ETV Bharat / sports

ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କୁ କପିଳ ଦେବଙ୍କ ସମର୍ଥନ - ରାହୁଲ ଦ୍ରାବିଡ

ଅକ୍ଟୋବର-ନଭେମ୍ବରରେ ଟିମ ଇଣ୍ଡିଆର କୋଚ୍‌ ଭାବେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ରାହୁଲ ଦ୍ରାବିଡ ପରବର୍ତ୍ତୀ କୋଚ୍‌ ହେବା ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ...

No reason to remove Shastri as head coach: Kapil Dev
ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ସମର୍ଥନରେ କପିଳ ଦେବ
author img

By

Published : Jul 5, 2021, 7:13 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ମୁଖ୍ୟ ରବି ଶାସ୍ତ୍ରୀଙ୍କୁ ପୂର୍ବତନ ଭାରତୀୟ କ୍ୟାପଟେନ କପିଳ ଦେବଙ୍କ ସମର୍ଥନ । ଯଦି ଶାସ୍ତ୍ରୀ ତାଙ୍କର କାର୍ଯ୍ୟ ଠିକ୍‌ ଭାବେ ତୁଲାଉଛନ୍ତି, ତେବେ କୋଚ ପଦରୁ ତାଙ୍କୁ କାଢିବାର କିଛି କାରଣ ନାହିଁ ବୋଲି କହିଛନ୍ତି କପିଳ ଦେବ ।

ଇଂଲଣ୍ଡ ବିପକ୍ଷ 5 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଶାସ୍ତ୍ରୀ ମୁଖ୍ୟ କୋଚ୍‌ ଭାବେ ଟେଷ୍ଟ ଟିମ ସହ ରହିଛନ୍ତି ଓ ରାହୁଲ ଦ୍ରାବିଡ ସୀମିତ ଓଭର ସ୍କ୍ବାଡ ସହ ଶ୍ରୀଲଙ୍କା ଗସ୍ତରେ ରହିଛନ୍ତି । ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି20 ବିଶ୍ବକପ ପରେ ଟିମ ଇଣ୍ଡିଆର କୋଚ୍‌ ଭାବେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଫଳରେ କେବଳ ଶ୍ରୀଲଙ୍କା ସିରିଜ ନୁହେଁ ବରଂ ଭାରତୀୟ ଟିମର ପରବର୍ତ୍ତୀ ମୁଖ୍ୟ କୋଚ ଦ୍ରାବିଡ ହେବେ ବୋଲି ଚର୍ଚ୍ଚା ହେବାରେ ଲାଗିଛି ।

ଏହି ବିଷୟରେ ଅଧିକ ଆଲୋଚନାର ଆବଶ୍ୟକତା ନାହିଁ । ଶ୍ରୀଲଙ୍କା ସିରିଜ ଶେଷ ହେଉ ଓ ଆମର ଟିମର ପ୍ରଦର୍ଶନ କିପରି ରହୁଛି ସ୍ପଷ୍ଟ ହେଉ । ଯଦି ନୂଆ କୋଚ୍‌ଙ୍କୁ ଦାୟିତ୍ବ ମିଳୁଛି ତେବେ ଏଥିରେ କୌଣସି ଭୁଲ ମଧ୍ୟ ନାହିଁ । ମାତ୍ର ରବି ଶାସ୍ତ୍ରୀ ଯଦି ସନ୍ତୋଷଜନକ କାର୍ଯ୍ୟ କରୁଛନ୍ତି, ତେବେ ତାଙ୍କୁ ପଦରୁ ହଟାଇବାର କୌଣସି କାରଣ ନାହିଁ । କେବଳ ପ୍ରକୃଷ୍ଟ ସମୟରେ ସବୁକିଛି ସ୍ପଷ୍ଟ ହେବ, ସମୟ ପୂର୍ବରୁ ଆଲୋଚନା ଖେଳାଳି ଓ କୋଚ୍‌ଙ୍କ ଉପରେ ଚାପ ସୃଷ୍ଟି କରିବ ।

ଏକ ସମୟରେ ଭାରତ ଭିନ୍ନ ଫର୍ମାଟରେ ଦୁଇଟି ଟିମ ଖେଳାଉଥିବାରୁ 1983 ବିଶ୍ବକପ ବିଜେତା କ୍ୟାପଟେନ କହିଛନ୍ତି, ଅନେକ ଯୁବ ଖେଳାଳି ଏହି ସୁଯୋଗ ଦ୍ବାରା ଲାଭବାନ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.