ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କଲେ ପାକିସ୍ତାନ ଷ୍ଟାର ଅଲରାଉଣ୍ଡର

author img

By ETV Bharat Odisha Team

Published : Nov 25, 2023, 7:56 AM IST

ବିଶ୍ବକପ୍‌ 2023ରେ ନିରାଶ ହେବାପରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଦଳରେ ମଧ୍ୟ ସ୍ଥାନ ମିଳିଲାନି । ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କଲେ ପାକିସ୍ତାନ ଷ୍ଟାର ଅଲରାଉଣ୍ଡର ଇମାଦ ୱାସିମ୍‌ । ଅଧିକ ପଢ଼ନ୍ତୁ

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କଲେ ପାକିସ୍ତାନ ଅଲରାଉଣ୍ଡର

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ପାକିସ୍ତାନର ଷ୍ଟାର ଅଲରାଉଣ୍ଡର ଇମାଦ ୱାସିମ୍‌ । ଦୀର୍ଘ ଦିନରୁ ଦଳରେ ସ୍ଥାନ ମିଳୁନଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଏହା ବ୍ୟତୀତ ଦଳରେ ଅନେକ ଖେଳାଳିଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ଭଲ ନଥିବା ବହୁ ଦିନରୁ ଚର୍ଚ୍ଚା ହେଉଥିଲା । ନିକଟରେ ଭାରତରେ ଶେଷ ହୋଇଥିବା ଦିନିକିଆ ବିଶ୍ବକପରେ ମଧ୍ୟ ତାଙ୍କୁ ଦଳରେ ସ୍ଥାନ ଦେଇନଥିଲା ପିସିବି । ଏହାପରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ମଧ୍ୟ ତାଙ୍କୁ ଗୁରୁତ୍ବ ନମିଳିବା ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ନିଜର ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି ।

ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ କରି ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇଛନ୍ତି ଏହି ଷ୍ଟାର ଅଲରାଉଣ୍ଡର । କ୍ରିକେଟ କ୍ୟାରିୟରରେ ସେ ପାଇଥିବା ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇ କ୍ରିକେଟ ଜଗତରୁ ବିଦାୟ ନେଇଛନ୍ତି ଇମାଦ ୱାସିମ୍‌ । ସେ ନିଜ ପୋଷ୍ଟରେ ଲେଖିଛନ୍ତି, "ଅନେକ ଦିନରୁ ମୋ ଅନ୍ତର୍ଜାତୀୟ କ୍ରିକେଟକୁ ନେଇ ଚିନ୍ତା କରୁଥିଲି । କିନ୍ତୁ ବର୍ତ୍ତମାନ କ୍ରିକେଟରୁ ଅବସର ନେବାର ଉଚିତ ସମୟ ବୋଲି ମୁଁ ଅନୁଭବ କରୁଛି । ପ୍ରକିସ୍ତାନ କ୍ରିକେଟ୍‌ ବୋର୍ଡ ତରଫରୁ ମୋତେ ମୋ କ୍ୟାରିୟରରେ ମିଳିଥିବା ସମର୍ଥନ ପାଇଁ ଧନ୍ୟବାଦ । ପାକିସ୍ତାନ ଦଳର ପ୍ରତିନିଧିତ୍ବ କରିବା ସମ୍ମାନଜନକ ବିଷୟ । ପାକିସ୍ତାନ ତରଫରୁ ୧୨୧ଟି ମ୍ୟାଚ୍‌ ଖେଳିବା ମୋର ଏକ ସ୍ବପ୍ନ ସତ ହେବା ଭଳି ଘଟଣା ।"

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ଶୋଚନୀୟ ପ୍ରଦର୍ଶନ ପରେ ପିସିବିରେ ଚହଳ, ଇଞ୍ଜାମାମ୍‌ଙ୍କ ପରେ ବୋଲିଂ କୋଚ୍‌ଙ୍କ ଇସ୍ତଫା

ପାକିସ୍ତାନର ଏହି ଷ୍ଟାର ଅଲରାଉଣ୍ଡର ଇମାଦ ୱାସିମ୍‌ ଜାତୀୟ ଦଳରେ ୫୫ ଦିନିକିଆ ମ୍ୟାଚ୍‌ ଖେଳିଥିବା ବେଳେ ୯୮୬ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୫ ଅର୍ଦ୍ଧଶତକ ସାମିଲ ରହିଛି । ଏଥିରେ ସେ ୪୪ ୱିକେଟ ମଧ୍ୟ ହାସଲ କରିଛନ୍ତି । ସେହିପରି ଟି୨୦ କ୍ୟାରିୟରରେ ମୋଟ ୬୬ଟି ମ୍ୟାଚ୍‌ରୁ ୪୮୬ ରନ୍ ସହିତ ୬୫ଟି ୱିକେଟ ଅକ୍ତିଆର କରିଛନ୍ତି ଇମାଦ । ତେବେ ବିଶ୍ବକପ୍‌ ପରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ ପାକିସ୍ତାନ ଦଳରେ ମଧ୍ୟ ସ୍ଥାନ ପାଇବାରେ ସକ୍ଷମ ହୋଇନାହାନ୍ତି ଅଲରାଉଣ୍ଡର ଇମାଦ ୱାସିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.