ETV Bharat / sports

ନିକ୍‌ ହକଲେ ହେଲେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ସିଇଓ

author img

By

Published : May 31, 2021, 4:33 PM IST

ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ(ସିଇଓ) ହେଲେ ନିକ ହକଲେ । ଅଧିକ ପଢନ୍ତୁ...

Nick Hockley comfirmed as Cricket Australia CEO
ନିକ୍‌ ହକଲେ ହେଲେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ସିଇଓ

ସିଡନୀ: ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ(ସିଇଓ) ହେଲେ ନିକ ହକଲେ । ସୋମବାର ବୋର୍ଡ ହକଲେଙ୍କୁ ସିଇଓ ନିଯୁକ୍ତ କରିଛି । ଜୁନ 2020 ଠାରୁ ଅନ୍ତରୀଣ ସିଇଓ ଭାବେ କାର୍ଯ୍ୟ କରୁଥିଲେ ହକଲେ । ଏନେଇ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଏକ ଘୋଷଣାନାମାରେ ସ୍ପଷ୍ଟ କରାଯାଇଛି ।

ଗତ ବର୍ଷ ଅଷ୍ଟ୍ରେଲିଆରେ ଘରୋଇ ଓ ଅନ୍ତର୍ଜାତୀୟ ସିଜିନର ସଫଳତା ହକଲେଙ୍କ ସପକ୍ଷରେ ଯାଇଛି ।

ପେଷାରେ ହକଲେ ଜଣେ ଚାଟାର୍ଡ ଆକାଉଟାଣ୍ଟ । ତେବେ ସେ କ୍ରିକେଟ ପ୍ରଶାସକ ଭାବେ ପ୍ରାୟ ଏକ ଦଶନ୍ଧି ଧରି କାର୍ଯ୍ୟ କରିଆସୁଛନ୍ତି । 2022କୁ ଘୁଞ୍ଚିଥିବା ଆଇସିସି ଟି20 ବିଶ୍ବକପ 2020ର ଲୋକାଲ ଆୟୋଜକ କମିଟି ସିଇଓ, କ୍ରିକେଟ ଅଷ୍ଟ୍ରେଲିଆର ଏକାଧିକ ବ୍ୟବସାୟିକ ପ୍ରକଳ୍ପର ମୁଖ୍ୟ, ଆଇସିସି କ୍ରିକେଟ ବିଶ୍ବକପ 2015ର ବାଣିଜ୍ୟିକ ଓ ମାର୍କେଟିଂ ଜେନେରାଲ ମ୍ୟାନେଜର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.