ETV Bharat / sports

ଓସିଏର ମହିଳା ଚୟନ କମିଟି ଗଠିତ, ପୂର୍ଣ୍ଣେନ୍ଦୁ ଜେନା ହେଲେ ମୁଖ୍ୟ କୋଚ

ମହିଳା ଚୟନ କମିଟି ଗଠନ କଲା ଓଡିଶା କ୍ରିକେଟ ଆସୋସିଏସନ । ଓସିଏ କ୍ରିକେଟ ଉପଦେଷ୍ଟା କମିଟିର ବୈଠକ ପରେ ଆସନ୍ତା 2022-23 ବର୍ଷ ପାଇଁ ଏହି ଚୟନ କମିଟି ଗଠନ କରାଯାଇଛି । ଅଧିକ ପଢନ୍ତୁ

ଓସିଏର ମହିଳା ଚୟନ କମିଟି, ପୂର୍ଣ୍ଣେନ୍ଦୁ ଜେନା ହେଲେ ମୁଖ୍ୟ କୋଚ

author img

By

Published : Jul 18, 2022, 10:42 PM IST

କଟକ: ମହିଳା ଚୟନ କମିଟି ଗଠନ କଲା ଓଡିଶା କ୍ରିକେଟ ଆସୋସିଏସନ । ଓସିଏ କ୍ରିକେଟ ଉପଦେଷ୍ଟା କମିଟିର ବୈଠକ ପରେ ଆସନ୍ତା 2022-23 ବର୍ଷ ପାଇଁ ଏହି ଚୟନ କମିଟି ଗଠନ କରାଯାଇଛି । ଚୟନ କମିଟିରେ ଗୀତା ସାମନ୍ତରାୟଙ୍କୁ ଚେୟାରମ୍ୟାନ ଭାବରେ ନିଯୁକ୍ତି ଦିଆଯାଇଛି । ସେହିପରି ସସ୍ମିତା ପଟ୍ଟନାୟକ , ମଧୁସ୍ମିତା ମହାପାତ୍ର, ସୁଧାଂଶୁବାଳା ସାହୁ ଓ ଗଙ୍ଗୋତ୍ରି ବେହେରାଙ୍କୁ ଚୟନ କମିଟିର ସଦସ୍ୟ ଭାବରେ ନିଯୁକ୍ତି କରାଯାଇଛି ।

ସେହିପରି ମହିଳା ଟିମର ମୁଖ୍ୟ କୋଚ ମଧ୍ୟ ଚୟନ କରିଛି ଓସିଏ । ପୂର୍ଣ୍ଣେନ୍ଦୁ ଜେନାଙ୍କୁ ମହିଳା ଟିମର ମୁଖ୍ୟ କୋଚ୍ ଭାବରେ ନିଯୁକ୍ତି ଦେଇଛି ଓଡିଶା କ୍ରିକେଟ ଆସୋସିଏସନ । ପୂର୍ଣ୍ଣେନ୍ଦୁ ଜେନା ପୂର୍ବରୁ ମଣିପୁର ,ନାଗଲାଣ୍ଡ କ୍ରିକେଟ ଆସୋସିଏସନରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି । ସେହିପରି ଜାତୀୟ କ୍ରିକେଟ ଏକାଡେମୀ, ଜୋନାଲ କ୍ରିକେଟ ଏକାଡେମୀରେ ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ପୂର୍ଣ୍ଣେନ୍ଦୁ ଜେନା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.