ETV Bharat / sports

ବିବାଦୀୟ ବୟାନ ଦେଉଥିବା ପୂର୍ବତନ ପାକ୍‌ ଖେଳାଳିଙ୍କୁ ଶାମିଙ୍କ କଡ଼ା ଜବାବ, କହିଲେ 'ସୁଧୁରି ଯାଅ' - ପାକିସ୍ତାନୀ ଖେଳାଳିଙ୍କୁ କଣ କହିଲେ ଶାମି

ବିଶ୍ବକପ୍‌ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସୁଥିବା ପୂର୍ବତନ ପାକିସ୍ତାନୀ କ୍ରିକେଟରଙ୍କୁ ମୁହଁତୋଡ଼ ଜବାବ ଦେଲେ ଭାରତୀୟ ଷ୍ଟାର ବୋଲର ମହମ୍ମଦ ଶାମି । କହିଲେ ଅନ୍ୟର ସଫଳତାରେ ଖୁସି ହୁଅ, ସୁଧୁରି ଯାଅ । ଅଧିକ ପଢ଼ନ୍ତୁ

ପୂର୍ବତନ ପାକ୍‌ ଖେଳାଳିଙ୍କୁ ଶାମିଙ୍କ କଡ଼ା ଜବାବ

author img

By ETV Bharat Odisha Team

Published : Nov 22, 2023, 10:02 PM IST

ନୂଆଦିଲ୍ଲୀ: ବିଶ୍ବକପ୍‌ ୨୦୨୩ ଚାଲିଥିବା ସମୟରେ ବାରମ୍ବାର ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସୁଥିଲେ ପାକିସ୍ତାନର ଏକାଧିକ ପୂର୍ବତନ କ୍ରିକେଟର । ଭାରତୀୟ କ୍ରିକେଟର ଓ ବିସିସିଆଇକୁ ବେଶ ସମାଲୋଚନା କରିଥିଲେ ପାକ୍‌ର ଏହି ପୂର୍ବତନ ଖେଳାଳିମାନେ । ବିଭିନ୍ନ ଅଜବ ଯୁକ୍ତି ପାଇଁ ତାଙ୍କ ନିଜ ଦେଶର କିମ୍ବଦନ୍ତୀ ବୋଲର ୱାସିମ ଆକ୍ରମ ମଧ୍ୟ ସେମାନଙ୍କ ବୟାନକୁ ସମାଲୋଚନା କରିଥିଲେ । ଏବେ ଭାରତୀୟ ସ୍ପିଡ୍‌ଷ୍ଟାର ମହମ୍ମଦ ଶାମି ସେମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ଆଇସିସି ଦିନିକିଆ ବିଶ୍ବକପ୍‌ ୨୦୨୩ରେ ମହମ୍ମଦ ଶାମି ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ । ଅନ୍ୟ ବୋଲରଙ୍କ ଠାରୁ କମ ମ୍ୟାଚ୍‌ ଖେଳି ସେ ସର୍ବାଧିକ ୱିକେଟ୍‌ ହାସଲକାରୀ ବୋଲର ହୋଇଥିଲେ । ସେ ବିଶ୍ବକପ୍‌ ୨୦୨୩ରେ କେବଳ ୭ ମ୍ୟାଚ୍‌ ଖେଳି ୨୪ ୱିକେଟ ନେଇଥିଲେ । ଭାରତର ପ୍ରଥମ ୪ ମ୍ୟାଚ୍‌ରେ ଶାମି ଖେଳିନଥିଲେ । କିନ୍ତୁ ବାଂଲାଦେଶ ବିପକ୍ଷରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବାପରେ ଶାମିଙ୍କୁ ସୁଯୋଗ ମିଳିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରୁ ହିଁ ସେ ଜଲ୍‌ୱା ଦେଖାଇବା ଆରମ୍ଭ କରିଥିଲେ । ଶାମି ୭ ମ୍ୟାଚ୍‌ରୁ ୩ ଥର ୫ କିମ୍ବା ତା'ଠାରୁ ଅଧିକା ୱିକେଟ୍‌ ସଫଳତା ହାସଲ କରିଛନ୍ତି । ସେ ଦ୍ରୁତତମ ବୋଲର ଭାବେ ବିଶ୍ବକପ୍‌ରେ ୫୦ ୱିକେଟ ନେବାର ରେକର୍ଡ ମଧ୍ୟ କରିଛନ୍ତି ।

ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ମଧ୍ୟ ବିଶ୍ବକପ୍‌ ହାରିବା ଶାମିଙ୍କୁ ଯଥେଷ୍ଟ କଷ୍ଟ ଦେଇଛି । ହେଲେ ଏହାଠାରୁ ଅଧିକ କଷ୍ଟ ଦେଇଛି ପାକିସ୍ତାନର ପୂର୍ବତନ ଖେଳାଳିଙ୍କ ଅଜବ ବୟାନ । ବିଶେଷ କରି ପାକିସ୍ତାନର ପୂର୍ବତନ କ୍ରିକେଟର ହାସନ ରାଜାଙ୍କ ବୟାନ ସବୁଠାରୁ ବେଶୀ ଚର୍ଚ୍ଚାରେ ରହିଥିଲା । ଭାରତୀୟ ଚମତ୍କାର ବୋଲିଂ ଦେଖି ହାସନ ରାଜା ଅଜବ ବୟାନ ଦେଇଥିଲେ । ଭାରତୀୟ ବୋଲରଙ୍କୁ ଏକ ଭିନ୍ନ ପ୍ରକାର ବଲ ଦିଆଯାଉଥିବା ସେ ଦାବି କରିଥିଲେ । ଯାହାକୁ ନେଇ ଶାମି କହିଛନ୍ତି, "କିଛି ପାକିସ୍ତାନ ଖେଳାଳି ମୋ ସଫଳତାକୁ ହଜମ କରିପାରୁନାହାନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ପାକିସ୍ତାନୀ କ୍ରିକେଟରଙ୍କୁ ମୁହଁତୋଡ଼ ଜବାବ ଦେଲେ ଶାମି, କହିଲେ ମୁହଁରେ ଟିକେ ଲାଜ ରଖ

'ପୁମା'ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାମି କହିଛନ୍ତି, "କାହା ପ୍ରଦର୍ଶନରେ ମୋତେ କେବେ ଈର୍ଷା ହୁଏ ନାହିଁ । ଅନ୍ୟମାନଙ୍କ ସଫଳତାକୁ ଆପଣ ଉପଭୋଗ କରିଲେ ହିଁ ଆପଣ ଜଣେ ଭଲ ଖେଳାଳି ହୋଇପାରିବେ । ହେଲେ କିଛି ପାକିସ୍ତାନ ଖେଳାଳି ଭାବି ନେଇଛନ୍ତି ଯେ ସେମାନଙ୍କ ଠାରୁ କେହି ଭଲ ଖେଳାଳି ନାହାନ୍ତି । କିନ୍ତୁ ଭଲ ସିଏ ଯିଏ ଠିକ ସମୟରେ ଭଲ ପ୍ରଦର୍ଶନ କରେ । କିନ୍ତୁ ଆପଣମାନେ ଭଲ ପ୍ରଦର୍ଶନରୁ କେବଳ ବିବାଦ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଏଥିପାଇଁ ଭାରତୀୟ ବୋଲର ଭିନ୍ନ ବଲ ପାଉଥିବା କହୁଛନ୍ତି । ଏସବୁ ଛାଡ଼ । ସୁଧୁରି ଯାଅ ।"

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପରେ ସର୍ବାଧିକ ଓ୍ବିକେଟ ହାସଲକାରୀ ମହମ୍ମଦ ଶାମି

ହାସନ ରାଜାଙ୍କ ଏଭଳି ଅଜବ ବୟାନକୁ ପାକିସ୍ତାନର କିମ୍ବଦନ୍ତୀ ଦ୍ରୁତ ବୋଲର ୱାସିମ ଆକ୍ରମ ମଧ୍ୟ ସମାଲୋଚନା କରିଥିଲେ । ଏନେଇ ଶାମି କହିଛନ୍ତି, "ୱାସିମ ଭାଇ ବୁଝାଇଥିଲେ କିପରି ଏକ ବାକ୍ସରେ ବଲ୍‌ ଆସେ ଓ ଖେଳିବାକୁ ଦିଆଯାଏ । ଯଦି ଜଣେ ପ୍ରଶଂସକ କିମ୍ବା କ୍ରିକେଟ୍‌ ଖେଳୁନଥିବା କେହି ଏପରି କଥା କହିଥାଆନ୍ତେ ତେବେ ଭିନ୍ନ କଥା । କିନ୍ତୁ ଆପଣ ଜଣେ ପୂର୍ବତନ ଖେଳାଳି ହୋଇ ଏଭଳି ବୟାନ ଦେଉଛନ୍ତି । ଏକଥା ଶୁଣି ଲୋକମାନେ ହସିବେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.