ETV Bharat / sports

ଭାରତକୁ ପଛରେ ପକାଇ ନ୍ୟୁଜିଲାଣ୍ଡ ICC ଟେଷ୍ଟ ଟିମ ମାନ୍ୟତା ଶୀର୍ଷରେ

ଭାରତକୁ ରବିବାର ପଛରେ ପକାଇ ବିଶ୍ବର ନମ୍ବର ୱାନ ଟେଷ୍ଟ ଟିମ ହୋଇଛି ନ୍ୟୁଜିଲାଣ୍ଡ । ଅଧିକ ପଢନ୍ତୁ...

New Zealand overtake India to attain number one Test ranking
ଭାରତକୁ ପଛରେ ପକାଇ ନ୍ୟୁଜିଲାଣ୍ଡ ICC ଟେଷ୍ଟ ଟିମ ମାନ୍ୟତାର ଶୀର୍ଷରେ
author img

By

Published : Jun 13, 2021, 9:53 PM IST

ସାଉଥାମ୍ପଟନ: ଭାରତକୁ ରବିବାର ପଛରେ ପକାଇ ବିଶ୍ବର ନମ୍ବର ୱାନ ଟେଷ୍ଟ ଟିମ ହୋଇଛି ନ୍ୟୁଜିଲାଣ୍ଡ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ 1-0ରେ ଜିତିବା ପରେ ଏହି ସଫଳତା ହାସଲ କରିଛି କିୱି ଟିମ । ଆଇସିସି ଟେଷ୍ଟ ଟିମ ମାନ୍ୟତାରେ ନ୍ୟୁଜିଲାଣ୍ଡର ବର୍ତ୍ତମାନ 123 ପଏଣ୍ଟ ଓ ଭାରତ 121 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି ।

ଅଷ୍ଟ୍ରେଲିଆ 108 ପଏଣ୍ଟ ସହ ତୃତୀୟ ସ୍ଥାନରେ ଓ 107 ପଏଣ୍ଟ ସହ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ରହିଛି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ୍‌ 18ରୁ WTC ଫାଇନାଲ ମ୍ୟାଚ୍‌ ଖେଳାଯିବ ।

ଟେଷ୍ଟ ସହ ନ୍ୟୁଜିଲାଣ୍ଡ ଆଇସିସି ଦିନିକିଆ ଟିମ ମାନ୍ୟତାର ନମ୍ବର ୱାନ ସ୍ଥାନରେ ରହିଛି । ଅନ୍ୟପଟେ ଭାରତ 50 ଓଭର ଫର୍ମାଟରେ ତୃତୀୟ ସ୍ଥାନରେ ରହିଛି ।

ନେଲ ୱାଗନର ଓ ମାଟ ହେନରୀ 3ଟି ଲେଖାଏଁ ୱିକେଟ ଅକ୍ତିଆର କରିବା ସହ ଇଂଲଣ୍ଡ ଦ୍ବିତୀୟ ଇଂନିସରେ ମାତ୍ର 122 ରନରେ ଅଲଆଉଟ୍‌ ହୋଇଥିଲା । ଫଳରେ 8 ୱିକେଟରେ ସହଜ ବିଜୟ ହାସଲ କରିବା ସହ ଇଂଲଣ୍ଡ ମାଟିରେ 22 ବର୍ଷ ପରେ ଟେଷ୍ଟ ସିରିଜ ବିଜୟୀ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.