ETV Bharat / sports

ICC ODI World Cup: ଅକ୍ଟୋବର 15ରେ ଭାରତ-ପାକିସ୍ତାନ ଫାଇଟ

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ଭାରତରେ ଆୟୋଜନ ହେବ । ଏନେଇ କ୍ରୀଡାସୂୂଚୀ ପ୍ରକାଶ ପାଇଛି । ଅକ୍ଟୋବର 5ରୁ ଆରମ୍ଭ ହେବ ବିଶ୍ବକପ । ନଭେମ୍ବର 19ରେ ଫାଇନାଲ ମ୍ୟାଚ ଖେଳାଯିବ । ଅଧିକ ପଢନ୍ତୁ

author img

By

Published : May 11, 2023, 7:48 AM IST

ଆଇସିସି ବିଶ୍ବକପ 2023
icc world cup

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀ ହୋଇଯାଆନ୍ତୁ ପ୍ରସ୍ତୁତ । କ୍ରିକେଟ ମହାସମର ପାଇଁ ଆଉ ମାତ୍ର କିଛି ଦିନ । ଦିନିକିଆ କ୍ରିକେଟ ବିଶ୍ବକପର 13ତମ ସଂସ୍କରଣ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଆୟୋଜନ ହେବ । ଏନେଇ ଆଇସିସି କ୍ରୀଡାସୂଚୀ ପ୍ରକାଶ କରିଛି । ଅକ୍ଟୋବର 5ରୁ ବିଶ୍ବକପ ଆରମ୍ଭ ହେବ । ନଭେମ୍ବର 19ରେ ଫାଇନାଲ ଖେଳାଯିବ । କ୍ରୀଡାସୂଚୀ ମୁତାବକ ଆୟୋଜକ ଭାରତ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଅକ୍ଟୋବର 15 ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ହାଇଭୋଲଟେଜ ମ୍ୟାଚ ରହିଛି । ଏହି ମ୍ୟାଚ ଅହମ୍ମଦାବାଦରେ ଖେଳାଯିବ ବୋଲି ସୂଚନା ମିଳିଛି । ମୋଟ 10ଟି ଦଳକୁ ନେଇ ବିଶ୍ବକପ ଖେଳାଯିବ ।

ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ଏହି ମ୍ୟାଚ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଅକ୍ଟୋବର 15ରେ ଭାରତ ପାକିସ୍ତାନ ମ୍ୟାଚ ଖେଳାଯିବ । ଭାରତ ପାକିସ୍ତାନ ହାଇଭୋଲଟେଜ ମ୍ୟାଚ ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ବର୍ତ୍ତମାନ ସୁଦ୍ଧା 8ଟି ଦଳ ବିଶ୍ବକପ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ ।

ଭାରତ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସଦ୍ୟତମ ଦଳ ଭାବେ ଦକ୍ଷିଣ ଆଫ୍ରିକା ବିଶ୍ବକପ ପାଇଁ ଟିକେଟ ହାସଲ କରିଛି । କ୍ବାଲିଫାୟାର ପର୍ଯ୍ୟାୟରୁ ଅନ୍ୟ 2ଟି ଦଳ ବିଶ୍ବକପକୁ ଯୋଗ୍ୟତା ଅର୍ଜନ କରିବେ । ଆୟୋଜକ ଜିମ୍ବାୱେ ସମେତ ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ନେଦରଲାଣ୍ଡସ, ଆୟର୍ଲାଣ୍ଡ, ନେପାଳ, ଓମାନ, ସ୍କଟଲାଣ୍ଡ ଓ ୟୁଏଇ କ୍ବାଲିଫାୟର ଖେଳିବେ ।

ଏହା ବି ପଢନ୍ତୁ...ICC ODI World Cup: ବିଶ୍ବକପ ଲୋଗୋ ଉନ୍ମୋଚନ କଲା ଆଇସିସି

ଏହା ବି ପଢନ୍ତୁ...India Way to ODI World Cup: ବିଶ୍ବକପ ପୂର୍ବରୁ ୩ ଦିନିକିଆ ସିରିଜ, WTC ଓ ଏସିଆ କପ ହାତେଇବାକୁ ମିଳିବ ମୌକା

12ଟି ଭେନ୍ୟୁରେ ଖେଳାଯିବ ମ୍ୟାଚ: ବିଶ୍ବକପର ସମସ୍ତ ମ୍ୟାଚ ମୋଟ 12ଟି ଷ୍ଟାଡିୟମରେ ଖେଳାଯିବ । ମିଳିଥିବା ସୂଚନା ଅନୁସାରେ ଅହମ୍ମଦାବାଦ ଓ ବେଙ୍ଗାଲୁରୁ ସମେତ ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ଗୌହାଟୀ, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ, ଇନ୍ଦୋର, ରାଜକୋଟ ଓ ମୁମ୍ବାଇରେ ବିଶ୍ବକପ ମ୍ୟାଚ ଖେଳାଯିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ମୋଟ 46 ଦିନରେ 48ଟି ମ୍ୟାଚ ରହିଛି । ବିଶ୍ବକପ ପୂର୍ବରୁ ୱାର୍ମ ଅଫ ମ୍ୟାଚ ପାଇଁ 2ଟି ଷ୍ଟାଡିୟମ ଚୟନ କରାଯିବ । ବର୍ଷା ସମ୍ଭାବନା ଥିବା ଭେନ୍ୟୁକୁ ବିଶ୍ବକପ ତାଲିକାରୁ ବାଦ ଦିଆଯାଇଛି । ରାଉଣ୍ଡ ରବିନ ଫର୍ମାଟ ଅନୁଯାୟୀ ପ୍ରତ୍ୟେକ ଦଳ 9ଟି ଲେଖାଏଁ ଲିଗ୍ ମ୍ୟାଚ ଖେଳିବେ । ଶ୍ରେଷ୍ଠ 4ଟି ଦଳ ସେମିଫାଇନାଲକୁ ଯିବେ । ପାକିସ୍ତାନ ପାଇଁ ଅହମ୍ମଦାବାଦ, ଚେନ୍ନାଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ସମସ୍ତ ମ୍ୟାଚ ଖେଳାଯିବ ।

ନିୟମ ଅନୁସାରେ ଆଇସିସି ବିଶ୍ବକପ ବର୍ଷେ ପୂର୍ବରୁ କ୍ରୀଡାସୂଚୀ ଜାରି କରିଥାଏ । ମାତ୍ର ଏଥର ବିଳମ୍ବରେ ସୂଚୀ ଘୋଷଣା ହୋଇଛି । ଆଇପିଏଲ ଶେଷ ହେବା ପରେ ବିସିସିଆଇ କ୍ରୀଡାସୂଚୀ ଘୋଷଣା କରିବ । 2013 ପରଠୁ ଭାରତରେ ପାକିସ୍ତାନ ଖେଳିନାହିଁ । ଭାରତ ବିଶ୍ବକପ 2023 ବିଜେତା ହେବା ନେଇ ଦାବିଦାର ରହିଛି । ଘରୋଇ ଗ୍ରାଉଣ୍ଡରେ ଭାରତକୁ ହରାଇବା ଅନ୍ୟ ଦଳ ପାଇଁ କଷ୍ଟକର ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.