ETV Bharat / lifestyle

ଆପଣଙ୍କ ଓଠ ଫାଟୁଛି କି ? ଏମିତି ନିଅନ୍ତୁ ଯତ୍ନ, ରହିବନି ଟେନସନ - CHAPPED LIPS

ଶୀତ ଦିନେ ଆପଣଙ୍କର ବି ଓଠ ଫାଟୁଛି କି ? ଏମିତି ନିଅନ୍ତୁ ଯତ୍ନ ମିଳିବ ଆରାମ । ଓଠ ରହିବ ନରମ, ମୁଲାୟମ । ଅଧିକ ପଢନ୍ତୁ

ଆପଣଙ୍କର ବି ଓଠ ଫାଟୁଛି କି ? ଜାଣନ୍ତୁ କେମିତି ପାଇବେ ମୁକ୍ତି
ଆପଣଙ୍କର ବି ଓଠ ଫାଟୁଛି କି ? ଜାଣନ୍ତୁ କେମିତି ପାଇବେ ମୁକ୍ତି (ETV Bharat)
author img

By ETV Bharat Lifestyle Team

Published : Nov 17, 2024, 4:43 PM IST

ଶୀତ ଋତୁ ଆସିଲେ ଓଠ ଫାଟିବା ଆରମ୍ଭ ହୁଏ । ଅନେକଙ୍କ ଓଠ ଫାଟିବା ସହ କଳା ପଡିବା ଏବଂ ରକ୍ତସ୍ରାବ ହେବାର ଦେଖାଯାଏ । ସେହି ସମୟରେ ଉପଯୁକ୍ତ ଯତ୍ନର ଅଭାବ ଓ କିଛି ଭୁଲ୍ ଅଭ୍ୟାସ ଓଠ ସମସ୍ୟାକୁ ଆହୁରି ବଢାଇଦିଏ । ଯାହାକି କେବଳ ଯନ୍ତ୍ରଣାଦାୟକ ହୋଇନଥାଏ, ବରଂ ମୁହଁର ସୌନ୍ଦର୍ଯ୍ୟକୁ ମଧ୍ୟ ମିଳନ କରେ । ତେଣୁ ଶୀତ ଦିନେ ଶରୀର ସହ ଓଠର ଯତ୍ନ ନେବା ଜରୁରୀ ହୋଇପଡେ ।

ଉତ୍ତରାଖଣ୍ଡର ଚର୍ମରୋଗ ବିଶେଷଜ୍ଞ ଡାକ୍ତ ଆଶା ସକଲାନୀ କହିଛନ୍ତି, ଓଠର ଚର୍ମ ଅତ୍ୟନ୍ତ ପତଳା ଓ ସମ୍ବେଦନଶୀଳ ହୋଇଥାଏ । ଶରୀରର ଅନ୍ୟ ଅଂଶ ଅପେକ୍ଷା ପାଣିପାଗ ଓ ପରିବେଶରେ ଥିବା ଉପାଦାନଗୁଡିକ ସଂସ୍ପର୍ଶରେ ଶୀଘ୍ର ଆସିଥାଏ । ସାଧାରଣତଃ ଡିହାଇଡ୍ରେସନ, ସଂକ୍ରମଣ, ଟାଣ ଖରାରେ ଅଧିକ ସମୟ ରହିବା କିମ୍ବା କୌଣସି ଔଷଧର ପାର୍ଶ୍ବପ୍ରତିକ୍ରିୟା ଆଦି ବିଭିନ୍ନ କାରଣରୁ ଓଠ ଫାଟେ । ହେଲେ ଶୀତ ଦିନ ହେବା ମାତ୍ରେ ଓଠ ଫାଟିବା ଅତି ସାଧାରଣ ହୋଇଥାଏ ।

ଏହାର କାରଣ ହେଲା ଶୀତ ଦିନେ ଥଣ୍ଡା ପବନ ଚର୍ମକୁ ଶୁଷ୍କ କରିଦିଏ । ଏହାଯୋଗୁଁ ଓଠ ଫାଟିବା ସହ ତ୍ବଚା ମଧ୍ୟ ଶୁଷ୍କ ହୋଇଯାଏ । ଏଥିସହ ଶୀତ ଦିନେ ଲୋକେ କମ୍ ପାଣି ପିଇଥାନ୍ତି । ଫଳରେ ଶରୀରରେ ପର୍ଯ୍ୟାପ୍ତ ପାଣି ଅଭାବରୁ ଫଟା ସମସ୍ୟା ଅଧିକ ବଢିଯାଏ । ସେହିପରି ଶୁଖିଲା ଓଠକୁ ନରମ କରିବା ପାଇଁ ଲୋକେ ବାରମ୍ବାର ଜିଭରେ ଚାଟିଥାନ୍ତି । ଲାଳ ଓଠର ତ୍ବଚାରୁ ଆହୁରି ଅଧିକ ଶୁଷ୍କ କରିଦିଏ । ଆଉ କିଛି ଲୋକ ଅସହଜତା କାରଣରୁ ଓଠ ଉପର ଚର୍ମକୁ ଟାଣି ବାହାର କରିଦିଅନ୍ତି । ଏହା କରିବା ଦ୍ବାରା ଓଠ ଚର୍ମ କ୍ଷତିଗ୍ରସ୍ତ ହେବା ସହ ରକ୍ତସ୍ରାବ ହୁଏ । ଓଠ ଶୁଖିବା ଓ ଫାଟିବା କାରଣରୁ ଏହା କଳା ହେବାକୁ ଲାଗେ ।

