ETV Bharat / sports

ଭାରତ ବିପକ୍ଷ ନ୍ୟୁଜିଲାଣ୍ଡ ଟେଷ୍ଟ ସ୍କ୍ବାଡ୍‌ରେ ୫ ସ୍ପିନର - ବିରାଟ କୋହଲି

ଟି-୨୦ ବିଶ୍ବକପ୍‌ ପରେ କେନ ୱିଲିୟମସନଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ ଟିମ ଭାରତ ଗସ୍ତରେ ଆସିବା ନେଇ ସୂଚୀ ରହିଛି । ଅଧିକ ପଢନ୍ତୁ...

New Zealand include five spinners for India tour
ଭାରତ ବିପକ୍ଷ ନ୍ୟୁଜିଲାଣ୍ଡ ଟେଷ୍ଟ ସ୍କ୍ବାଡ୍‌ରେ ୫ଜଣ ସ୍ପିନର
author img

By

Published : Nov 5, 2021, 3:39 PM IST

ୱେଲିଂଟନ: ଟି-୨୦ ବିଶ୍ବକପ୍‌ ପରେ କେନ ୱିଲିୟମସନଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ ଟିମ ଭାରତ ଗସ୍ତରେ ଆସିବା ନେଇ ସୂଚୀ ରହିଛି । ନଭେମ୍ବର ୨୫ରୁ ଆରମ୍ଭ ହେବାକୁ ଥିବା ଦୁଇଟିକିଆ ଟେଷ୍ଟ ସିରିଜ ପାଇଁ ୧୫ ଜଣିଆ ସ୍କ୍ବାଡ୍‌ ଘୋଷଣା କରିଛି ବ୍ଲାକ୍‌କ୍ୟାପ୍‌ସ । ସିନିୟର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ବାୟୋବବଲ ଥକ୍କା ଯୋଗୁଁ ଏହି ସିରିଜରୁ ଓହରି ଯାଇଛନ୍ତି । ଫଳରେ ଟେଷ୍ଟ ସ୍କ୍ବାଡ୍‌ରେ ୫ ସ୍ପିନରଙ୍କୁ ସାମିଲ କରିଛି ଟିମ ।

ଦୀର୍ଘ ସମୟ ଧରି ଏକାଧିକ ବାୟୋବବଲରେ ରହିଥିବାରୁ ବୋଲ୍ଟ ଓ ଦ୍ରୁତ ବୋଲିଂ ଅଲ-ରାଉଣ୍ଡର କଲିନ ଦି ଗ୍ରାଣ୍ଡହୋମ୍‌ ଏହି ଗସ୍ତରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ସ୍ପଷ୍ଟ କରିଛି । ଖେଳାଳିଙ୍କ ନିଷ୍ପତ୍ତି ସର୍ବୋପରି ବୋଲି କହିଛନ୍ତି ବ୍ଲାକ୍‌କ୍ୟାପ୍‌ସ କୋଚ୍‌ ଗ୍ୟାରୀ ଷ୍ଟିଡ୍‌ ।

ଭାରତ ବିପକ୍ଷରେ ଘୋଷିତ ନ୍ୟୁଜିଲାଣ୍ଡ ସ୍କ୍ବାଡ୍‌: କେନ୍‌ ୱିଲିୟମସନ(କ୍ୟାପଟେନ୍‌), ଟମ୍‌ ବ୍ଳଣ୍ଡେଲ(ୱିକେଟ କିପର), ଡେଭନ କନୱେ, କେଲ ଜେମିଏସନ, ଟମ ଲାଥମ, ହେନରି ନିକୋଲାସ, ଏଜାଜ ପଟେଲ, ଗ୍ଳେନ ଫିଲିପ୍ସ, ରଚିନ ରବିନ୍ଦ୍ର, ମିଚେଲ ସାଣ୍ଟନର, ୱିଲ ସମରବିଲେ, ଟିମ ସାଉଦୀ, ରସ୍‌ ଟେଲର, ୱିଲ୍‌ ୟଙ୍ଗ୍‌, ନେଲ ୱାଗନର ।

ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ନଭେମ୍ବର ୨୫ରୁ ୨୯ କାନପୁର୍‌ରେ ଓ ଡିସେମ୍ବର ୩ରୁ ୭ ପର୍ଯ୍ୟନ୍ତ ମୁମ୍ବାଇରେ ଦ୍ବିତୀୟ ଟେଷ୍ଟ ଖେଳାଯିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.