ETV Bharat / sports

U19 WC: ପୃଥ୍ବୀ ଶ'ଙ୍କ ନେତୃତ୍ବରେ ଆଜିର ଦିନରେ ଭାରତ ବନିଥିଲା ବିଶ୍ବ ଚମ୍ପିଆନ

author img

By

Published : Feb 3, 2022, 5:01 PM IST

ଭାରତୀୟ କ୍ରିକେଟ ପାଇଁ ଆଜିର ଦିନ ଏକ ସ୍ମରଣୀୟ ଦିନ । ତିନିବର୍ଷ ତଳେ ଆଜିରେ ଦିନରେ(ଫେବୃଆରୀ ୩) ଚତୁର୍ଥ ଥର ପାଇଁ ICC ୧୯ ବର୍ଷରୁ କମ ବିଶ୍ବକପ ଟ୍ରଫି ବିଜେତା ହୋଇଥିଲା ଭାରତ । ଅଧିକ ପଢନ୍ତୁ

On this day in 2018: India lifted record 4th U19 WC title
U19 WC: ପୃଥ୍ବୀ ଶ'ଙ୍କ ନେତୃତ୍ବରେ ଆଜିର ଦିନରେ ଭାରତ ବନିଥିଲା ବିଶ୍ବ ଚମ୍ପିଆନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପାଇଁ ଆଜିର ଦିନ ଏକ ସ୍ମରଣୀୟ ଦିନ । ତିନିବର୍ଷ ତଳେ ଆଜିରେ ଦିନରେ(ଫେବୃଆରୀ ୩) ଚତୁର୍ଥ ଥର ପାଇଁ ICC ୧୯ ବର୍ଷରୁ କମ ବିଶ୍ବକପ ଟ୍ରଫି(U19 WC title) ବିଜେତା ହୋଇଥିଲା ଭାରତ । ତାଉରଙ୍ଗାର ବେ ଓଭାଲରେ ଖେଳାଯାଇଥିବା ୨୦୧୮ ସଂସ୍କରଣର ୧୯ ବର୍ଷରୁ କମ କ୍ରିକେଟ ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇ ଚାମ୍ପିଅନ ହୋଇଥିଲା ଜୁନିଅର ଟିମ ଇଣ୍ଡିଆ ।

On this day in 2018: India lifted record 4th U19 WC title
୧୯ବର୍ଷରୁ କମ ବିଶ୍ବକପ ୨୦୧୮ ଚମ୍ପିଆନ ଭାରତୀୟ ଟିମ

ପୃଥ୍ବୀ ଶ'ଙ୍କ ନେତୃତାଧୀନ ଭାରତୀୟ ଟିମ ଟୁର୍ନାମେଣ୍ଟରେ ଅପରାଜେୟ ରହିବା ସହ ସମସ୍ତ ୬ଟି ମ୍ୟାଚ୍‌ ଜିତିଥିଲା । ସେମିଫାଇନାଲରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପକିସ୍ତାନକୁ ୨୦୩ ରନ୍‌ରେ ହରାଇ ଅଷ୍ଟ୍ରେଲିଆ ସହ ଫାଇନାଲ ଖେଳିବାକୁ ଉନ୍ନିତ ହୋଇଥିଲା ଭାରତ । ଫାଇନାଲରେ ୨୧୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛାକରିଥିଲା ପୃଥ୍ବୀ ଶ'ଙ୍କ ଟିମ । ଓପନର ମନଜୋତ୍‌ କାଲ୍ରାଙ୍କ ଅପରାଜିତ ୧୦୧ ରନ୍‌ର ମ୍ୟାଚ୍‌ ବିଜୟୀ ଶତକୀୟ ଇଂନିସ ଓ ୱିକେଟ କିପର ହାର୍ବିକ ଦେଶାଇଙ୍କ ଅପରାଜିତ ୪୭ ରନ୍‌ ଖେଳିଥିଲେ । ଫଳରେ ୩୮.୫ ଓଭରରେ ଭାରତ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

