରିଜ ଖେଳିବାକୁ ଆଗ୍ରହୀ ହେଉନାହାନ୍ତି କ୍ରିକେଟ ଖେଳୁଥିବା ଅନେକ ଦେଶ । ନିକଟରେ ନ୍ୟୁଜିଲାଣ୍ଡ ଦ୍ବିପାକ୍ଷିକ ସିରିଜ ଖେଳିବାକୁ ଆସି ମ୍ୟାଚ୍‌ ଆରମ୍ଭର କିଛି ମିନିଟ ପୂର୍ବରୁ ସୁରକ୍ଷା କାରଣ ଦର୍ଶାଇ ଗସ୍ତ ବାତିଲ କରି ସ୍ବଦେଶ ଫେରିଯାଇଥିଲା । ଏହାପରେ ଇଂଲଣ୍ଡ କ୍ରିକେଟ ବୋର୍ଡ(ECB) ମଧ୍ୟ ପାକିସ୍ତାନ ଗସ୍ତରୁ ଓହରିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.