ETV Bharat / sports

ଅକ୍ଟୋବର ୨୪ରେ ଭାରତ-ପାକ୍ ଲଢେଇ, ଟି ୨୦ ବିଶ୍ବକପ ସ୍କ୍ବାଡ୍‌ ଘୋଷଣା କଲା ପାକିସ୍ତାନ - T20WorldCup squad

ICC ଟି୨୦ ବିଶ୍ବକପ ୨୦୨୧ ପାଇଁ ଶକ୍ତିଶାଳୀ ୧୫ ଜଣିଆ ସ୍କ୍ବାଡ ଘୋଷଣା କରିଛି ପାକିସ୍ତାନ । ଅଧିକ ପଢନ୍ତୁ...

Pakistan announced 15 member squad for ICC Men's T20WorldCup
ଭାରତକୁ ଟକ୍କର ଦେବାକୁ ଟି୨୦ ବିଶ୍ବକପ ସ୍କ୍ବାଡ୍‌ ଘୋଷଣା କଲା ପାକିସ୍ତାନ
author img

By

Published : Sep 6, 2021, 6:55 PM IST

ହାଇଦ୍ରାବାଦ: ଆଗାମୀ ICC ଟି୨୦ ବିଶ୍ବକପ ୨୦୨୧ ପାଇଁ ଶକ୍ତିଶାଳୀ ୧୫ ଜଣିଆ ସ୍କ୍ବାଡ ଘୋଷଣା କରିଛି ପାକିସ୍ତାନ । ଏଥିସହିତ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ମଧ୍ୟ ସ୍କ୍ବାଡ୍ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ(PCB)। ଅଭିଜ୍ଞ ଖେଳାଳି ଶୋଏବ ମଲିକ୍ ଓ ସର୍ଫରାଜ ଅହମ୍ମଦଙ୍କୁ ସ୍କ୍ବାଡରେ ସ୍ଥାନ ମିଳିନାହିଁ । ବାବର ଆଜମଙ୍କୁ ଟିମର ନେତୃତ୍ବ ଭାର ମିଳିଥିବାବେଳେ ତାଙ୍କ ଡେପୁଟି ଭାବେ ସଦାବ ଖାନ୍ ରହିଛନ୍ତି ।

ଅକ୍ଟୋବର ୨୪ ତାରିଖରେ ଟି୨୦ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ରହିଛି । ଏଥିପାଇଁ ପାକିସ୍ତାନ ଏକ ମଜଭୁତ୍ ଟିମ୍‌ ଘୋଷଣା କରିଛି । ଟି-୨୦ ବିଶ୍ବକପ ପୂର୍ବରୁ ପାକିସ୍ତାନ ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧୪ ମଧ୍ୟରେ ଲାହୋର ଓ ରାୱଲପିଣ୍ଡିରେ ୭ ଟି-୨୦ ମ୍ୟାଚ୍ ଖେଳିବ । ଏହି ସିରିଜ୍ ଜରିଆରେ ପାକିସ୍ତାନ ବିଶ୍ବକପ ପ୍ରସ୍ତୁତି କରିବା ଲକ୍ଷ୍ୟ ରଖିଛି ।

ପାକିସ୍ତାନ ସ୍କ୍ବାଡ: ବାବାର ଆଜମ(କ୍ୟାପଟେନ), ସଦାବ ଖାନ(ଭାଇସ କ୍ୟାପଟେନ୍‌), ଆସିଫ ଅଲୀ, ଆଜମ ଖାନ, ହାରିସ ରୌଫ୍‌, ଫଖର ଜମାନ, ଇମାଦ ୱାସିମ, ଖୁସଦିଲ ଶାହ, ମହମ୍ମଦ ହାଫିଜ, ମହମ୍ମଦ ହସନେନ, ମହମ୍ମଦ ନୱାଜ, ଏସ. ଦାହନି, ମହମ୍ମଦ ରିଜୱାନ, ମହମ୍ମଦ ୱାସିମ ଜୁନିୟର, ସାହିନ ଆଫ୍ରିଦୀ, ସୋଏବ ମାସୁଦ, ହାସନ ଅଲି, ଉସମାନ କ୍ବାଦିର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.