ETV Bharat / sports

ହାଇଦ୍ରାବାଦ ଟିମରେ ଚୟନ ପରେ ଓଡିଆ ଜୁନିଅର୍ କ୍ରିକେଟର ମାନସଙ୍କ ପ୍ରତିକ୍ରିୟା

author img

By

Published : Sep 1, 2022, 5:05 PM IST

Updated : Sep 1, 2022, 5:10 PM IST

ଓଡିଆ ଜୁନିଅର କ୍ରିକେଟର ମାନସ ଖାରା ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ପକ୍ଷରୁ ଭାରତ ବନାମ ଶ୍ରୀଲଙ୍କା ଅଭ୍ୟାସ ମ୍ୟାଚ୍‌ ଖେଳିବେ । ଜଣେ ଓଡିଆ ପୁଅ ଭାବେ ମାନସ ଖାରାଙ୍କ ଏ ସଫଳତା ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ ଜୁନିଅର୍ ଟିମରେ ଖେଳିବେ ଓଡିଆ ପୁଅ

ହାଇଦ୍ରାବାଦ: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ ହାଇଦ୍ରାବାଦରେ ୧୯ ବର୍ଷରୁ କମ ଶ୍ରୀଲଙ୍କା କ୍ରିକେଟ ଟିମ ବିପକ୍ଷରେ ଏକ ମ୍ୟାଚ୍‌ ଖେଳିବ ଭାରତୀୟ ଟିମ (India VS Sri Lanka)। ଏଥିପାଇଁ ୨୦ ଜଣିଆ ସ୍କ୍ବାଡ୍‌ ଘୋଷଣା କରିଛି ହାଇଦ୍ରାବାଦ କ୍ରିକେଟ ଆସୋସିଏସନ(HCA) । ଅକ୍ଟୋବର ୧୫ରେ ଏହି ମ୍ୟାଚ୍‌ ଖେଳାଯିବା ନେଇ ମ୍ୟାଚ୍‌ ସୂଚୀ ରହିଛି । ଏହି ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ସ୍ଥାନ ପାଇଛନ୍ତି ଓଡିଆ ପୁଅ ମାନସ ଖାରା । ଏହି ମ୍ୟାଚ୍‌ ଟି୨୦ ଫର୍ମାଟରେ ଖେଳାଯିବ ଓ ଏହା ଏକ ଚ୍ୟାରିଟି ମ୍ୟାଚ୍‌(Charity Games) ବୋଲି କହିଛନ୍ତି ମାନସ । HCA ଏହି ମ୍ୟାଚ୍‌ର ଆୟୋଜକ ରହିଛି ।

ହାଇଦ୍ରାବାଦ ଜୁନିଅର୍ ଟିମରେ ଚୟନ ପରେ ଓଡିଆ ପୁଅ ମାନସଙ୍କ ପ୍ରତିକ୍ରିୟା

ଓଡିଆ ଜୁନିଅର କ୍ରିକେଟର (Junior Cricketer Manas Khara) ମାନସ ଖାରା ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ପକ୍ଷରୁ ଏହି ମ୍ୟାଚ୍‌ ଖେଳିବେ । ପୂର୍ବରୁ ଖେଳାଯାଇଥିବା ବିଭିନ୍ନ ଜୁନିଅର ବସୟ ବର୍ଗର ମ୍ୟାଚ୍‌ରେ ଭଲ ପ୍ରଦର୍ଶନ ପାଇଁ ମାନସଙ୍କୁ ମନୋନୀତ କରାଯାଇଛି । ଯୁବ କ୍ରିକେଟର ମାନସ ଦୀର୍ଘ ୩ ବର୍ଷ ଧରି ହାଇଦ୍ରାବାଦରେ ରହି କ୍ରିକେଟ ପ୍ରଶିକ୍ଷଣ ନେଉଛନ୍ତି ଓ ନିଜର ପ୍ରଦର୍ଶନ ବଳରେ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର(Hyderabad Cricket Association) ଜୁନିଅର ଟିମରେ ସ୍ଥାନ ପାଇଛନ୍ତି । ମୋଟ ୧୬ ଜଣ ଖେଳାଳିଙ୍କୁ ଜୁନିଅର ଦଳରେ ଚୟନ କରାଯାଇଛି ଓ ୪ ଜଣ ଖେଳାଳିଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଛି ।

ମାନସଙ୍କ ଘର ରାୟଗଡା ଜିଲ୍ଲା କାଶୀପୁର ବ୍ଳକରେ । ନିକଟରେ ହଇଜା ଓ ଝାଡାବାନ୍ତି ସଂକ୍ରମଣ ନେଇ କାଶୀପୁର ଚର୍ଚ୍ଚାରେ ରହିଥିଲା ଓ ଲୋକଙ୍କ ଜୀବନହାନୀର ଖବର ମଧ୍ୟ ଏହି ଅଞ୍ଚଳରୁ ଆସିଥିଲା । ତେବେ କାଶୀପୁର ଅଞ୍ଚଳର ପୁଅ ମାନସ ଏବେ ଚର୍ଚ୍ଚାରେ ରହିଛନ୍ତି । ମାତ୍ର ଓଡିଆ ପୁଅ ହୋଇ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ନ ଖେଳି ହାଇଦ୍ରାବାଦକୁ ଚୟନ କରିବା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କର ପିଲାବେଳୁ ଖେଳ ପ୍ରତି ଦୁର୍ବଳତା ରହିଆସିଛି । ବାପା ମହାରାଜ ଖରାଙ୍କର ଇଚ୍ଛା ଥିଲା ପୁଅ ପାଠ ପଢି ଭଲ ଅଫିସର ଟିଏ ହେଉ । ହେଲେ ପୁଅ ମାନସ ନିଜ ଚେଷ୍ଟା ଓ କଠିନ ପରିଶ୍ରମ ବଳରେ ଏବେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଖେଳିବାକୁ ମନୋନୀତ ହୋଇଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି । ଜଣେ ଓଡିଆ ପୁଅ ଭାବେ ମାନସଙ୍କ ଏ ସଫଳତା ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟିଛି । ଏନେଇ ଇଟିଭି ଭାରତ ପ୍ରତିନିଧି ସଂଗ୍ରାମ କେଶୋରୀ ବେହେରା ତାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ।

Last Updated : Sep 1, 2022, 5:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.