ETV Bharat / sports

BJP MP ଗୌତମ ଗମ୍ଭୀରଙ୍କୁ ପୁଣି ଏକ ହତ୍ୟା ଧମକପୂର୍ଣ୍ଣ ମେଲ୍‌

author img

By

Published : Nov 24, 2021, 2:07 PM IST

Updated : Nov 24, 2021, 7:42 PM IST

ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ପୁଣି ଥରେ ଜୀବନରୁ ମାରିବାକୁ ଧମକ ମିଳିଛି । ବୁଧବାର ଅପରାହ୍ନରେ ମେଲ୍‌ ଯୋଗେଁ ଏହି ଧମକ ମିଳିଛି । ଅଧିକ ପଢନ୍ତୁ

Goutam Gambhir ଙ୍କୁ ହତ୍ୟା ଧମକ
BJP MP ଗୌତମ ଗମ୍ଭୀରଙ୍କୁ ପୁଣିଏକ ହତ୍ୟା ଧମକପୂର୍ଣ୍ଣ ମେଲ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ଓ ପୂର୍ବ ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀରଙ୍କୁ ପୁଣି ଥରେ ଜୀବନରୁ ମାରିଦେବାକୁ ଧମକ(murder threat mail to Gambhir) ମିଳିଛି । ବୁଧବାର ଅପରାହ୍ନରେ ମେଲ୍‌ ଯୋଗେଁ ତାଙ୍କୁ ଏହି ଧମକ ଦିଆଯାଇଛି । ଏଥିରେ ଏହା କୁହାଯାଇଛି ଯେ ମଙ୍ଗଳବାର ଦିନ ହତ୍ୟା କରିବାକୁ ଯାଉଥିଲେ, ମାତ୍ର ସେ ବର୍ତ୍ତିଯାଇଥିଲେ । ଗମ୍ଭୀର ଏହି ଧମକପୂର୍ଣ୍ଣ ମେଲ୍‌ ବିଷୟରେ ଦିଲ୍ଲୀ ପୋଲିସକୁ ଅବଗତ କରାଇଛନ୍ତି ।

ସୂଚନା ଅନୁଯାୟୀ, ପୂର୍ବ ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀରଙ୍କୁ ଗତ ମଙ୍ଗଳବାର ରାତିରେ ଏକ ଧମକପୂର୍ଣ୍ଣ ମେଲ୍‌ ମିଳିଥିଲା । ଏହି ମେଲ୍‌ରେ ଲେଖାଥିଲା ISIS କଶ୍ମୀର(ISIS Kashmir) ତାଙ୍କ ଉପରେ ଅତ୍ୟନ୍ତ ଖପ୍ପା । କାଶ୍ମୀରକୁ ନେଇ ରାଜନୀତି ନ କରନ୍ତୁ । ଏହି ମେଲ୍‌ରେ ପରିବାର ସଦସ୍ୟଙ୍କ ସମେତି ଗମ୍ଭୀରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା । ଏହି ମେଲ୍‌ ମିଳିବା ପରେ ସାଂସଦ ଗୌତମ ଗମ୍ଭୀରଙ୍କ ପକ୍ଷରୁ ମଧ୍ୟ ଜିଲ୍ଲା DCP ଶ୍ବେତା ଚୌହାନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗରେ ତାଙ୍କୁ ଓ ତାଙ୍କ ପରିବାରକୁ ଜୀବନରୁ ମାରଦେବାକୁ ଧମକ ମିଳିଥିବା ଦର୍ଶାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: IND v NZ: କାନପୁର ଟେଷ୍ଟରେ ଡେବ୍ୟୁ କରିବେ ଶ୍ରେୟସ ଆୟର

ଅଭିଯୋଗ ପରେ ଗୋଟିଏ ପଟେ ସାଂସଦଙ୍କ ସୁରକ୍ଷାକୁ ବଢାଇଦିଆଯାଇଛି ତ ଅନ୍ୟପଟେ ତାଙ୍କର ଘର ବାହାରେ ପୋଲିସ ସୁରକ୍ଷା ଲଗାଯାଇଛି । ଏ ସବୁମଧ୍ୟରେ ବୁଧବାର ଅପରାହ୍ନରେ ପୁଣି ଥରେ ଧମକଭରା ମେଲ୍‌ ପଠାଇଯାଇଛି । ଦ୍ବିତୀୟ ମେଲ୍‌ରେ ଏହା କୁହାଯାଇଛି ଯେ, ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା ମାତ୍ର ମଙ୍ଗଳବାର ବର୍ତ୍ତିଗଲେ । ଯଦି ନିଜ ସହିତ ପରିବାରର ମଙ୍ଗଳ ଚାହୁଁଛନ୍ତି, ତେବେ କାଶ୍ମୀରକୁ ନେଇ ରାଜନୀତି ବନ୍ଦ କରିଦିଅନ୍ତୁ ।

ତେବେ କୁହାଯାଉଛି ଯେ, ଏହି ମେଲ୍‌ ସହିତ ଗମ୍ଭୀରଙ୍କ ଘରର ଏକ ଭିଡିଓ ମଧ୍ୟ ପଠାଯାଇଛି । ତେବେ ପୋଲିସ ପକ୍ଷରୁ ଏହା ସ୍ପଷ୍ଟ କରାଯାଇନାହିଁ ।

ମାମଲା ସାଂସଦଙ୍କ ସହ ଯୋଡିହୋଇଥିବାରୁ କେବଳ ମଧ୍ୟ ଜିଲ୍ଲା ପୋଲିସ ନୁହେଁ ବରଂ ସ୍ପେଶାଲ ସେଲ୍‌ ଟିମ ମଧ୍ୟ ଛାନ୍‌ଭିନ୍‌ରେ ଲାଗିଛି । ସର୍ବପ୍ରଥମେ ଏହା ଜାଣିବାକୁ ଚେଷ୍ଟା କରାଯାଉଛି ଯେ ଏହି ମେଲ୍‌ କେଉଁସ୍ଥାନରୁ ଆସିଛି । ବାସ୍ତବରେ ଏହା ପଛରେ ISIS କଶ୍ମୀରର ହାତ ରହିଛି ନା ଆଉ କାହାର ରହିଛି । ସ୍ପେଶାଲ ଟିମ ଏନେଇ ଜୋରଦାର ଖୋଳତାଡ ଚଳାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 24, 2021, 7:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.