ଦୁବାଇ: ପାକିସ୍ତାନ ଓପନର ମହମ୍ମଦ ରିଜୱାନ ୨୦୨୧ ବର୍ଷର ଶ୍ରେଷ୍ଠ ICC ଟି-୨୦ କ୍ରିକେଟର ହୋଇଛନ୍ତି । ଏହି ସମ୍ମାନଜନକ ଆୱାର୍ଡ ହାତେଇବାକୁ ରିଜୱାନ, ଅନ୍ୟ ଦାବିଦାର ଥିବା ଇଂଲଣ୍ଡର ଜସ୍ ବଟଲର, ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଓ ଅଷ୍ଟ୍ରେଲିଆର ମିଚେଲ ମାର୍ଶଙ୍କୁ ପଛରେ ପଛରେ ପକାଇଛନ୍ତି ।
-
Sheer Consistency, indomitable spirit and some breathtaking knocks 🔥
— ICC (@ICC) January 23, 2022 " class="align-text-top noRightClick twitterSection" data="
2021 was memorable for Mohammad Rizwan 👊
More 👉 https://t.co/9guq9xKOod pic.twitter.com/6VZo7aaRIA
">Sheer Consistency, indomitable spirit and some breathtaking knocks 🔥
— ICC (@ICC) January 23, 2022
2021 was memorable for Mohammad Rizwan 👊
More 👉 https://t.co/9guq9xKOod pic.twitter.com/6VZo7aaRIASheer Consistency, indomitable spirit and some breathtaking knocks 🔥
— ICC (@ICC) January 23, 2022
2021 was memorable for Mohammad Rizwan 👊
More 👉 https://t.co/9guq9xKOod pic.twitter.com/6VZo7aaRIA
ଏହି ଆୱାର୍ଡ ଜିତିବା ପରେ ରିଜୱାନ ତାଙ୍କ ସପକ୍ଷରେ ଭୋଟ୍ ଦେଇଥିବା ସମସ୍ତ ସାଥୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ରିଜୱାନ କହିଛନ୍ତି, "କ୍ରିକେଟର ଲମ୍ବା ଫର୍ମାଟରେ ବର୍ଷଟି ଅତ୍ୟନ୍ତ ଭଲ ରହିଥିଲା, ୨୦୨୧ ବର୍ଷର ଶ୍ରେଷ୍ଠ ICC ଟି-୨୦ ପୁରୁଷ କ୍ରିକେଟର ପାଇଁ ଭୋଟ୍ ଦେଇଥିବା ସମସ୍ତଙ୍କୁ ଅନେକ କୃତଜ୍ଞତା । ଏହି ଆୱାର୍ଡ ୨୦୨୨ରେ ଆହୁରି ଅଧିକ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିବ ।"
ଅନ୍ତର୍ଜାତୀୟ କ୍ରିକେଟରେ ଏଣ୍ଟ୍ରୀ ମାରିବା ପରେ ରିଜୱାନ ୨୦୨୧ରେ ଫଟାଫଟ ଫର୍ମାଟରେ ପ୍ରଭାବୀ ପ୍ରଦର୍ଶନ ଜରିଆରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ୨୯ଟି ମ୍ୟାଚ୍ରୁ ୧,୩୨୬ ରନ୍ ନିଜ ନାମରେ କରିଛନ୍ତି । ଏହି ସମୟ ମଧ୍ୟରେ ରିଜୱାନଙ୍କ ଆଭରେଜ ୭୩.୬୬ ଓ ଷ୍ଟ୍ରାଇକ୍ ରେଟ୍ ୧୩୪.୮୯ ରହିଥିଲା । ବ୍ୟାଟ୍ରେ କମାଲ କରିବା ସହ ଷ୍ଟମ୍ପ୍ ପଛରେ ମଧ୍ୟ ତାଙ୍କର ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୧ରେ ପାକିସ୍ତାନକୁ ସେମିଫାଇନାଲରେ ପହଞ୍ଚାଇବାରେ ତାଙ୍କର ବିଶେଷ ଯୋଗଦାନ ରହିଥିଲା । ପ୍ରତିଯୋଗିତାରେ ସେ ସର୍ବାଧିକ ରନ୍ ସଂଗ୍ରହକାରୀ ଖେଳାଳି ରହିଥିଲେ ।
ଏହାମଧ୍ୟ ପଢନ୍ତୁ: ୩rd ODI: ଡି କକ୍ଙ୍କ ଦମଦାର ଶତକ, ଭାରତ ସାମ୍ନାରେ ଟାର୍ଗେଟ 288
ନିକଟରେ ଲାହୋରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି-୨୦ ଶତକ ମଧ୍ୟ ହାସଲ କରିଛନ୍ତି ରିଜୱାନ । ଏହାପରେ କରାଚୀରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୮୭ ରନ୍ର ଦମଦାର ଇଂନିସ ମଧ୍ୟ ଖେଳିଛନ୍ତି । ତେବେ ଟି-୨୦ ବିଶ୍ବକପରେ ଅକ୍ଟୋବର ୨୪ରେ ଦୁବାଇରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ସାମ୍ନାରେ ୧୫୨ ରନ୍ର ଲକ୍ଷ୍ୟ ରଖିଥିଲା । ଜଶପ୍ରୀତ ବୁମରା ଓ ମହମ୍ମଦ ସାମଙ୍କ ଭଳି ବୋଲରଙ୍କୁ ନେଇ ଭାରତର ଶକ୍ତିଶାଳୀ ବୋଲିଂ ଆକ୍ରମଣ ସାମ୍ନାରେ ଏହି ଲକ୍ଷ୍ୟ କଷ୍ଟକର ମନେହେଉଥିଲା । ମାତ୍ର ଓପନର ରିଜୱାନ କ୍ୟାପଟେନ ବାବର ଆଜମଙ୍କ ସହ ମିଶି ପାକିସ୍ତାନକୁ ୧୦ ୱିକେଟରେ ବିଜୟ ଦେଇଥିଲେ । ୫୫ ବଲ୍ରୁ ରିଜୱାନ ୭୯ ରନ୍ର ଅପରାଜିତ ଇଂନିସ ଖେଳିଥିଲେ ।
ANI