ସିଡନୀ : ଗ୍ଲେନ ଫିଲିପ୍ସଙ୍କ ଲଢୁଆ ଶତକ ବଳରେ ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କାକୁ ୧୬୮ ରନର ଟାର୍ଗେଟ ଦେଇଛି । ଦକ୍ଷିଣ ଆଫ୍ରିକାର ରିଲେ ରୁସୋଙ୍କ ପରେ ଚଳିତ ବିଶ୍ବକପରେ ଦ୍ବିତୀୟ ଶତକ ହାସଲ କରିଛନ୍ତି ଗ୍ଲେନ ଫିଲିପ୍ସ । ଗ୍ରୁପ-1ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୬୭ ରନ କରିଛି କିୱି ଦଳ । ସେପଟେ ଶ୍ରୀଲଙ୍କା ୧୬୮ ରନର ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଛି ।
-
Glenn Phillips brings up a phenomenal hundred, his second in T20Is 😍#T20WorldCup | #NZvSL | 📝: https://t.co/xpZiERFDzS pic.twitter.com/9sNuOQyHkN
— T20 World Cup (@T20WorldCup) October 29, 2022 " class="align-text-top noRightClick twitterSection" data="
">Glenn Phillips brings up a phenomenal hundred, his second in T20Is 😍#T20WorldCup | #NZvSL | 📝: https://t.co/xpZiERFDzS pic.twitter.com/9sNuOQyHkN
— T20 World Cup (@T20WorldCup) October 29, 2022Glenn Phillips brings up a phenomenal hundred, his second in T20Is 😍#T20WorldCup | #NZvSL | 📝: https://t.co/xpZiERFDzS pic.twitter.com/9sNuOQyHkN
— T20 World Cup (@T20WorldCup) October 29, 2022
ନ୍ୟୁଜିଲାଣ୍ଡର ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ଦେଖା ଦେଇଥିଲା । ପରେ ଗ୍ଲେନ ଫିଲିପ୍ସ ମୈଦାନକୁ ଆସି ସ୍କୋରବୋର୍ଡକୁ ଆଗକୁ ବଢାଇଥିଲେ । ତାଙ୍କର ବିସ୍ଫୋରକ ଶତକ ବଳରେ ବ୍ଲାକ୍ କ୍ୟାପ୍ସ ୧୬୭ କରିବାରେ ସକ୍ଷମ ହୋଇପାରିଛି । ପ୍ରଥମରୁ ହିଁ ଓପନିଂ ଯୋଡି ଫେଲ୍ ମାରିଥିଲା । ଦୁଇ ଓପନର ଫିନ ଏଲେନ ଓ ଡେଭନ କନୱେ ଉଭୟ ୧ ରନ କରି ସଅଳ ପାଭଲିୟନ ଫେରିଥିଲେ । ଏହା ପରେ ଅଧିନାୟକ କେନ ୱିଲିୟମସନ ମଧ୍ୟ ବଡ ସଟ୍ ଖେଳିବାରେ ବିଫଳ ହୋଇଥିଲେ । ସେ ମାତ୍ର ୮ ରନ କରି ଆଉଟ ହୋଇଥିଲେ । ୧୫ ରନରରେ ତିନୋଟି ୱିକେଟ ହରାଇସାରିଥିଲା ନ୍ୟୁଜିଲାଣ୍ଡ ।
ଏହା ପରେ ଦମଦାର ଫର୍ମରେ ମଇଦାନକୁ ଓହ୍ଲାଇଥିଲେ ଗ୍ଲେନ ଫିଲିପ୍ସ । ତାଙ୍କ ସହିତ କିଛି ସମୟ ପାଳି ଦେଇଥିଲେ ମିଚେଲ । ଏହା ପରେ ମିଚେଲ ମଧ୍ୟ ୨୨ ରନର ଇନିଂସ ଖେଳି ପାଭଲିୟନ ଫେରିଥିଲେ । କିୱି ଦଳର ୱିକେଟ ପତନ ଘଟୁଥିଲେ ସୁଦ୍ଧା ଦମଦାର ବ୍ୟାଟିଂ ଜାରି ରଖିଥିଲେ ଗ୍ଲେନ ଫିଲିପ୍ସ । ଫିଲିପ୍ସ ୬୪ ବଲରୁ ସର୍ବାଧିକ ୧୦୪ ରନର ଇନିଂସ ଖେଳିଥିଲେ । ସେହିପରି ମିଚେଲ ସାଣ୍ଟନର ୧୧ ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିପାରିନଥିଲେ ।