ETV Bharat / sports

ICC ମାନ୍ୟତାର ଶୀର୍ଷକୁ ଉଠିଲେ ମିତାଲି, 22 ବର୍ଷ କ୍ୟାରିୟରରେ ଅଷ୍ଟମ ଥର

author img

By

Published : Jul 6, 2021, 8:23 PM IST

ଭାରତୀୟ ମହିଳା ଦିନିକିଆ କ୍ରିକେଟ ଟିମର କ୍ୟାପଟେନ୍‌ ମିତାଲି ରାଜ ସଦ୍ୟ ପ୍ରକାଶିତ ICC ମାନ୍ୟତାରେ ଶୀର୍ଷ ସ୍ଥାନକୁ ଲମ୍ଫ ମାରିଛନ୍ତି । ଅଧିକ ପଢନ୍ତୁ...

ICC ମାନ୍ୟତାର ଶୀର୍ଷକୁ ଉଠିଲେ ମିତାଲି, 22ବର୍ଷ କ୍ୟାରିୟରରେ ଅଷ୍ଟମଥର

ଦୁବାଇ: ଭାରତୀୟ ମହିଳା ଦିନିକିଆ କ୍ରିକେଟ ଟିମର କ୍ୟାପଟେନ୍‌ ମିତାଲି ରାଜ ସଦ୍ୟ ପ୍ରକାଶିତ ICC ମାନ୍ୟତାରେ ଶୀର୍ଷ ସ୍ଥାନକୁ ଲମ୍ଫ ମାରିଛନ୍ତି । ଇଂଲଣ୍ଡ ବିପକ୍ଷ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ କ୍ରମାଗତ 3ଟି ଅର୍ଦ୍ଧଶତକ ମିତାଲିଙ୍କୁ ନମ୍ବର 1ରେ ପହଞ୍ଚାଇଛି । ଫଳରେ 22 ବର୍ଷର ଦୀର୍ଘ ଅନ୍ତର୍ଜାତୀୟ କ୍ୟାରିୟରରେ ଅଷ୍ଟମ ଥର ପାଇଁ ICC ମହିଳା ମାନ୍ୟତାର ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି ଭେଟେରାନ ଭାରତୀୟ ବ୍ୟାଟର ।

38ବର୍ଷୀୟା ମିତାଲି ପ୍ରଥମ ଦିନିକିଆରେ 72, ଦ୍ବିତୀୟ ଦିନିକିଆରେ 59 ଓ ତୃତୀୟ ଦିନିକିଆରେ ଅପରାଜିତ 75 ରନର ଇଂନିସ ଖେଳି ଭାପତକୁ ବିଜୟ ଦେଇଥିଲେ । ଫଳରେ ସଦ୍ୟ ପ୍ରକାଶିତ ମାନ୍ୟତାରେ 4ଟି ସ୍ଥାନ ଉପରକୁ ଉଠି ଶୀର୍ଷରେ ପହଞ୍ଚିଛନ୍ତି ।

🏴󠁧󠁢󠁥󠁮󠁧󠁿 England's star spinner @Sophecc19 moves up four spots to No.6 in this week's @MRFWorldwide ICC Women's ODI Player Rankings update for bowling.

Full list: https://t.co/KjDYT8qgqn pic.twitter.com/xn2KCikVB7

— ICC (@ICC) July 6, 2021

ଇଂଲଣ୍ଡ ଗସ୍ତ ଆରମ୍ଭ ସମୟରେ ସେ ଅଷ୍ଟମ ସ୍ଥାନରେ ଥିଲେ । ମାତ୍ର ଦିନିକିଆ ସିରିଜରେ ମୋଟ 206 ରନ ସହ ସିରିଜର ସର୍ବାଧିକ ରନ ସଂଗ୍ରହକାରୀ ହେବାପରେ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ବର୍ଷ 2018ରେ ଶେଷଥର ପାଇଁ ଏହି ସ୍ଥାନରେ ସେ ପହଞ୍ଚିଥିଲେ ।

2005ରେ ICC ମହିଳା କ୍ରିକେଟ ବିଶ୍ବକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅପରାଜିତ 91 ରନର ଇଂନିସ ଖେଳିବାପରେ ମାନ୍ୟତାର

