ETV Bharat / sports

ଇଂଲଣ୍ଡ ସାମ୍ନାରେ 273 ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ - ଇଂଲଣ୍ଡ ସାମ୍ନାରେ ବିଜୟ ଲକ୍ଷ୍ୟ

ଇଂଲଣ୍ଡ ପାଖରେ 75 ଓଭର ରହିଛି । ଓଭର ପିଛା 3.64 ହାରରେ ରନ୍‌ ସଂଗ୍ରହ କଲେ ଇଂଲଣ୍ଡ ଶେଷ ଦିନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଜିତିବାର ସୁଯୋଗ ରହିବ । ଅଧିକ ପଢନ୍ତୁ...

New Zealand set England 273 in 75 overs to win first Test
ଇଂଲଣ୍ଡ ସାମ୍ନାରେ 273 ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ
author img

By

Published : Jun 6, 2021, 8:01 PM IST

ଲଣ୍ଡନ: ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ସାମ୍ନାରେ 273 ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ । ତେବେ ଶେଷ ଦିନ ହୋଇଥିବାରୁ ଇଂଲଣ୍ଡ ପାଖରେ 75 ଓଭର ରହିଛି । ଓଭର ପିଛା 3.64 ହାରରେ ରନ୍‌ ସଂଗ୍ରହ କଲେ ଇଂଲଣ୍ଡ ଶେଷ ଦିନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଜିତିବାର ସୁଯୋଗ ରହିବ ।

ପ୍ରଥମ ଇଂନିସରେ 378 ରନ୍‌ରେ ଅଲଆଉଟ୍‌ ହେବାପରେ ନ୍ୟୁଜିଲାଣ୍ଡ ଦ୍ବିତୀୟ ଇଂନିସ 169/6ରେ ଘୋଷଣା କରିଛି । ଫଳରେ ଇଂଲଣ୍ଡ ସାମ୍ନାରେ 273 ରନର ବିଜୟ ଲକ୍ଷ୍ୟ ରହିଛି । ଦ୍ବିତୀୟ ଇଂନିସରେ ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ରନ ସଂଗ୍ରହକାରୀ ରହିଛନ୍ତି ଟମ ଲାଥମ(36) ଓ ରସ ଟେଲର (33) । ଅନ୍ୟପଟେ ଇଂଲଣ୍ଡ ପକ୍ଷରୁ ଓଲି ରବିନସନ 26 ରନ୍‌ ବ୍ୟୟରେ ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଛନ୍ତି ।

ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ 378 ଅଲଆଉଟ 169/6 ପାଳି ଘୋଷଣା(ଟମ ଲାଥମ 36, ରସ ଟେଲର 33 ଓଲି ରବିନସନ 3/26; ଇଂଲଣ୍ଡ 275 ଅଲଆଉଟ)(ରରି ବର୍ଣ୍ଣସ 132, ଓଲି ରବିନସନ 42; ଟିମ ସାଉଦୀ 6/43, କେଲ ଜେମିଏସନ 3/85 ) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.