ETV Bharat / sports

ନିଆଳି ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଭୁବନେଶ୍ବର ଚାମ୍ପିୟନ - ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ। କଟକ ଜିଲ୍ଲା ନିଆଳି ବ୍ଲକର ଏରଞ୍ଚ ନିକଟରେ ଲକ୍ଷ୍ମୀ ନୃସିଂହ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ହୋଇଥିଲା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ୮ଟି ଜିଲ୍ଲାରୁ ୮ଟି କ୍ରିକେଟ କ୍ଲବ ଏହି ଟୁର୍ନାମେଣ୍ଟରେ ଅଂଶ ଗ୍ରହଣ କରିଥିଲେ । ଅଧିକ ପଢନ୍ତୁ

MKCA Bhubaneswar won niali State-level cricket tournament title
ନିଆଳି ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଭୁବନେଶ୍ବର ଚାମ୍ପିୟନ
author img

By

Published : Mar 7, 2022, 4:39 PM IST

Updated : Mar 7, 2022, 5:00 PM IST

ନିଆଳି: ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ। କଟକ ଜିଲ୍ଲା ନିଆଳି ବ୍ଳକର ଏରଞ୍ଚ ନିକଟରେ ଲକ୍ଷ୍ମୀ ନୃସିଂହ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ହୋଇଥିଲା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ୮ଟି ଜିଲ୍ଲାରୁ ୮ଟି କ୍ରିକେଟ କ୍ଲବ ଏହି ଟୁର୍ନାମେଣ୍ଟରେ ଅଂଶ ଗ୍ରହଣ କରିଥିଲେ ।

ନିଆଳି ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଭୁବନେଶ୍ବର ଚାମ୍ପିୟନ

ଫାଇନାଲ ମ୍ୟାଚ୍‌ରେ ନିଆଳି ବି.ସି କ୍ରିକେଟ କ୍ଲବ ଓ ଭୁବନେଶ୍ବର ଏମ.କେ.ସି.ଏ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ପ୍ରଥରେ ନିଆଳି କ୍ରିକେଟ କ୍ଲବ ନିର୍ଦ୍ଧାରିତ ୨୦ ଓଭରରେ ୧୩୭ ରନ୍ କରିବାରେ ସକ୍ଷମ ହୋଇଥିଲା। ଏହାର ଜବାବରେ ଭୁବନେଶ୍ବର କ୍ରିକେଟ କ୍ଲବ ୧୮ ଓଭରରେ ୫ ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା ।

ବିଜୟୀ ଦଳକୁ ଟ୍ରଫି ସହ ନଗଦ ୩୦ ହଜାର ଟଙ୍କା ଓ ରନର୍ସ ଅଫ୍ ଦଳକୁ ୨୦ ହଜାର ଟଙ୍କା ନଗଦ ରାଶି ପ୍ରଦାନ କରାଯାଇଥିଲା। ଉଦଯାପନୀ ଉତ୍ସବରେ ସଦର ଉପଖଣ୍ଡ ପୋଲିସ ଅଧିକାରୀ ସୁବାଷ ଚନ୍ଦ୍ର ପଣ୍ଡା, ଅଭିମନ୍ୟୁ ସଂଗଠନର ଆବାହକ ଅଭିମନ୍ୟୁ ମଲ୍ଲିକ, ସମାଜସେବୀ ଅମିୟ ସ୍ବାଇଁ ଓ ବିଶୁ ସ୍ବାଇଁ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିବା ସହ ଉତ୍ସାହ କରିଥିଲେ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

Last Updated : Mar 7, 2022, 5:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.