କଟକ: କ୍ରିକେଟକୁ ଅଲବିଦା କହିଲେ ଓଡିଶା କ୍ରିକେଟର ପରେଶ ପଟେଲ । ଦୀର୍ଘ ଦିନ ଧରି ଓଡିଶା କ୍ରିକେଟ ସଂଘ(OCA)ରେ କ୍ରିକେଟ କ୍ୟାରିୟରରେ ଆଜି ପୂର୍ଣ୍ଣଛେଦ ଆଣିଛନ୍ତି ପରେଶ । ଏଥିସହ ପରେଶଙ୍କ 17 ବର୍ଷର କ୍ରିକେଟ କ୍ୟାରିୟର ଶେଷ ହୋଇଛି । ବିଧିବଦ୍ଧ ଭାବେ ସେ OCA ନିକଟକୁ ନିଜର ଅବସର ପତ୍ର ପଠାଇଛନ୍ତି ।
-
All Rounder Paresh Patel has announced his retirement from all formats of the game with immediate effect. @cricket_odisha #pareshpatel pic.twitter.com/1JsXF319Mh
— Odisha Cricket Association (@cricket_odisha) January 22, 2022 " class="align-text-top noRightClick twitterSection" data="
">All Rounder Paresh Patel has announced his retirement from all formats of the game with immediate effect. @cricket_odisha #pareshpatel pic.twitter.com/1JsXF319Mh
— Odisha Cricket Association (@cricket_odisha) January 22, 2022All Rounder Paresh Patel has announced his retirement from all formats of the game with immediate effect. @cricket_odisha #pareshpatel pic.twitter.com/1JsXF319Mh
— Odisha Cricket Association (@cricket_odisha) January 22, 2022
ଏହାମଧ୍ୟ ପଢନ୍ତୁ: ବିନା ଦର୍ଶକରେ ଭାରତରେ ଖେଳାଯିବ IPL 2022
2005-06 ମସିହାରେ ରଣଜୀ ସିଜନରେ ଓଡିଶା କ୍ରିକେଟରେ ପାଦ ଥାପିଥିଲେ ପରେଶ । କ୍ୟାରିୟରରେ 20ଟି ପ୍ରଥମ ଶ୍ରେଣୀ ମ୍ୟାଚ୍, 36 ଲିଷ୍ଟ ଏ ମ୍ୟାଚ୍ ଓ 32 ଟି-20 ମ୍ୟାଚ୍ ଖେଳିଛନ୍ତି ପରେଶ । ପରେଶଙ୍କ ଅବସର ଘୋଷଣା ନିଷ୍ପତ୍ତିକୁ ସମ୍ମାନ ଜଣାଇବା ସହ ସଫଳ ଭବିଷ୍ୟ କାମନା କରିଛି ଓଡିଶା କ୍ରିକେଟ ଆସୋସିଏସନ(OCA) ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