ଆବୁଧାବି: ପାକିସ୍ତାନ ସୁପର ଲିଗର ଷଷ୍ଠ ସଂସ୍କରଣର ଚମ୍ପିଆନ ହୋଇଛନ୍ତି ମୁଲତାନ୍ସ ସୁଲତାନ । ଶୈଖ ଜାଏଦ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ପେଶୱାର ଜଲାମୀକୁ 47 ରନରେ ହରାଇ ଟାଇଟେଲ ବିଜେତା ହୋଇଛି ।
ଫାଇନାଲ ମ୍ୟାଚରେ ସୋଏବଙ୍କ କ୍ୟାଚ ଛାଡିବା ପେଶୱାର ଟିମ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ମାତ୍ର 6 ରନ୍ କରିଥିବାବେଳେ ମ୍ୟାଚର 11ତମ ଓଭରରେ ହଜରତୁଲ୍ଲା ଜଜାଇ ସୋଏବଙ୍କ ଦ୍ବାରା ସୋଏବଙ୍କୁ ଜୀବନଦାନ ମିଳିଥିଲା ।
ପରେ 6ଟି ଚୌକା ଓ 3ଟି ଛକା ସହାୟତାରେ 35 ବଲ୍ରୁ ଅପରାଜିତ 65 ରନ୍ର ଧୁଆଁଧାର ଇଂନିସ ଖେଳିଥିଲେ ସୋଏବ ଓ ରସୋ 21 ବଲ୍ରୁ 50 ରନର ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ । ଫଳରେ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ ରେକର୍ଡ 206 ରନ୍ କରିଥିଲା । ଜବାବରେ ପେସୱାର ନିର୍ଦ୍ଧାରିତ ଓଭରେ 9 ୱିକେଟ ହରାଇ ମାତ୍ର 159 ରନ କରିପାରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