ETV Bharat / sports

ମୁସଫିକର, ବ୍ରେସ୍‌ ମେ ମାସର ICC ପ୍ଲେୟାର ଅଫ୍‌ ଦ ମନ୍ଥ - ICC ଭୋଟିଂ ଏକାଡେମୀ

ପୂର୍ବତନ ବାଂଲାଦେଶ କ୍ୟାପଟେନ ମୁସଫିକର ରହିମ ଓ ସ୍କଟଲାଣ୍ଡ ଅଲରାଉଣ୍ଡର କେଥରିନ ବ୍ରେସ୍‌ ଯଥାକ୍ରମେ ପୁରୁଷ ଓ ମହିଳା ବର୍ଗରେ ମେ ମାସ ପାଇଁ ଆଇସିସି ପ୍ଲେୟାର ଅଫ୍‌ ଦ ମନ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

Mushfiqur, Bryce voted ICC players of the month for May
ମୁଶଫିକର, ବ୍ରେସ୍‌ ମେ ମାସର ICC ପ୍ଲେଆର ଅଫ୍‌ ଦ ମନ୍ଥ
author img

By

Published : Jun 14, 2021, 6:47 PM IST

ଦୁବାଇ: ପୂର୍ବତନ ବାଂଲାଦେଶ କ୍ୟାପଟେନ ମୁସଫିକର ରହିମ ଓ ସ୍କଟଲାଣ୍ଡ ଅଲରାଉଣ୍ଡର କେଥରିନ ବ୍ରେସ୍‌ ଯଥାକ୍ରମେ ପୁରୁଷ ଓ ମହିଳା ବର୍ଗରେ ମେ ମାସ ପାଇଁ ଆଇସିସି ପ୍ଲେୟାର ଅଫ୍‌ ଦ ମନ୍ଥ ହୋଇଛନ୍ତି । ଏକ ପ୍ରେସବିଜ୍ଞପ୍ତି ଜରିଆରେ ଆଇସିସି ବିଜେତାଙ୍କ ନାମ ଘୋଷଣା କରିଛି ।

ୱିକେଟ କିପର ବ୍ୟାଟ୍ସମ୍ୟାନ ମୁସଫିକର ରହିମ ମେ ମାସରେ ଗୋଟିଏ ଟେଷ୍ଟ ଓ 3ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । ସେ ଦ୍ବିତୀୟ ଦିନିକିଆରେ ମ୍ୟାଚ ବିଜୟୀ 125 ରନ୍‌ର ଇଂନିସ ଖେଳିବା ସହ ଶ୍ରୀଲଙ୍କା ବିପକ୍ଷରେ ବାଂଲାଦେଶର ପ୍ରଥମ ଦିନିକିଆ ସିରିଜ ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ ।

ମେ ମାସରେ ମୁସଫିକରଙ୍କ ପ୍ରଦର୍ଶନ ନେଇ ICC ଭୋଟିଂ ଏକାଡେମୀକୁ ପ୍ରତିନିଧିତ୍ବ କରିଥିବା ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ କହିଛନ୍ତି, "ସର୍ବଶ୍ରେଷ୍ଠ ସ୍ତରରେ 15 ବର୍ଷ ବିତାଇସାରିଥିଲେ ମଧ୍ୟ ରନ୍‌ ସଂଗ୍ରହ କରିବାକୁ ମୁସଫିକରଙ୍କ ଭୋକ କମ ହୋଇନାହିଁ ।

1996 ବିଶ୍ବକପ ଚମ୍ପିଆନ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଐତିହାସିକ ଦିନିକିଆ ସିରିଜ ବିଜୟରେ ମୁସଫିକରଙ୍କ ପ୍ରଦର୍ଶନ ସ୍ମରଣୀୟ ହେଆଇ ରହିବ । ମଧ୍ୟକ୍ରମରେ ବ୍ୟାଟିଂ ଓ ୱିକେଟ କିପିଂର ଦାୟିତ୍ବ ସତ୍ତ୍ବେ ନିଜର ଫିଟନେସ୍‌ ଓ ବ୍ୟାଟିଂ ଶୈଳୀକୁ ନେଇ ଏବେବି ପାରଙ୍ଗମ ମୁସଫିକର । ଅନ୍ୟପଟେ ବ୍ରେସ୍‌ ନିକଟରେ ପ୍ରକାଶିତ ଆଇସିସି ଖେଳାଳି ମାନ୍ୟତା ତାଲିକାରେ ପ୍ରଥମ ସ୍କଟଲାଣ୍ଡ ଖେଳାଳି ଭାବେ ପୁରୁଷ କିମ୍ବ ମହିଳା ବର୍ଗରେ ବ୍ୟାଟିଂ କିମ୍ବା ବୋଲିଂ ମାନ୍ୟତାର ଶୀର୍ଷ 10 ସ୍ଥାନ ମଧ୍ୟରେ ସ୍ଥାନ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି ।

ମେ ମାସରେ ବ୍ରେସ୍‌ ଆୟରଲାଣ୍ଡ ବିପକ୍ଷରେ 4ଟି ଟି20 ମ୍ୟାଚ୍‌ ଖେଳି 96 ରନ୍‌ ଓ 5ଟି ୱିକେଟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.