ETV Bharat / sports

କ୍ରିକେଟ ପରେ ଏବେ ସିନେ ଜଗତରେ ଧୋନୀ - କ୍ୟାପଟେନ କୁଲ

ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (MS Dhoni) ତାଙ୍କ ପ୍ରଡକ୍ସନ ହାଉସର ନାମ ଧୋନୀ ଏଣ୍ଟରଟେନମେଣ୍ଟ ରଖିଛନ୍ତି । ଏଥିରେ ତେଲୁଗୁ, ତାମିଲ ଏବଂ ମାଲାୟାଲାମରେ ସିନେମା ନିର୍ମାଣ ହେବ । ଅଧିକ ପଢନ୍ତୁ

କ୍ରିକେଟ ପରେ ଏବେ ସିନେ ଜଗତରେ ଧୋନୀଙ୍କ ପ୍ରବେଶ

author img

By

Published : Oct 11, 2022, 7:17 AM IST

ହାଇଦ୍ରାବାଦ: ଜୀବନରେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି କ୍ୟାପଟେନ କୁଲ । କ୍ରିକେଟରୁ ଅବସର ନେବା ପରେ ଏବେ ସେ ସିନେ ଜଗତରେ ପାଦ ଥାପିବାକୁ ଯାଉଛନ୍ତି । ଆପଣମାନେ ଭାବୁଥିବେ ଧୋନୀ ଫିଲ୍ମରେ ଅଭିନୟ କରିବେ । ହେଲେ ସେମିତି ନୁହେଁ, ସେ ତାଙ୍କ ପ୍ରଶଂସକଙ୍କୁ ଦମଦାର ଫିଲ୍ମ ଉପହାର ଦେବା ପାଇଁ ଧୋନୀ ପ୍ରଡକ୍ସନ ହାଉସ ଲଞ୍ଚ କରିଛନ୍ତି । ତାଙ୍କ ପ୍ରଡକ୍ସନ ହାଉସରେ ହିନ୍ଦୀ ବଦଳରେ ସାଉଥ ଫିଲ୍ମ ତେଲୁଗୁ, ତାମିଲ ଏବଂ ମାଲାୟାଲାମରେ ସିନେମା ନିର୍ମାଣ ହେବ ।

ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କ ପ୍ରଡକ୍ସନ ହାଉସର ନାମ ଧୋନୀ ଏଣ୍ଟରଟେନମେଣ୍ଟ ( Dhoni Entertainment ) ରଖିଛନ୍ତି । ତେବେ ତାଙ୍କ ପ୍ରଡକ୍ସନ ହାଉସ ଲଞ୍ଚ ହେଉ ହେଉ ସେ ଦୁଇଟି ପ୍ରୋଜେକ୍ଟ ହାତେଇବାରେ ସଫଳ ରହିଛନ୍ତି । ଧୋନୀଙ୍କ ପ୍ରଡକ୍ସନ ହାଉସ 'ରୋର ଅଫ ଦି ଲାୟନ', ଏବଂ 'ଦି ହିଡେନ ହିନ୍ଦୁ' ଭଳି ଦୁଇଟି ପ୍ରଜେକ୍ଟ କାମ କରିବା ଆରମ୍ଭ କରିଛନ୍ତି । ଏହି ପ୍ରଡକ୍ସନ ହାଉସରେ ନିର୍ମାଣ ହେଉଥିବା ଫିଲ୍ମ 'ରୋର ଅଫ ଦି ଲାୟନ' ଆଇପିଏଲ ଟିମ ଚେନ୍ନାଇ ସୁପର କିଙ୍ଗ୍ସ ବିଷୟରେ କୁହାଯାଇଛି ।

ଯେଉଁଥିରେ CSK ଉପରେ ଦୁଇ ବର୍ଷ ପ୍ରତିବନ୍ଧ ଲଗାଇବାରେ ପରେ ମଧ୍ୟ ପୁଣି ଥରେ CSK ଆଇପିଏଲରେ ପ୍ରବେଶ କରିଛି । ଏହି ଭଳି କିଛି କାହାଣୀ ଦେଖିବାକୁ ମିଳିବ ଏହି 'ରୋର ଅଫ ଦି ଲାୟନ' ପ୍ରଜେକ୍ଟରେ । ସେହିପରି 'ଦି ହିଡେନ ହିନ୍ଦୁ' କାହାଣୀକୁ ଅକ୍ଷତ ଗୁପ୍ତା ଲେଖିଛନ୍ତି । ଯାହା ଏକ ମାୟଥିଲୋଜିକାଲ ଫିଲ୍ମ ଅଟେ । ସେହିପରି 'ବ୍ଲେଜ ଟୁ ଗ୍ଲୋରୀ'ର କାହାଣୀ ବର୍ଷ ୨୦୧୧ ବିଶ୍ବ ବିଜେତା ଟିମ ଇଣ୍ଡିଆର ସଫଳତା ଉପରେ ଆଧାରିତ ।

ଧୋନୀ ବର୍ଷ ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଥିବା କ୍ୟାପଟେନ କୁଲ ଆଇସିସିର ଦିନିକିଆ ବିଶ୍ବକପ ଏବଂ ଟି୨୦ ବିଶ୍ବକପ ହାତେଇବା ଜଣେ ସଫଳତମ ଅଧିନାୟକ ଭାବରେ ତାଙ୍କର କ୍ରିକେଟ ଦୁନିଆରେ ବେଶ ଦବଦବା ରହିଛି । ଏହା ସହିତ ଧୋନୀ ଆଇପିଏଲ ଫ୍ରାଞ୍ଚାଇଜରେ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ନେତୃତ୍ବ କରି ଚାରି ଥର ଆଇପିଏଲ ଟ୍ରଫି ହାତେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.