ଶୀତ ଦିନେ ଅଧିକ ସମୟ ଯାଏ ସୂର୍ଯ୍ୟକିରଣରେ ରହିବା, ଏହାର ହାନିକାରକ UV (ଅତି ବାଇଗଣୀ ରଶ୍ମି) କିରଣ ଓଠକୁ କଳା ଓ ଶୁଷ୍କ କରିପାରେ । ଏହାବ୍ୟତୀତ ଅଧିକ ଧୂମପାନ କିମ୍ବା କଫିନ ଖାଉଥିବା ଲୋକଙ୍କ ଓଠର ରଙ୍ଗ ମଧ୍ୟ କଳା ହୋଇଥାଏ ।

ଚର୍ମରୋଗ ବିଶେଷଜ୍ଞ କୁହନ୍ତି, ଶୀତ ଋତୁରେ ଓଠକୁ ହାଇଡ୍ରେଟ ରଖିବା, ସୂର୍ଯ୍ୟଙ୍କ କ୍ଷତିକାରକ କିରଣରୁ ରକ୍ଷା କରିବା ଓ ସେଗୁଡିକର ଯତ୍ନ ନେବା ଅତ୍ୟନ୍ତ ଜରୁରୀ । କାରଣ ଓଠ ଶୁଖିବା ଓ ଫାଟିବା କେବଳ ଚେହେରାର ସୌନ୍ଦର୍ଯ୍ୟକୁ ନଷ୍ଟ କରେନି, ଏହି କାରଣରୁ ବେଳେବେଳେ ଓଠର ଶୁଷ୍କତା ଏତେ ବଢିଯାଏ ଯେ, ପାଟି ଖୋଲିବା ଓ ଖାଇବାରେ କଷ୍ଟ ହୁଏ । ରକ୍ତସ୍ରାବ ମଧ୍ୟ ହୋଇଥାଏ ।

ଶୀତ ଦିନେ କେମିତି ନେବେ ଓଠର ଯତ୍ନ ?

ଡଃ ଆଶା ସକଲାନୀ କହିଛନ୍ତି ଯେ, ବିଶେଷକରି ଶୀତ ଦିନେ ଓଠର ବିଶେଷ ଯତ୍ନ ନେବା ଜରୁରୀ । ଉପଯୁକ୍ତ ଯତ୍ନ ସହ କିଛି ଜିନିଷ ପ୍ରତି ଧ୍ୟାନ ଦେଲେ ଓଠ ସୁନ୍ଦର ଓ ନରମ ରହିପାରିବ ।

  • ଓଠକୁ ସବୁବେଳେ ମଇଶ୍ଚରାଇଜ ରଖନ୍ତୁ । ଏଥିପାଇଁ ଦିନରେ ବାରମ୍ବାର ଲିପ୍‌ବାମ କିମ୍ବା ପେଟ୍ରୋଲିୟମ ଜେଲି ଲଗାନ୍ତୁ ।
  • ଓଠ ଚାଟିବାର ଅଭ୍ୟାସ ଛାଡନ୍ତୁ । ଏପରି କଲେ ଓଠ ଅଧିକ ଶୁଷ୍କ ହୋଇଯାଏ ।
  • ପ୍ରଚୁର ପାଣି ପିଅନ୍ତୁ । ଶରୀର ହାଇଡ୍ରେଟ ରହିଲେ ଓଠ ନରମ ଓ ମୁଲାୟନ ରହେ ।
  • ସନସ୍କିନ ଲିପ୍‌ବାମ ବ୍ୟବହାର କରନ୍ତୁ । କାରଣ ଶୀତ ଦିନେ ଓଠକୁ ସୂର୍ଯ୍ୟକିରଣରୁ ରକ୍ଷା କରିବା ଜରୁରୀ ।
  • ନିୟମିତ ବ୍ୟବଧାନରେ ଓଠରେ ନିୟମିତ ନାଚୁରାଲ ସ୍କ୍ରବ କରନ୍ତୁ । ଏଥିପାଇଁ ମହୁ ଓ ଚିନି ମିଶାଇ ଓଠରେ ଧୀରେ ଧୀରେ ଘଷନ୍ତୁ । ଏହା ମୃତ ତ୍ବଚାକୁ ହଟାଇବାରେ ସାହାଯ୍ୟ କରେ ।
  • ରାତିରେ ଶୋଇବା ପୂର୍ବରୁ ଓଠରେ ନଡିଆ ତେଲ, ଘିଅ କିମ୍ବା ଆଲୋଭେରା ଜେଲ୍ ଲଗାନ୍ତୁ ।
  • ଭିଟାମିନ ଇ ଓ ସି ଯୁକ୍ତ ଖାଦ୍ୟ ଖାଆନ୍ତୁ । ଏହା ଓଠକୁ ନରମ ଓ ରଙ୍ଗ ବଜାୟ ରଖିବାରେ ସାହାଯ୍ୟ କରେ ।

ଏହା ମଧ୍ୟ ପଢନ୍ତୁ: ହିଟର ରଡ୍‌ରେ କରୁଛନ୍ତି କି ପାଣି ଗରମ ? ସ୍ବିଚ ଅନ୍ କରିବା ପୂର୍ବରୁ ଜାଣନ୍ତୁ ଏହି ଜରୁରୀ କଥା

ଏହା ମଧ୍ୟ ପଢନ୍ତୁ: ଶୀତ ଦିନେ ରୁପି ସମସ୍ୟା କରନ୍ତୁ ଦୂର, ଆପଣାନ୍ତୁ ଏହି 5 ଘରୋଇ ଉପଚାର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.