ଦୁଇ ଓପନର ପୃଥ୍ବୀ ଶ ଓ କାଲ୍ରାଙ୍କ ମଧ୍ୟରେ ୭୧ ରନ୍‌ର ଭାଗିଦାରୀ ହୋଇଥିଲା । ଶ ୨୯ ରନ୍‌ କରି ଆଉଟ୍‌ ହେବାପରେ ଶୁଭମନ ଗିଲ୍‌ ଦ୍ବିତୀୟ ୱିକେଟ ଯୋଡିରେ କାଲ୍ରାଙ୍କ ସହ ମିଶି ୭୦ ରନ୍‌ର ଭାଗିଦାରୀ କରିଥିଲେ । ଗିଲ୍‌ ୩୧ ରନ୍‌ରେ ଆଉଟ୍‌ ହେବାପରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ପାଇଁ ସାମାନ୍ୟ ଆଶା ସୃଷ୍ଟି ହୋଇଥିଲା ମାତ୍ର କାଲ୍ରା ଓ ଦେଶାଇ ଆଉ ଏକ ଦମଦାର ଅର୍ଦ୍ଧଶତକୀୟ ଭାଗିଦାରୀ ବଳରେ ଭାରତକୁ ବିଜୟୀ କରାଇଥିଲେ ।

ପୃଥ୍ବୀ ଶ'ଙ୍କ ନେତୃତ୍ବରେ ଆଜିର ଦିନରେ ଭାରତ ବନିଥିଲା ବିଶ୍ବ ଚମ୍ପିଆନ

ପୂର୍ବରୁ ବୋଲର୍‌ଙ୍କ କମାଲ ବଳରେ ଅଷ୍ଟ୍ରେଲିଆକୁ ୨୧୬ ରନ୍‌ରେ ଅଲଆଉଟ୍‌ କରିଥିଲା ଭାରତ । ବିଶେଷ କରି ଭାରତୀୟ ସ୍ପିନରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ୧୮୩ ରନ୍‌ରେ ୪ ୱିକେଟ ହରାଇ ବଡ ସ୍କୋର ଆଡକୁ ଅଗ୍ରସର ହେଉଥିବା ଅଷ୍ଟ୍ରେଲିଆକୁ ୨୧୬ ରନ୍‌ରେ ରୋକିଥିଲେ ଭାରତୀୟ ବୋଲର୍‌ । ୩୩ ରନ୍‌ ମଧ୍ୟରେ ଶେଷ ୬ ୱିକେଟ ହରାଇଥିଲା କଙ୍ଗାରୁ ଟିମ୍‌ । ମ୍ୟାଚ୍‌ ବିଜୟୀ ଇଂନିସ ପାଇଁ କାଲ୍ରାମ୍ୟାଚ୍‌ ଅଫ୍‌ ଦ ମ୍ୟାଚ୍‌ ଓ ଶୁଭମନ ଗିଲ୍‌ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଏକାଧିକ ନୂଆ ରେକର୍ଡ ସହ ଗିଲ୍‌ ବିଶ୍ବକପ ଟୁର୍ନାମେଣ୍ଟରେ ୩୭୩ ରନ୍‌ ସଂଗ୍ରହ କରିଥିଲେ ।

ଏହି ସମ୍ମାନଜନକ ଟୁର୍ନାମେଣ୍ଟର ଚଳିତ ସଂସ୍କରଣରେ ୟଶ ଦୁଲ୍‌ଙ୍କ ନେତୃତାଧୀନ ଭାରତୀୟ ଟିମ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଶନିବାର ଇଂଲଣ୍ଡ ବିପକ୍ଷରେ ଫାଇନାଲ ମ୍ୟାଚ୍‌ ଖେଳିବ ଟିମ ଇଣ୍ଡିଆ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.