ETV Bharat / sports

ଆଇପିଏଲ ଲଢେଇ; କୋଲକାତା କବଜାରୁ ମ୍ୟାଚ ହାତେଇଲା ରାଜସ୍ଥାନ

author img

By

Published : Apr 25, 2021, 7:16 AM IST

ରାଜସ୍ଥାନ ରୟାଲ୍ସ 6 ୱିକେଟରେ କୋଲକାତାକୁ ହରାଇ ଆଇପିଏଲରେ ଦ୍ବିତୀୟ ବିଜୟ ହାସଲ କରିଛି । ଅଧିକ ପଢନ୍ତୁ....

6ୱିକେଟରେ କୋକକାତାକୁ ହରାଇଲା ରାଜସ୍ଥାନ
6ୱିକେଟରେ କୋକକାତାକୁ ହରାଇଲା ରାଜସ୍ଥାନ

ମୁମ୍ବାଇ: ଚଳିତ ଆଇପିଏଲରେ ଶନିବାର ୱାଙ୍ଖେଡରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ କୋଲକତା ନାଇଟ ରାଇଡର୍ସ । ମୋରିସଙ୍କ ଘାତକ ବୋଲିଂ ଓ ସଞ୍ଜୁ ସାମସନଙ୍କ ଶୃଙ୍ଖଳିତ ବ୍ୟାଟିଂ ଫଳରେ କୋଲକାତାକୁ 6 ୱିକେଟରେ ହରାଇଛି ରାଜସ୍ଥାନ । ରୟାଲ୍ସ ଦଳରୁ ମୋରିସ ସର୍ବାଧିକ ଚାରିଟି ୱିକେଟ ହାତେଇ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ।

ପ୍ରଥମେ ଟସ ଜିତି ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ନାଇଟ୍ ରାଇର୍ଡସର ଦୁଇ ଓପନର ଶୁଭମନ ଗିଲ ଓ ନିତିଶ ରାଣା 23 ରନ ସଂଗ୍ରହ କରିଥିଲେ । ବ୍ୟକ୍ତିଗତ 11ରନ କରି ଗିଲ ପ୍ରଥମେ ଆଉ ହୋଇଥିଲେ । ରାଣା କିଛି ଦର୍ଶକୀୟ ସଟ ଖେଳିଥିଲେ । ରାହୁଲ ତ୍ରିପାଠୀଙ୍କ ସିହତ ମିଶି ଦଳୀୟ ସ୍କୋରକୁ 45 ରନରେ ପହଞ୍ଚାଇଥିଲେ । ରାଣା ଆଉଟ ହେବା ପରେ ଦଳ ଆଉ ଦୁଇଟି ୱିକେଟ ହରାଇଥିଲା । ମୋରିସଙ୍କ ଘାତକ ବେଲିଂ ଆଗରେ କୋଲକାତା ଦଳ ତିଷ୍ଠି ପାରିନଥିଲା । କୋଲକାତା 20 ଓଭରରେ 9 ୱିକେଟ ହରାଇ 133ରନ ସଂଗ୍ରହ କରିଥିଲା । ରାଜସ୍ଥାନକୁ 134ରନର ବିଜୟ ଲକ୍ଷ୍ୟ ଦେଇଥିଲା ।

134ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ ରୟାଲ୍ସ । ବିଜୟ ଲକ୍ଷ୍ୟ ପିଛା କରି 21ରନରେ ଲାୟଲ୍ସ ତାର ପ୍ରଥମ ୱିକେଟ ହରାଇଥିଲା । ବଟଲର ମାତ୍ର 5ରନ କରି ଆଉଟ ହୋଇଥିଲେ । ଏହା ପରେ ସଞ୍ଜୁ ସାମସନ ଓ ଜୈସ୍ବାଲ ମିଶି ଦଳୀୟ ସ୍କୋରକୁ 40ରେ ପହଞ୍ଚାଇଥିଲେ । ଏହା ପରେ 45ରନରେ ଦଳ ତାର ତୃତୀୟ ୱିକେଟ ହରାଇଥିଲା । କୋଲକାତା ବୋଲରମାନେ ରାୟାଲ୍ସ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ । ସାମସନଙ୍କ ଧୈର୍ଯ୍ୟର ସହିତ ବ୍ୟାଟିଂ ଓ ମିଲର କ୍ରିଜଙ୍କ ସହଯୋଗ ଦଳକୁ ବିଜୟୀ କରିଛି । ରାଜସ୍ଥାନ 6 ୱିକେଟରେ କୋଲକାତାକୁ ପରାସ୍ତ କରିଛି । ଏହା ସହିତ ଚଳିତ ଆଇପିଏଲରେ ଦ୍ବିତୀୟ ବିଜୟ ହାସଲ କରିଛି ରାଜସ୍ଥାନ । ଏବେ ସୁ୍ଦ୍ଧା ରାଜସ୍ଥାନ 5ଟି ମ୍ୟାଟ ଖେଳି ସାରିଛି । କୋଲକାତା ଭଲ ପ୍ରର୍ଦଶନ ନ କରି ପଏଣ୍ଟ ଟେବୁଲର ଶେଷରେ ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.