ETV Bharat / sports

ମୋର୍ଗାନ-ଅଶ୍ବିନ ବିବାଦ; ୱାର୍ଣ୍ଣଙ୍କ ଟାର୍ଗେଟ, ସେହ୍ୱାଗଙ୍କ ସମର୍ଥନ

author img

By

Published : Sep 29, 2021, 8:29 PM IST

Updated : Sep 29, 2021, 9:11 PM IST

ପୁଣି ବିବାଦରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ଅଷ୍ଟ୍ରେଲିଆ ମିଡିଆରେ ଅଶ୍ବିନଙ୍କୁ ଭିଲିଆନ୍ ରୂପ ଦିଆଯାଉଛି । ଜାଣନ୍ତୁ କାହିଁକି ?

ଅଷ୍ଟ୍ରେଲିଆରେ ଚର୍ଚ୍ଚା ମୋର୍ଗାନ-ଅଶ୍ବିନ ବିବାଦ, ୱାର୍ଣ୍ଣଙ୍କ ଟାର୍ଗେଟ, ସେହ୍ୱାଗଙ୍କ ସମର୍ଥନ

ନୂଆଦିଲ୍ଲୀ: ପୁଣି ବିବାଦରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ଗତକାଲି (ମଙ୍ଗଳବାର) ଦିଲ୍ଲୀ କ୍ୟାପିଟାଲ୍ସ୍ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ IPL ୨୦୨୧ର ୪୧ତମ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚକୁ କୋଲକାତା ନାଇଟରାଇଡର୍ସ ୩ ୱିକେଟରେ ଜିତି ନେଇଥିଲା । ତେବେ ମ୍ୟାଚ ପରେ ଅଶ୍ବିନୀଙ୍କୁ ଏକ ବିବାଦ ସୃଷ୍ଟି ହୋଇଛି । ଯାହାକୁ ନେଇ ଅଷ୍ଟ୍ରେଲିଆ ମିଡିଆରେ ଅଶ୍ବିନଙ୍କୁ ଭିଲିଆନ୍ ରୂପ ଦିଆଯାଉଛି ।

ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସର ରବି ଚନ୍ଦ୍ରନ ଅଶ୍ବିନ ଓ ଅଧିନାୟକ ଋଷଭ ପନ୍ତ ବ୍ୟାଟିଂ କରିବା ବେଳେ ଏକ ଅତିରିକ୍ତ ରନ୍‌ ନେବାକୁ ଚେଷ୍ଟା କରିଥିଲେ । ଏହାପରଠୁ ହିଁ ଅଶ୍ବିନଙ୍କୁ ନେଇ ଆରମ୍ଭ ହୋଇଛି ବିବାଦ । ୧୯ତମ ଓଭରରେ ରନ୍‌ ନେଉଥିବା ବେଳେ ରାହୁଲ ତ୍ରିପାଠୀଙ୍କ ଥ୍ରୋରେ ବଲ୍‌ ଆସି ଋଷଭ ପନ୍ତଙ୍କ କହୁଣୀରେ ବାଜି ଫିଲ୍‌ଡର ହାତରୁ ଖସି ଯାଇଥିଲା । ଏହାପରେ ଅଶ୍ବିନଙ୍କ କଲ୍‌ରେ ଉଭୟ ଅତିରିକ୍ତ ରନ୍‌ ନେଇଥିଲା । ଏହାକୁ ନେଇ ପଡ଼ିଆରେ ଥିବା କେକେଆରର ଅଧିନାୟକ ଇଅନ ମୋର୍ଗାନ ଓ ଅଶ୍ବିନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

ସାଉଦିଙ୍କ ବଲ୍‌ରେ ଅଶ୍ବିନ ଆଉଟ ହେବାପରେ ମଧ୍ୟ ଦୁହିଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲେ । ଏହାପରେ ୱିକେଟ କିପର ଦୀନେଶ କାର୍ତ୍ତିକ ଆସି ଏହି ବିବାଦରୁ ଦୁହିଁଙ୍କୁ ଦୁରେଇଥିଲେ । ସେପଟେ ଅତିରିକ୍ତ ରନ୍‌କୁ ନାପସନ୍ଦ କରିଥିଲେ କମେଣ୍ଟ୍ରି ବକ୍ସରେ ଥିବା ଭାଷ୍ୟକାର ସୁନିଲ ଗାଭାସ୍କର ଓ ସାଇମନ ଡୁଲ୍‌ । ଏଭଳି ରନ୍‌ ସ୍ବାଗତଯୋଗ୍ୟ ନୁହେଁ ବୋଲି ଉଭୟ କହିଥିଲେ ।

  • The world shouldn’t be divided on this topic and Ashwin. It’s pretty simple - it’s disgraceful & should never happen. Why does Ashwin have to be that guy again ? I think @Eoin16 had every right to nail him !!!! https://t.co/C2g5wYjeT6

    — Shane Warne (@ShaneWarne) September 29, 2021 " class="align-text-top noRightClick twitterSection" data=" ">

