ETV Bharat / sports

2008 ଅଗଷ୍ଟ ୧୮, ଅନ୍ତର୍ଜାତୀୟ କ୍ରିକେଟରେ ପାଦ ରଖିଥିଲେ ବିରାଟ - ଅନ୍ତର୍ଜାତୀୟ କ୍ରିକେଟ

13 ବର୍ଷ ପୂର୍ବେ ଆଜିର ଦିନରେ ଅନ୍ତର୍ଜାତୀୟ କ୍ରିକେଟରେ ଯୋଡି ହୋଇଥିଲା ବିରାଟ କୋହଲିଙ୍କ ନାମ । ଆଜିର ଦିନରେ ଭାରତ ପାଇଁ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ ଭାରତର ଅଧିନାୟକ ବିରାଟ କୋହଲି । ଅଧିକ ପଢନ୍ତୁ...

ଅନ୍ତର୍ଜାତୀୟ କ୍ରିକେଟରେ ପାଦ ରଖିଥିଲେ ବିରାଟ
ଅନ୍ତର୍ଜାତୀୟ କ୍ରିକେଟରେ ପାଦ ରଖିଥିଲେ ବିରାଟ
author img

By

Published : Aug 18, 2021, 2:30 PM IST

ନୂଆଦିଲ୍ଲୀ: 13 ବର୍ଷ ପୂର୍ବେ ଆଜିର ଦିନରେ ଅନ୍ତର୍ଜାତୀୟ କ୍ରିକେଟରେ ଯୋଡି ହୋଇଥିଲା ବିରାଟ କୋହଲିଙ୍କ ନାମ । ଆଜିର ଦିନରେ ଭାରତ ପାଇଁ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ ଭାରତର ଅଧିନାୟକ ବିରାଟ କୋହଲି । ପ୍ରଥମ ମ୍ୟାଚରେ ମାତ୍ର ୧୨ ରନ କରିଥିଲେ ସତ ହେଲେ ଧୀରେ ଧୀରେ ତାଙ୍କ ବ୍ୟାଟ କମାଲ କରିଥିଲା ଆଉ ରନର ବର୍ଷା ହୋଇଥିଲା ।

ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ କୋହଲି । ମ୍ୟାଚରେ ଭଲ ପ୍ରଦର୍ଶନ କରିନଥିଲେ । ୨୨ଟି ବଲ ଖେଳି ପଡିଆରେ ୩୩ ମିନିଟ ଧରି ସଂଘର୍ଷ କରି ମାତ୍ର ୧୨ ରନ କରିଥିଲେ । ଅଷ୍ଟମ ଓଭରରେ କୁଳଶେଖରଙ୍କ ବଲରେ ଆଉଟ ହୋଇଥିଲେ କୋହଲି । ସମୁଦାୟ ୫ଟି ମ୍ୟାଚ ଖେଳି ସେ ମାତ୍ର ୫୦ ରନ କରିଥିଲେ । ୧୪ଟି ମ୍ୟାଚ ଖେଳିବା ପରେ ପ୍ରଥମ ଶତକ ହାସଲ କରିଥିଲେ କ୍ୟାପଟେନ କୋହଲି । ଏହା ପରେ ୨୦୦୯ରେ କୋଲକାତାରେ ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରିଥିଲେ ବିରାଟ ।

ବର୍ତ୍ତମାନ ସୁଦ୍ଧା ବିରାଟ ୨୫୪ଟି ଦିନିକିଆ ମ୍ୟାଚ ଖେଳି ସାରିଛନ୍ତି । ୧୨,୧୬୯ ରନ କରିଛନ୍ତି । ପାକିସ୍ତାନ ବିପକ୍ଷରେ ସେ ସର୍ବାଧିକ ୧୮୩ ରନ କରିଥିଲେ । ରନ ସଂଗ୍ରହରେ ବର୍ତ୍ତମାନ ଦ୍ବିତୀୟ ସ୍ଥାନରେ ରହିଛନ୍ତି କୋହଲି । ଏହା ସହିତ କ୍ରିକେଟରେ ସର୍ବୋତ୍ତମ ରନ ସଂଗ୍ରହକାରୀ ଭାବରେ ଇତିହାସ ରଚି ସାରିଛନ୍ତି କ୍ଯାପଟେନ କୋହଲି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.