ETV Bharat / sports

Asia Cup 2023: ସଫଳତା ପାଇଁ ଭୋକରେ ଅଛୁ କହିଲେ ବାବର

author img

By ETV Bharat Odisha Team

Published : Aug 22, 2023, 10:25 PM IST

ଆସନ୍ତା ୩୦ ତାରିଖରୁ ଏସିଆ କପ୍‌ ୨୦୨୩ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ପାକିସ୍ତାନ ଅଧିନାୟକ ବାବର ଆଜମ ବଡ଼ ବୟାନ ଦେଇଛନ୍ତି । ତାଙ୍କ ଦଳ ଏସିଆ କପ୍‌ ଓ ବିଶ୍ବକପ୍‌ ପାଇଁ କଠିନ ପରିଶ୍ରମ କରୁଛନ୍ତି ଓ ସଫଳତା ପାଇଁ ଭୋକରେ ଅଛନ୍ତି ବୋଲି କହିଛନ୍ତି ବାବର । ଅଧିକ ପଢ଼ନ୍ତୁ

ସଫଳତା ପାଇଁ ଭୋକରେ ଅଛୁ କହିଲେ ବାବର
ସଫଳତା ପାଇଁ ଭୋକରେ ଅଛୁ କହିଲେ ବାବର

ନୂଆଦିଲ୍ଲୀ: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ ଏସିଆ କ୍ରିକେଟ୍‌ର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ଏସିଆ କପ୍‌ ୨୦୨୩ । ଏଥିପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି କ୍ରିକେଟ୍ ପ୍ରେମୀ । ଏହି ହାଇ ପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ ପାକିସ୍ତାନ ଓ ନେପାଳ ମଧ୍ୟରେ ମୁଲତାନରେ ଖେଳାଯିବ । ଦ୍ବିତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ବାଂଲାଦେଶ ମ୍ୟାଚ୍‌ ଖେଳିବାକୁ ଥିବାବେଳେ ସେପ୍ଟେମ୍ବର ୨ ତାରିଖରେ କାଣ୍ଡିରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳି ଏସିଆ କପ୍‌ ଅଭିଯାନ ଆରମ୍ଭ କରିବ ଭାରତ । ତେବେ ଏହି ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ଦଳକୁ ନେଇ ଏକ ବଡ଼ ବିବୃତି ଦେଇଛନ୍ତି । ତାଙ୍କ ଦଳ ଏସିଆ କପ୍‌ ଓ ବିଶ୍ବକପ୍‌ ପାଇଁ କଠିନ ପରିଶ୍ରମ କରୁଛନ୍ତି ଓ ସଫଳତା ପାଇଁ ଭୋକରେ ଅଛନ୍ତି ବୋଲି କହିଛନ୍ତି ବାବର ।

ଏକ ସାକ୍ଷାତକାରରେ ବାବର କହିଛନ୍ତି, "ପ୍ରତ୍ୟେକ ଖେଳାଳିଙ୍କର ସଫଳତାର ଭୋକ ଅଛି ଆଉ ପ୍ରତ୍ୟେକ ଖେଳାଳି ମ୍ୟାଚ୍ ଜିତିବା ଭଳି ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି । ଆମେ ଗତ କିଛି ମ୍ୟାଚ୍‌ରେ ମଧ୍ୟ ଦେଖିଛୁ ଯେ ଦଳର ପ୍ରାୟ ସବୁ ଖେଳାଳି ବିଭିନ୍ନ ମ୍ୟାଚ୍‌ରେ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଜିତିଛନ୍ତି । ଦଳ ପାଇଁ ଏହା ବହୁତ ଭଲ । ବୋଲର ମାନେ ବଡ଼ ଟୁର୍ଣ୍ଣାମେଣ୍ଟରେ ବିଜୟ ପ୍ରଦାନ କରନ୍ତି ଏବଂ ମୋର ଏହି ଦଳ ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ।" ତେବେ ଏସିଆ କପ୍‌ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ କରିଛି ପାକିସ୍ତାନ । ଏଥିରେ ଯଦିଓ ବାବର ଭଲ ପ୍ରଦର୍ଶନ କରିପାରିନାହାନ୍ତି, ହେଲେ ଆଫଗାନିସ୍ତାନ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି । ଏନେଇ ପାକିସ୍ତାନ ଅଧିନାୟକ ବାବର ଆଜମ କହିଛନ୍ତି, "ବର୍ତ୍ତମାନ ଆମର ନଜର ଏସିଆ କପ୍ ଏବଂ ବିଶ୍ବକପ୍ ଉପରେ ରହିଛି । ଆଉ ଏବେ ଆମେ ଏହି ସିରିଜ୍ ଉପରେ ଏଭଳି ଧ୍ୟାନ ଦେବାକୁ ଚାହୁଁଛୁ, ଯାହା କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ହେବାକୁ ଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ୧୭ ଜଣିଆ ସ୍କ୍ବାଡ୍‌ ଘୋଷଣା କଲା BCCI, ଦଳକୁ ଫେରିଲେ ଏହି ୨ ଷ୍ଟାର ଖେଳାଳି

ପ୍ରକାଶଯୋଗ୍ୟ, ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଗ୍ରୁପ୍‌ 'ଏ'ରେ ଭାରତ, ପାକିସ୍ତାନ ଓ ନେପାଳ ରହିଥିଲାବେଳେ ଗ୍ରୁପ୍‌ 'ବି'ରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ରହିଛନ୍ତି । ସମ୍ପୂର୍ଣ୍ଣ ପ୍ରତିଯୋଗିତାରେ ମୋଟ ୧୩ ମ୍ୟାଚ୍‌ ଖେଳାଯିବ । ତେବେ ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଖେଳାଳିଙ୍କୁ ପାକିସ୍ତାନ ପଠାଇବାକୁ ବିସିସିଆଇ ଅମଙ୍ଗ ହେବାପରେ ଏବେ ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ୍‌ ମୋଡ୍‌ରେ ଶ୍ରୀଲଙ୍କା ଓ ପାକିସ୍ତାନରେ ଆୟୋଜିତ ହେବ । ସେଥିମଧ୍ୟରୁ ୪ ମ୍ୟାଚ୍‌ ପାକିସ୍ତାନରେ ଖେଳାଯିବ । ଏହି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ପାକିସ୍ତାନ ଅଧିନାୟକ ବାବର ଆଜମ ତାଙ୍କ ଦଳକୁ ନେଇ ଏଭଳି ବଡ଼ ବିବୃତି ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.