ବର୍ତ୍ତମାନ ଏହାକୁ ନେଇ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ସେନ୍‌ ୱାର୍ଣ୍ଣ ମଧ୍ୟ ଅଶ୍ବିନଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି ଯେ, "ଏହି ବିବାଦକୁ ନେଇ କ୍ରିକେଟ ଜଗତ ଦୁଇଭାଗ ହେବା କଥା ନୁହେଁ । ଏଭଳି ରନ୍‌ କେବେ ବି ଗ୍ରହଣୀୟ ନୁହେଁ । ଆଗକୁ ଏଭଳି ହେବା ଠିକ୍‌ ନୁହେଁ । ଅଶ୍ବିନ ଯାହା କରିଛନ୍ତି ମୋର୍ଗାନ ପାଖରେ ସମସ୍ତ ହକ୍‌ ଅଛି ତାଙ୍କୁ ତାଗିଦ୍‌ କରିବା ପାଇଁ ।"

ଖାଲି ସେତିକି ନୁହେଁ ଅଶ୍ବିନଙ୍କୁ ଅଷ୍ଟ୍ରେଲିଆ ମିଡିଆରେ ଭିଲିଆନ ଭାବରେ ପରିବେଷଣ କରାଯାଇଛି । ୱାର୍ଣ୍ଣଙ୍କ ଟ୍ବିଟ୍‌କୁ ନେଇ ଏକ ଅଷ୍ଟ୍ରେଲିଆର ଜଣାଶୁଣା ସମ୍ବାଦପତ୍ର, 'ଇଣ୍ଡିଆନ ଭିଲିଆନ ଅଶ୍ବିନଙ୍କ ଅଣଖେଳୁଆଡ଼ ମନୋବୃତ୍ତି ପୋଷଣ' ଶୀର୍ଷକ ନେଇ ଖବର ଛାପିଛି ।

ମ୍ୟାଚ୍‌ ପରେ ଏକ ଭର୍ଚ୍ଚୁଆଲ ପ୍ରେସ୍‌ କନଫରେନ୍ସରେ ମଧ୍ୟ ଇଅନ ମୋର୍ଗାନ ଏହାକୁ ନେଇ ଆଲୋଚନା କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟର ଯାହା ନିଷ୍ପତ୍ତି ନେଇଥିଲେ ତାହା ଗ୍ରହଣୀୟ ନୁହେଁ ବୋଲି ସେ କହିଥିଲେ ।

ଏହାରି ମଧ୍ୟରେ ବିରେନ୍ଦ୍ର ସେହ୍ୱାଗ ଅଶ୍ବିନଙ୍କୁ ସମର୍ଥନ କରିଛନ୍ତି । ସେ ଇଅନ ମୋର୍ଗାନଙ୍କୁ ୨୦୧୯ ବିଶ୍ବକପ୍‌ କଥା ମନେ ପକାଇ ଦେଇଛନ୍ତି । ଯେତେବେଳେ ବେନ ଷ୍ଟୋକ୍ସଙ୍କ ଦେହରେ ବଲ୍‌ ବାଜି ବାଉଣ୍ଡ୍ରି ପାର୍‌ କରିଥିଲା, ଯାହାଫଳରେ ବିଶ୍ବକପ୍‌ ଜିତିଥିଲା ଇଂଲଣ୍ଡ ଦଳ । ସେତେବେଳେ କାହିଁକି ଇଅନ ମୋର୍ଗାନ ଚୁପ୍‌ ରହିଥିଲେ ବୋଲି ସେହ୍ୱାଗ ପ୍ରଶ୍ନ କରିଛନ୍ତି ।

ବିରେନ୍ଦ୍ର ସେହ୍ବାଗ୍‌ ଟ୍ବିଟ୍‌ କରି କହିଛନ୍ତି ଯେ, "ରାହୁଲ ତ୍ରିପାଠୀଙ୍କ ଥ୍ରୋରେ ବଲ୍‌ ଆସି ଋଷଭ ପନ୍ତଙ୍କ ଦେହରେ ବାଜିଥିଲା । ଅଶ୍ବିନଙ୍କ କ୍‌ଲରେ ପନ୍ତ ଏକ ଅତିରିକ୍ତ ରନ୍‌ ନେଇଥିଲେ । କିନ୍ତୁ ମୋର୍ଗାନ ଏହାକୁ ଅଣଖେଳୁଆଡ଼ ମନୋବୃତ୍ତି ବୋଲି କହିଛନ୍ତି । ୨୦୧୯ ଜୁଲାଇ ୧୪ ତାରିଖରେ ବେନ ଷ୍ଟୋକସ୍‌ଙ୍କ ଦେହରେ ବଲ୍‌ ବାଜିଥିଲା ଓ ଅତିରିକ୍ତ ରନ୍‌ ମିଳିଥିଲା । ଏହାପରେ ବିଶ୍ବକପ୍‌ ଜିତିଥିଲା ଇଂଲଣ୍ଡ । ସେତେବେଳେ ଏହାକୁ କିଭଳି ଗ୍ରହଣ କରିନେଲେ ମୋର୍ଗାନ । ସେ କାହିଁକି ସେହି ସମୟରେ ଧାରଣା ଦେଇ ବିଶ୍ବକପ ନ୍ୟୁଜିଲାଣ୍ଡକୁ ଦେଇଦିଅ ବୋଲି କହିଲେନି । ବେଶି ଆସିଲେ ଆମେ ଆପ୍ରିସିଏଟ୍‌ କରୁନୁ କହିବା ବାଲା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 29, 2021, 9:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.