ETV Bharat / sports

IPL 2022 Auction: ଦ୍ବିତୀୟ ଦିନରେ ନିଲାମୀ ଜାରି, ନବଦୀପଙ୍କୁ ୨.୬୦ କୋଟିରେ କିଣିଲା ରାଜସ୍ଥାନ - Pacer Navdeep Saini SOLD to rajasthanroyals

ଦ୍ବିତୀୟ ଦିନରେ ଜାରି ରହିଛି ଖେଳାଳି ଅକ୍ସନ ପ୍ରକ୍ରିୟା । ମନ୍ଦୀପ ସିଂଙ୍କୁ ୧ କୋଟି ୧୦ ଲକ୍ଷରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ । ରାହଣେଙ୍କୁ ୧ କୋଟି ଟଙ୍କାରେ କିଣିଛି କୋଲକାତା ନାଇଟରାଇଡର୍ସ । ଜୟନ୍ତ ଯାଦବଙ୍କୁ ୧ କୋଟି ୭୦ ଲକ୍ଷରେ କିଣିଛି ଗୁଜୁରାଟ ଟାଇଟନ । ଅଧିକ ପଢନ୍ତୁ

ନବଦୀପଙ୍କୁ ୨କୋଟି ୬୦ ଲକ୍ଷରେ କିଣିଲା ରାଜସ୍ଥାନ

author img

By

Published : Feb 13, 2022, 2:09 PM IST

ବେଙ୍ଗାଲୁରୁ: ଆରମ୍ଭ ହୋଇଛି ଆଇପିଏଲ ମେଗା ନିଲାମ । ଦ୍ବିତୀୟ ଦିନରେ ଜାରି ରହିଛି ଖେଳାଳି ଅକ୍ସନ ପ୍ରକ୍ରିୟା । ନବଦୀପଙ୍କୁ ୨ କୋଟି ୬୦ ଲକ୍ଷରେ କିଣିଛି ରାଜସ୍ଥାନ ରୟାଲ୍ସ । ସେହିପରି ମନ୍ଦୀପ ସିଂଙ୍କୁ ୧ କୋଟି ୧୦ ଲକ୍ଷରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ । ରାହଣେଙ୍କୁ ୧ କୋଟି ଟଙ୍କାରେ କିଣିଛି କୋଲକାତା ନାଇଟରାଇଡର୍ସ । ଜୟନ୍ତ ଯାଦବଙ୍କୁ ୧ କୋଟି ୭୦ ଲକ୍ଷରେ କିଣିଛି ଗୁଜୁରାଟ ଟାଇଟନ । କେ. ଗୌତମଙ୍କୁ ୯୦ ଲକ୍ଷରେ କିଣିଛି ଲକ୍ଷ୍ନୌ । ଶିବମ ଦୁବେଙ୍କୁ ୪ କୋଟିରେ କିଣିଲା ଚେନ୍ନାଇ । ଚେତନ ସାକାରିୟାଙ୍କୁ ୪ କୋଟି ୨ଲକ୍ଷରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ । ବିଜୟ ଶଙ୍କରଙ୍କୁ ୧ କୋଟି ୪୦ ଲକ୍ଷରେ କିଣିଲା ଗୁଜୁରାଟ ଟାଇଟନ ।

ସେହିପରି ଶ୍ରୀଲଙ୍କା ଖେଳାଳି ଦୁଷ୍ମନ୍ତ ଚାମେରାଙ୍କୁ ୨ କୋଟିରେ କିଣିଛି ଲକ୍ଷ୍ମୌ । ଜୟଦେବ ଉନାଦକତଙ୍କୁ ୧ କୋଟି ୩୦ ଲକ୍ଷରେ କିଣିଲା ମୁମ୍ବାଇ ଇଣ୍ଡିୟାନ୍ସ । ଭାରତୀୟ ଖେଳାଳି ଖଲିଲ ଅହମ୍ମଦଙ୍କୁ ୫ କୋଟି ୨୫ ଲକ୍ଷରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ । ଇଷାନ୍ତ ଶର୍ମା, ଚେତଶ୍ବର ପୂଜାର ଓ ସୌରଭ ତିୱାରୀଙ୍କୁ କେହି କିଣିଲେ ନାହିଁ । ଦକ୍ଷିଣ ଆଫ୍ରିକା ଖେଳାଳି ଲୁଙ୍ଗିସାନିଙ୍କୁ କେହି କିଣିଲେ ନାହିଁ ।

ପ୍ରଥମ ଦିନରେ ମୋଟ ୭୪ ଜଣ ଖେଳାଳି ବିକ୍ରି ହୋଇଛନ୍ତି । ୧୦ ଫ୍ରାଞ୍ଚାଇଜ ମୋଟ ୩,୮୮, ୧୦,୦୦,୦୦୦ କୋଟି ଟଙ୍କାରେ ଖେଳାଳିଙ୍କୁ କ୍ରୟ କରିଛନ୍ତି । ମୋଟ ୬୦୦ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିବାବେଳେ ୨୧୭ ଜଣ ଖେଳାଳି ବିକ୍ରି ହେବାର କାର୍ଯ୍ୟକ୍ରମ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.