ପ୍ରଥମ ଥର ପାଇଁ ଶୀର୍ଷରେ ପହଞ୍ଚିଥିଲେ । 16 ବର୍ଷ ତଳେ ବିଶ୍ବର ଶ୍ରେଷ୍ଠ ବ୍ୟାଟର ହୋଇଥିବା ମିତାଲି ଏବେବି ଶ୍ରେଷ୍ଠତା ବଜାୟ ରଖିବାରେ ସଫଳ ହୋଇଥିବା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ସ୍ପଷ୍ଟ କରିଛି । ଓପନର ସ୍ମୃତି ମାନ୍ଧାନା ବ୍ୟାଟିଂ ମାନ୍ୟତାର ଶ୍ରେଷ୍ଠ 10 ସ୍ଥାନ ମଧ୍ୟରେ ଦ୍ବିତୀୟ ଭାରତୀୟ ଖେଳାଳି ଭାବେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଦୁବାଇ: ଭାରତୀୟ ମହିଳା ଦିନିକିଆ କ୍ରିକେଟ ଟିମର କ୍ୟାପଟେନ୍‌ ମିତାଲି ରାଜ ସଦ୍ୟ ପ୍ରକାଶିତ ICC ମାନ୍ୟତାରେ ଶୀର୍ଷ ସ୍ଥାନକୁ ଲମ୍ଫ ମାରିଛନ୍ତି । ଇଂଲଣ୍ଡ ବିପକ୍ଷ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ କ୍ରମାଗତ 3ଟି ଅର୍ଦ୍ଧଶତକ ମିତାଲିଙ୍କୁ ନମ୍ବର 1ରେ ପହଞ୍ଚାଇଛି । ଫଳରେ 22 ବର୍ଷର ଦୀର୍ଘ ଅନ୍ତର୍ଜାତୀୟ କ୍ୟାରିୟରରେ ଅଷ୍ଟମ ଥର ପାଇଁ ICC ମହିଳା ମାନ୍ୟତାର ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି ଭେଟେରାନ ଭାରତୀୟ ବ୍ୟାଟର ।

38ବର୍ଷୀୟା ମିତାଲି ପ୍ରଥମ ଦିନିକିଆରେ 72, ଦ୍ବିତୀୟ ଦିନିକିଆରେ 59 ଓ ତୃତୀୟ ଦିନିକିଆରେ ଅପରାଜିତ 75 ରନର ଇଂନିସ ଖେଳି ଭାପତକୁ ବିଜୟ ଦେଇଥିଲେ । ଫଳରେ ସଦ୍ୟ ପ୍ରକାଶିତ ମାନ୍ୟତାରେ 4ଟି ସ୍ଥାନ ଉପରକୁ ଉଠି ଶୀର୍ଷରେ ପହଞ୍ଚିଛନ୍ତି ।

ଇଂଲଣ୍ଡ ଗସ୍ତ ଆରମ୍ଭ ସମୟରେ ସେ ଅଷ୍ଟମ ସ୍ଥାନରେ ଥିଲେ । ମାତ୍ର ଦିନିକିଆ ସିରିଜରେ ମୋଟ 206 ରନ ସହ ସିରିଜର ସର୍ବାଧିକ ରନ ସଂଗ୍ରହକାରୀ ହେବାପରେ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ବର୍ଷ 2018ରେ ଶେଷଥର ପାଇଁ ଏହି ସ୍ଥାନରେ ସେ ପହଞ୍ଚିଥିଲେ ।

2005ରେ ICC ମହିଳା କ୍ରିକେଟ ବିଶ୍ବକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅପରାଜିତ 91 ରନର ଇଂନିସ ଖେଳିବାପରେ ମାନ୍ୟତାର

ପ୍ରଥମ ଥର ପାଇଁ ଶୀର୍ଷରେ ପହଞ୍ଚିଥିଲେ । 16 ବର୍ଷ ତଳେ ବିଶ୍ବର ଶ୍ରେଷ୍ଠ ବ୍ୟାଟର ହୋଇଥିବା ମିତାଲି ଏବେବି ଶ୍ରେଷ୍ଠତା ବଜାୟ ରଖିବାରେ ସଫଳ ହୋଇଥିବା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ସ୍ପଷ୍ଟ କରିଛି । ଓପନର ସ୍ମୃତି ମାନ୍ଧାନା ବ୍ୟାଟିଂ ମାନ୍ୟତାର ଶ୍ରେଷ୍ଠ 10 ସ୍ଥାନ ମଧ୍ୟରେ ଦ୍ବିତୀୟ ଭାରତୀୟ ଖେଳାଳି ଭାବେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.