ETV Bharat / sports

Ranji Trophy: ଅହମ୍ମଦାବାଦ ଅଭିମୁଖେ ବାହାରିଲା ଓଡିଶା କ୍ରିକେଟ ଟିମ୍

author img

By

Published : Feb 10, 2022, 6:15 PM IST

ରଣଜୀ ଅଭିଯାନ ପାଇଁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା ଆରମ୍ଭ କଲା ଓଡିଶା ଦଳ । ୧୭ରୁ ମ୍ୟାଚ ଆରମ୍ଭ । ଅଧିକ ପଢନ୍ତୁ

Ranji Trophy: ଅହମଦାବାଦ ଅଭିମୁଖେ ବାହାରିଲା ଓଡିଶା କ୍ରିକେଟ ଟିମ୍

କଟକ: ରଣଜୀ ଅଭିଯାନ ପାଇଁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା ଆରମ୍ଭ କଲା ଓଡିଶା ଦଳ । 17 ତାରିଖରେ ଗୋଆ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ଟିମ ଓଡିଶା । ତେବେ ଏହି ଗସ୍ତ ପରେ 10 ରୁ 14 ତାରିଖ ପର୍ଯ୍ୟନ୍ତ କ୍ଵାରେଣ୍ଟଇନରେ ରହିବ ଦଳ ।

ଏହାପରେ ଦୁଇ ଦିନିଆ ଅଭ୍ୟାସ କରିବ ଶୁଭ୍ରାଂଶୁ ବାହିନୀ । ଚଳିତ ରଣଜୀ ସଂସ୍କରଣରେ ଓଡିଶା ଡି ଗ୍ରୁପରେ ରହିଛି । ପ୍ରଥମ ମ୍ୟାଚରେ ଗୋଆକୁ ଭେଟିବାକୁ ଥିବାବେଳେ ଦ୍ୱିତୀୟ ଓ ତୃତୀୟରେ ଯଥାକ୍ରମେ ସୌରାଷ୍ଟ୍ର ଓ ମୁମ୍ବାଇକୁ ଭେଟିବ ଓଡିଶା ଟିମ୍ । ତେବେ ଏଇ ଗସ୍ତ ପୂର୍ବରୁ 20 ଜଣିଆ ଟିମ ଘୋଷଣା କରିଥିଲା ଓଡିଶା କ୍ରିକେଟ ସଂଘ । ଯେଉଁଥିରେ ଶୁଭ୍ରାଂଶୁ ସେନାପତିଙ୍କୁ ମିଳିଥିଲା ଅଧିନାୟକ ଭାର ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.