ମାକେ: ଇତିହାସ ରଚିଲେ ଭାରତୀୟ ମହିଳା ଦିନିକିଆ କ୍ରିକେଟ ଟିମର କ୍ୟାପଟେନ ମିତାଲି ରାଜ୍ । ନିଜ କ୍ରିକେଟ କ୍ୟାରିୟରରେ ମଙ୍ଗଳବାର ୨୦ ହଜାର ରନ ପୂରଣ କରିଛନ୍ତି ମିତାଲି । ସ୍ଥାନୀୟ ହାରପ ପାର୍କରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ମିତାଲି ରାଜ ଏହି ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଏଥିସହିତ କ୍ରମାଗତ ୫ମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ମଧ୍ୟ କରିଛନ୍ତି ।
ଏହି ମ୍ୟାଚ୍ରେ ଭାରତୀୟ କ୍ୟାପଟେନ ମିତାଲି ରାଜ ୧୦୭ ବଲ୍ରୁ ୬୧ ରନ୍ର ଇଂନିସ ଖେଳିଥିଲେ । ଫଳରେ ଭ୍ରମଣକାରୀ ଟିମ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୨୨୫ ରନ କରିପାରିଥିଲା । ମହିଳା ଅନ୍ତର୍ଜାତୀୟ କ୍ରିକେଟରେ ସମସ୍ତ ତିନୋଟି ଫର୍ମାଟରେ ମିତାଲି ରାଜ ପୂର୍ବରୁ ସର୍ବାଧିକ ସ୍କୋରର ରହିଛନ୍ତି ।
ଚଳିତ ବର୍ଷ ଆରମ୍ଭରେ ଇଂଲଣ୍ଡ ଗସ୍ତ ସମୟରେ ମିତାଲି ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ସ୍କୋରର ହୋଇଥିଲେ । ୧୯୯୯ ମସିହାରେ ଭାରତ ପାଇଁ ଡେବ୍ୟୁ କରିଥିବା ମିତାଲି, ୨୧୮ଟି ଦିନିକିଆ ମ୍ୟାଚ୍ ଖେଳି ସାରିଛନ୍ତି । କ୍ରିକେଟି କ୍ୟାରିୟରରେ ୨୦ ହଜାର ରନ ପୂରଣ କରିବାକୁ ସକ୍ଷମ ହୋଇଛନ୍ତି । ଶେଷ ୫ ଦିନିକିଆରେ ସେ ଯଥାକ୍ରମେ ୭୯, ୭୨, ୫୯, ୭୫ ଓ ୬୧ ରନ୍ର ଇନିଂସ ଖେଳିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