ETV Bharat / sports

ICC Womens World Cup 2022; ଭାରତକୁ ୬୨ ରନରେ ହରାଇଲା ନ୍ୟୁଜିଲାଣ୍ଡ

author img

By

Published : Mar 10, 2022, 2:26 PM IST

Updated : Mar 10, 2022, 2:53 PM IST

ଆଇସିସି ମହିଳା ବିଶ୍ବକପର ଅଷ୍ଟମ ଲିଗରେ ଆଜି ଭାରତ ଓ ଆୟୋଜକ ନ୍ୟୁଜିଲାଣ୍ଡ ପରସ୍ପରରୁ ଭେଟିଥିଲେ । ନ୍ୟୁଜିଲାଣ୍ଡ ପାଖରୁ ଭାରତ ୬୨ ରନରେ ପରାସ୍ତ ହୋଇଛି । ଅଧିକ ପଢନ୍ତୁ

ଭାରତକୁ ୬୨ ରନରେ ହରାଇଲା ନ୍ୟୁଜିଲାଣ୍ଡ
ଭାରତକୁ ୬୨ ରନରେ ହରାଇଲା ନ୍ୟୁଜିଲାଣ୍ଡ

ହାମିଲଟନ: ଆଇସିସି ମହିଳା ବିଶ୍ବକପର ଅଷ୍ଟମ ଲିଗରେ ଆଜି ଭାରତ ଓ ଆୟୋଜକ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିଥିଲେ । ନ୍ୟୁଜିଲାଣ୍ଡ ପାଖରୁ ଭାରତ ୬୨ ରନରେ ପରାସ୍ତ ହୋଇଛି । ମ୍ୟାଚ ଜରିଆରେ ନ୍ୟୁଜିଲାଣ୍ଡ ଠୁ ଗତ ଦ୍ବିପାକ୍ଷିକ ସିରିଜ ପରାଜୟ ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଥିବା ଭାରତର ସ୍ବପ୍ନ ଚୁରମାର ହୋଇଛି ।

ହରମନପ୍ରୀତ କୌର ଓ ପୂଜା ବସ୍ତ୍ରାକାରଙ୍କ ଦମଦାର ବ୍ୟାଟିଂ ସତ୍ତ୍ବେ ପରାସ୍ତ ହୋଇଛି ଭାରତ । ହରମନପ୍ରୀତ କୌର ବ୍ୟାଟରୁ ବ୍ୟକ୍ତିଗତ ଦମଦାର ୭୧ ରନ କରିଥିଲା ଟିମ ଇଣ୍ଡିଆ । ତଥାପି ପରାସ୍ତ ହୋଇଛି ଭାରତ ପରିଣାମ ମ୍ୟାଚକୁ ହାତେଇଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡର ଅମେଲିଆ କେରଙ୍କ ଦମଦାର ପ୍ରଦର୍ଶନ ପାଇଁ ଦଳ ମ୍ୟାଚକୁ ଜିତି ନେଇଛି । ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଛନ୍ତି ଆମେଲିଆ କେର । ୩ଟି ୱିକେଟ ମଧ୍ୟ ନେଇଛନ୍ତି ।

ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୨୬୦ ରନ କରିଥିଲା ନ୍ୟୁଜିଲାଣ୍ଡ । ୨୬୧ ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଭାରତ । ସ୍ମିତି ମନ୍ଦାନା ଓ ୟସତିକା ଭାଟିଆ ଓପନିଂ କରିଥିଲେ । ମାତ୍ର ୬ ରନ କରି ସଅଳ ପାଭିଲିୟନ ଫେରିଥିଲେ ସ୍ମିତି । ଦିପ୍ତି ଶର୍ମା ମଧ୍ୟ ପଡିଆରେ ଅଧିକ ସମୟ ତିଷ୍ଠି ପାରି ନଥିଲେ । ୨୬ ରନରେ ଭାରତ ୨ ୱିକେଟ ହରାଇଥିଲା । ଏହାପରେ ଭାଟିଆ ଓ ମିଥାଲି ରାଜ ସ୍ଥିତି ସମ୍ଭାଳିଥିଲେ । ମିଥାଲି ୪୧ ରନ କରିବାର ସକ୍ଷମ ହୋଇଥିଲେ । ପରେ ପରେ ଭାରତର ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା । ୨୫ ଓଭର ପରେ ଭାରତ ୭୫ ରନରେ ୩ ୱିକେଟ ହରାଇଥିଲା । ୪୬ ଓଭର ଖେଳି ୧୯୮ ରନ କରି ଅଲଆଉଟ ହୋଇଥିଲା ଓମେନ ଇନ ବ୍ଲୁ ।

ଭାରତ ପକ୍ଷରୁ ପୂଜା ବସ୍ତ୍ରାକାର ୩୪ ରନ ଦେଇ ୪ଟି ୱିକେଟ ନେଇଛନ୍ତି । ନ୍ୟୁଜିଲାଣ୍ଡର ଏମି ସାଟରୱେଟ ଓ ଅମେଲିଆ କେର ଯଥାକ୍ରମେ ୭୫ ଓ ୫୦ ରନର ପାରି ଖେଳିଛନ୍ତି । ପରବର୍ତ୍ତୀ ମ୍ୟାଚରେ ୱେଷ୍ଟ ଇଣ୍ଡିଜକୁ ଭେଟିବ ଇଣ୍ଡିଆ । ଆଜିର ତ୍ରୁଟିକୁ ସୁଧାରି ମ୍ୟାଚ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ ।

@ANI

Last Updated : Mar 10, 2022, 2:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.