ETV Bharat / sports

ଆରପାରିରେ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମାଆ

author img

By

Published : Dec 26, 2022, 9:36 PM IST

ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ମାଆ ମୀନାଲ ଗାଭାସ୍କରଙ୍କ ଘଟିଛି ନିଧନ । ବାଂଲାଦେଶରେ କ୍ରିକେଟର ସୁନୀଲ ଥିବା ବେଳେ ଏପଟେ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଛି (Sunil Gavaskar's mother passed away) । ଅଧିକ ପଢନ୍ତୁ

Former Indian Cricketer Sunil Gavaskar
Former Indian Cricketer Sunil Gavaskar

ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ମାଆ ମୀନାଲ ଗାଭାସ୍କରଙ୍କ ନିଧନ (Sunil Gavaskar's mother passed away) । ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ତାଙ୍କର ୯୪ବର୍ଷ ବୟସରେ ମୃତ୍ୟୁ ଘଟିଛି । ରବିବାର ସକାଳେ ତାଙ୍କର ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ଘଟିଛି । ସେପଟେ ଭାରତ-ବାଙ୍ଗଲାଦେଶ ଟେଷ୍ଟ ମ୍ୟାଚ ଯୋଗୁଁ ସୁନୀଲ ବାଙ୍ଗଲାଦେଶ ଗସ୍ତରେ ରହିଛନ୍ତି । ଆଜି ମ୍ୟାଚ ସରିବା ପରେ ସେ ମାଆଙ୍କ ଶେଷକୃତ୍ୟ ଲାଗି ଭାରତ ଫେରିବେ ବୋଲି ଜଣାପଡ଼ିଛି ।

ଆଜି ଭାରତ-ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚରେ କମେଣ୍ଟ୍ରି କରିବା ଲାଗି ସୁନୀଲ ଗାଭାସ୍କର ବାଙ୍ଗଲାଦେଶରେ ଗସ୍ତରେ ରହିଥିଲେ । ମାଆଙ୍କ ମୃତ୍ୟୁ ଖବର ପାଇବା ପରେ ମଧ୍ୟ ସେ ନିଜ କର୍ତ୍ତବ୍ୟ ପାଳନ କରିଥିଲେ । ଆଜି ଦ୍ବିତୀୟ ଟେଷ୍ୟ ମ୍ୟାଚର ୪ର୍ଥ ଦିନ ତଥା ଅନ୍ତିମ ଦିବସ ରହିଥିବା ବେଳେ ସେ କମେଣ୍ଟ୍ରି କରିଥିଲେ । ସୁନୀଲଙ୍କ ମାଆ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଏଥିଲାଗି ଗତ IPL ସିଜନରେ ସୁନୀଲ କମେଣ୍ଟ୍ରିରେ ଅଂଶଗ୍ରହଣ କରିନଥିଲେ । ସେ ନିଜ ମାଆଙ୍କ ଧ୍ୟାନ ରଖିଥିଲେ ।

ଏହା ବି ପଢନ୍ତୁ-World Test Championship: ସିରିଜ ଜିତିବା ପରେ ଭାରତର ପାଇଁ ଫାଇନାଲ ରାସ୍ତା ସହଜ !

ମାତ୍ର ରବିବାର ସେ ବାଙ୍ଗଲାଦେଶରେ ଥିବା ବେଳେ ତାଙ୍କ ମାଆଙ୍କର ମୃତ୍ୟୁ ଘଟିଥିଲା । ଆଜି ମ୍ୟାଚ ଶେଷ ହୋଇଥିବା ପରେ ସୁନୀଲ ଭାରତ ଫେରିବେ ବୋଲି କୁହାଯାଇଛି । ସୂଚନା ଥାଉ କି ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଭାରତ କ୍ରିକେଟରେ ଜଣେ ସଫଳ ଖେଳାଳି । ସେ ୧୯୮୩ ବିଶ୍ବକପରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ୧୯୭୧ ମସିହାରୁ ୧୯୮୭ ମସିହାର କ୍ୟାରିଅର ମଧ୍ୟରେ ୧୨୫ଟି ଟେଷ୍ଟ ଖେଳିଥିବା ବେଳେ ୩୪ଟି ଶତକ କରିଥିଲେ। ମୋଟ ମ୍ୟାଚରୁ ସେ ମୋଟ ୧୦,୧୨୫ ରନ ସଂଗ୍ରହ କରିଛନ୍ତି । ଏହାସହିତ ସେ ଭାରତ ପାଇଁ ୧୦୮ ଏକ ଦିବସୀୟ ମ୍ୟାଚ ବା ODI ଖେଳି ୩୦୯୨ ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.