ETV Bharat / sports

Boxing day Test: ଯେବେ ବିଶ୍ବ ଦେଖିଥିଲା ବୀରୁଙ୍କ ବିସ୍ଫୋରକ ବ୍ୟାଟିଂ

author img

By

Published : Dec 26, 2021, 9:26 PM IST

ସ୍ମୃତିରେ ଭାରତୀୟ ବିସ୍ଫୋରକ ଓପନର ବିରେନ୍ଦ୍ର ସେହ୍ବାଗଙ୍କ ବକ୍ସିଂ ଡେ ୧୯୫ ରନ୍‌ର ଇଂନିସ । ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ ମାରାଥନ ଇଂନିସ । ଅଧିକ ପଢନ୍ତୁ

On this day in 2003: Sehwag hit 195 against Aus at MCG
Boxing day Test: ଯେବେ ବିଶ୍ବ ଦେଖିଥିଲା ବୀରୁଙ୍କ ବିସ୍ଫୋରକ ବ୍ୟାଟିଂ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପନର ବିରେନ୍ଦ୍ର ସେହ୍ବାଗ ବିଶ୍ବ କ୍ରିକେଟର ଅନ୍ୟତମ ବିସ୍ଫୋରକ ବ୍ୟାଟ୍‌ର ଭାବେ ପରିଚିତ । ବଡ୍‌ ସଟ୍‌ ଖେଳି ଶତକ କିମ୍ବା ଦ୍ବିଶତକ ପୂରଣ ହେଉ ଅବା ପ୍ରଥମ ବଲ୍‌କୁ ବାଉଣ୍ଡ୍ରୀ ବାହାରକୁ ପଠାଇବା ହେଉ କ୍ରିକେଟ ମୈଦାନରେ ବୋଲରଙ୍କ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ଥିଲେ ସେହ୍ବାଗ । ଫଳରେ ବୀରୁଙ୍କ ଧୂଆଁଧାର ବ୍ୟାଟିଂକୁ ମନଭରି ମଜା ଉଠାଉଥିଲେ କ୍ରିକେଟ ଫ୍ୟାନ୍ସ । ତେବେ ଆଜିକୁ ଠିକ୍‌ ୧୮ ବର୍ଷ ତଳେ ଅର୍ଥାତ ବର୍ଷ ୨୦୦୩ ଡିସେମ୍ବର ୨୬ରେ ସେହ୍ବାଗ ଖେଳିଥିବା ଏକ ଇଂନିସ ଏବେବି ସ୍ମରଣୀୟ ହୋଇରହିଛି ।

ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ(MCG)ରେ ଅଷ୍ଟ୍ରେଲିଆ ବିପକ୍ଷରେ ବକ୍ସିଂ ଡେ'ରେ ସେହ୍ବାଗ ଖେଳିଥିଲେ ମାରାଥନ 195 ରନ୍‌ର ଇଂନିସ । ଏହା ଟିମ ଇଣ୍ଡିଆର ୨୦୦୩/୦୪ ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଟେଷ୍ଟ ଥିଲା । ଆକାଶ ଚୋପ୍ରାଙ୍କ ସହ ସେହ୍ବାଗ ଭାରତୀୟ ଇଂନିସର ଆରମ୍ଭ କରିଥିଲେ ଓ ଐତିହାସିକ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ କଙ୍ଗାରୁ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ । ୨୩୩ ବଲ୍‌ରେ ୨୯୫ ରନ୍‌ର ଇଂନିସ ଖେଳିଥିଲେ ଓ ଏହି ଇଂନିସରେ ୨୫ଟି ଚୌକା ଓ ୫ଟି ଛକା ସାମିଲ ରହିଥିଲା ।

ଏହାମଧ୍ୟ ପଢନ୍ତୁ: Yearender 2021: ବିଶ୍ବକ୍ରୀଡା ମଞ୍ଚରେ ଭାରତୀୟ ଆଥଲେଟ୍‌ଙ୍କ ଚମତ୍କାର

ତେବେ ମାତ୍ର ୫ ରନ୍‌ ପାଇଁ ଦ୍ବିଶତକ ହାତଛଡା କରିଥିଲେ ସେହ୍ବାଗ । ମାତ୍ର ସେହ୍ବାଗଙ୍କ ମାରାଥନ ଇଂନିସ ବଳରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ପରେ ଭାରତ ପ୍ରଥମ ଇଂନିସରେ ୩୬୬ ରନ୍‌ ସଂଗ୍ରହ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ରିକି ପଣ୍ଟିଂ ଦ୍ବିଶତକ ହାସଲ କରିବା ସହ ସେହ୍ବାଗଙ୍କ ରନ୍‌କୁ ଟପିଯାଇଥିଲେ ଓ ଟେଷ୍ଟ କ୍ରିକେଟରେ ନିଜର ସର୍ବଶ୍ରେଷ୍ଠ ସ୍କୋର କରିଥିଲେ । ପଣ୍ଟିଂ ୨୫୭ ରନ୍‌ର ଇଂନିସ ଖେଳିବା ସହ ଭ୍ରମଣକାରୀ ବୋଲରଙ୍କୁ ନିରାଶ କରିଥିଲେ ।

ମାଥ୍ୟୁ ହେଡେନ ମଧ୍ୟ ୧୩୬ ରନ୍‌ର ଇଂନିସ ଖେଳିଥିଲେ ଓ ଘରୋଇ ଟିମ୍‌ର ସ୍କୋର ୫୫୮ ହୋଇଥିଲା ।

ପରେ ଦ୍ବିତୀୟ ଇଂନିସରେ ଭାରତୀୟ ବ୍ୟାଟିଂ ଧରାଶାୟୀ ହୋଇଥିଲା ଓ ଷ୍ଟିଭ ୱଙ୍କ ଟିମ ୨୮୬ ରନ୍‌ରେ ଟିମ ଇଣ୍ଡିଆକୁ ଅଲଆଉଟ୍‌ କରିଥିଲା । ପରେ ୯୫ ରନ୍‌ର ସହଜସାଧ୍ୟ ବିଜୟକୁ ହାସଲ କରି ୯ ୱିକେଟରେ ବିଜୟୀ ହୋଇଥିଲା ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.