ETV Bharat / sports

ସୌରାଷ୍ଟ୍ର ବିପକ୍ଷରେ ଓଡ଼ିଶାର ନୈରାଶ୍ୟ ଜନକ ପ୍ରଦର୍ଶନ - ଓଡ଼ିଶା ରଣଜୀ ଖବର

ଗ୍ରୁପ୍‌ ଡି'ର ଦ୍ବିତୀୟ ମ୍ୟାଚ୍‌ରେ ସୌରାଷ୍ଟ୍ର ବିପକ୍ଷରେ ଟିମ୍‌ ଓଡ଼ିଶା ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ପ୍ରଥମ ଇନିଂଶରେ ସୌରାଷ୍ଟ୍ର ୫୦୧ରନ୍‌ କରି ଅଲ ଆଉଟ ହୋଇଛି । ଅଧିକ ପଢ଼ନ୍ତୁ

ସୌରାଷ୍ଟ୍ର ବିପକ୍ଷରେ ଓଡ଼ିଶାର ନୈରାଶ୍ୟ ଜନକ ପ୍ରଦର୍ଶନ

author img

By

Published : Feb 25, 2022, 9:20 PM IST

ଅହମ୍ମଦାବାଦ: ଗ୍ରୁପ୍‌ ଡି'ର ଦ୍ବିତୀୟ ମ୍ୟାଚ୍‌ରେ ସୌରାଷ୍ଟ୍ର ବିପକ୍ଷରେ ଟିମ୍‌ ଓଡ଼ିଶା ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ପ୍ରଥମ ଇନିଂସରେ ସୌରାଷ୍ଟ୍ର ୫୦୧ରନ୍‌ କରି ଅଲ ଆଉଟ ହୋଇଛି । ଜବାବରେ ଓଡ଼ିଶା ମାତ୍ର ୫୨ ରନ୍‌ କରି ୩ ୱିକେଟ ହରାଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳା ଯାଉଛି ।

ଏହି ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଚିରାଗ ଜାନି ୩୭୩ ବଲ୍‌ରେ ୨୩୫ ରନ୍‌ କରି ଓଡ଼ିଶାର ବୋଲରଙ୍କୁ ଧରାଶାୟୀ କରି ଦେଇଥିଲେ । ଏଥିରେ ୩୩ଟି ଚୌକା ସାମିଲ ଥିବା ବେଳଏ ୪ଟି ଛକା ସାମିଲ ଥିଲା । ଟିମ୍‌ ଓଡ଼ିଶାକୁ ଏହି ମ୍ୟାଚ ଜିତିବାକୁ ହେଲେ ଏହି ପାହାଡ଼ ଭଳି ସ୍କୋର୍‌କୁ ପାର୍‌ କରିବାକୁ ହେବ ।

ଓଡ଼ିଶା ପକ୍ଷରୁ ବାମହାତୀ ସ୍ପିନର ଜୟନ୍ତ ବେହେରା ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି । ସେ ୧୪୮ ରନ୍‌ ଖର୍ଚ୍ଚ କରି ୪ ୱିକେଟ ଅକ୍ତିଆର କରିଛନ୍ତି । ବସନ୍ତ ମହାନ୍ତି ୮୨ ରନ୍‌ ଖର୍ଚ୍ଚ କରି ଦୁଇଟି ୱିକେଟ ନେବାକୁ ସକ୍ଷମ ହୋଇ ପାରିଛନ୍ତି । ଓଡ଼ିଶା ତାର ପ୍ରଥମ ଇନିଂସ ଆରମ୍ଭ କରିଥିବା ବେଳେ ମାତ୍ର ୨୬ ଓଭରରେ ୫୨ ରନ୍‌ କରି ୩ ୱିକେଟ ହରାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.