ETV Bharat / sports

Asia cup, ସାହିନ ଆଫ୍ରିଦିଙ୍କ ବଦଳରେ ସ୍ଥାନ ପାଇଲେ ମହମ୍ମଦ ହସନେନ

author img

By

Published : Aug 22, 2022, 10:53 PM IST

ପାକିସ୍ତାନର ବୋଲର ସାହିନ ଆଫ୍ରିଦି (Shaheen Shah Afridi) ଆହତ କାରଣରୁ ଏସିଆ କପରୁ ବାଦ ପଡିଛନ୍ତି । ତାଙ୍କ ବଦଳରେ ଦଳରେ ସ୍ଥାନ ପାଇଛନ୍ତି ଫାଷ୍ଟ ବୋଲର ମହମ୍ମଦ ହସନେନ(mohammad hasnain) । ଅଧିକ ପଢନ୍ତୁ

mohammad-hasnain-replaces-shaheen-afridi-in-pakistan-squad-for-asia-cup-2022
Asia cup, ସାହିନ ଆଫ୍ରିଦିଙ୍କ ବଦଳରେ ସ୍ଥାନ ପାଇଲେ ମହମ୍ମଦ ହସନେନ

ହାଇଦ୍ରାବାଦ: ଏସିଆ କପ(Asia cup) ପୂର୍ବରୁ ପାକିସ୍ତାନକୁ(pakistan) ଲାଗିଛି ବଡ ଝଟକା । ପାକିସ୍ତାନର ବୋଲର ଶାହିନ ଆଫ୍ରିଦି (Shaheen Shah Afridi) ଆହତ କାରଣରୁ ଏସିଆ କପରୁ ବାଦ ପଡିଛନ୍ତି । ତେବେ ଶାହିନ ଆଫ୍ରିଦିଙ୍କ ଅନୁପସ୍ଥିତି ପାକିସ୍ତାନ ପାଇଁ ଏସିଆ କପରେ ମହଙ୍ଗା ସାବ୍ୟସ୍ତ ହୋଇପାରେ । ସେପଟେ ଶାହିନ ଆଫ୍ରିଦିଙ୍କ ବଦଳରେ ଏସିଆ କପ ପାକିସ୍ତାନ ସ୍କ୍ବାଡରେ ସ୍ଥାନ ପାଇଛନ୍ତି ଫାଷ୍ଟ ବୋଲର ମହମ୍ମଦ ହସନେନ(mohammad hasnain) ।

  • JUST IN: Mohammad Hasnain to replace Shaheen Afridi in Asia Cup squad.

    Details ⬇️

    — ICC (@ICC) August 22, 2022 " class="align-text-top noRightClick twitterSection" data=" ">

ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ଏସିଆ କପ । ତେବେ ଏହା ପୂର୍ବରୁ ପାକିସ୍ତାନର ଫାଷ୍ଟ ବୋଲର ଶାହିନ ଆଫ୍ରିଦି ଦଳରୁ ବାଦ ପଡିଛନ୍ତି । ତାଙ୍କୁ ଫିଟ ହେବାକୁ ୫ରୁ ୬ ସପ୍ତାହ ସମୟ ଲାଗିପାରେ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (Pakistan Cricket Board )ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ସାହିନ ଆଫ୍ରିଦିଙ୍କ ବଦଳରେ ଫାଷ୍ଟ ବୋଲର ମହମ୍ମଦ ହସନେନଙ୍କୁ ଦଳ ସ୍ଥାନ ଦେଇଛି PCB । ଏହି ରାଇଟ ହ୍ୟାଣ୍ଡ ବୋଲର ଏପର୍ଯ୍ୟନ୍ତ ୧୮ ଟି ଟି-୨୦ ମ୍ୟାଚ ଖେଳି ୧୭ ଟି ୱିକେଟ ଅକ୍ତିଆର କରିଛନ୍ତି । ୨୦୨୧ ମସିହା ଡିସେମ୍ବରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ତାଙ୍କର ଶେଷ ଟି-୨୦ ମ୍ୟାଚ ଖେଳିଥିଲେ ।

ଅଗଷ୍ଟ ୨୭ ତାରିଖରେ ୟୁଏଇରେ ଏସିଆ କପ ଅନୁଷ୍ଠିତ ହେବାକୁ ଯାଉଛି । ପାକିସ୍ତାନ ଅଗଷ୍ଟ ୨୮ ତାରିଖରେ ଭାରତ ସହିତ ତାର ପ୍ରଥମ ମ୍ୟାଚ ଖେଳିବ(India Pakistan Match) । ଏହି ମ୍ୟାଚ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରି ରହିଛନ୍ତି । ସେପଟେ ଶାହିନ ଆଫ୍ରିଦି ଦଳରୁ ବାଦ ପଡିବା ପରେ ଭାରତୀୟ ଟପ ଅର୍ଡର କ୍ରିକେଟରଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । 2020 ମସିହା ଟି-20 ବିଶ୍ବକପରେ ପ୍ରଥମ ଓଭରରେ ରୋହିତ ଶର୍ମାକୁ ଆଉଟ କରିଥିଲେ ପାକିସ୍ତାନର ଫାଷ୍ଟ ବୋଲର ଶାହିନ ଆଫ୍ରିଦି । ସେହିପରି ଲୋକେଶ ରାହୁଲ ଏବଂ ବିରାଟ କୋହଲିଙ୍କୁ ମଧ୍ୟ ପାଭିଲିୟନ ଫେରିବାରେ ବାଟ ଦେଖାଇଥିଲେ ଶାହିନ ଆଫ୍ରିଦି । ସେହି ମ୍ୟାଚରେ ଭାରତକୁ ପାକିସ୍ତାନ 10 ୱିକେଟରେ ହରାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.