ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ ଟିମର କ୍ୟାପେଟନ ମିତାଲି ରାଜଙ୍କ ବାୟୋପିକ 'ସାବାସ ମିତୁ'ର ଟିଜର ସୋମବାର ରିଲିଜ ହୋଇଛନ୍ତି । ଟିଜରରେ ପ୍ରଥମ ଥର ଅଭିନେତ୍ରୀ ତାପସୀ ପନ୍ନୁ ମିତାଲି ରାଜଙ୍କ ଲୁକ୍ରେ ବ୍ୟାଟ୍ ଧରିଥିବା ନଜର ଆସିଛନ୍ତି । ତାପସୀ ଭାରତୀୟ କ୍ରିକେଟର ଲୁକ୍ରେ ଭଲ ଦିଶୁଛନ୍ତି । ଟିଜରକୁ ସେ ନିଜର ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
-
In a sport dominated by Gentlemen, she did not bother to rewrite history… Instead she created HERSTORY! #AbKhelBadlega#ShabaashMithu Coming soon!#BreakTheBias #ShabaashMithu #ShabaashWomen #ShabaashYou pic.twitter.com/05MqzQhs50
— Mithali Raj (@M_Raj03) March 21, 2022 " class="align-text-top noRightClick twitterSection" data="
">In a sport dominated by Gentlemen, she did not bother to rewrite history… Instead she created HERSTORY! #AbKhelBadlega#ShabaashMithu Coming soon!#BreakTheBias #ShabaashMithu #ShabaashWomen #ShabaashYou pic.twitter.com/05MqzQhs50
— Mithali Raj (@M_Raj03) March 21, 2022In a sport dominated by Gentlemen, she did not bother to rewrite history… Instead she created HERSTORY! #AbKhelBadlega#ShabaashMithu Coming soon!#BreakTheBias #ShabaashMithu #ShabaashWomen #ShabaashYou pic.twitter.com/05MqzQhs50
— Mithali Raj (@M_Raj03) March 21, 2022
ଏହି ଭିଡିଓକୁ ନିଜେ ମିତାଲି ରାଜ ମଧ୍ୟ ଟ୍ବିଟ୍ରରେ ସେୟାର କରିଛନ୍ତି । ଏହି ଟିଜର ଭିଡିଓର କ୍ୟାପ୍ସନରେ ମିତାଲି ଲେଖିଛନ୍ତି, ସାଧାରଣ ଲୋକଙ୍କ ଖେଳରେ ସେ ଇତିହାସ ରଚିଲେ ଓ ନିଜର କାହାଣି ବନାଇଲେ । ତେବେ ଏଯାବତ ଏହି ଫିଲ୍ମର ରିଲିଜ ତାରିଖ ଘୋଷଣା ହୋଇନାହିଁ । ଏହି ଟିଜର ଭିଡିଓରେ କମେଣ୍ଟ୍ରୀ ଚାଲୁଛି ଓ ମିତାଲି ରାଜଙ୍କ ରେକର୍ଡ ସ୍କ୍ରୀନରେ ଦେଖାଯାଇଛି ।
ଫିଲ୍ମରେ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ କିମ୍ବଦନ୍ତୀ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଶ୍ରୀଜିତ ମୁଖାର୍ଜୀଙ୍କ ଏହି ଫିଲ୍ମର ଫିଲ୍ମର କାହାଣୀ ଭାରତୀୟ ମହିଳା ଦିନିକିଆ କ୍ରିକେଟ ଟିମର କ୍ୟାପେଟନ ମିତାଲି ରାଜଙ୍କ ଜୀବନକାହାଣୀ ଉପରେ ଆଧାରିତ ।
ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଚଳିତ ମହିଳା ବିଶ୍ବକପରେ ମିତାଲି ରାଜ ଷଷ୍ଠ ଥର ଭାରତୀୟ ଟିମ ପାଇଁ ଖେଳୁଛନ୍ତି । ପ୍ରଥମ ଥର ବର୍ଷ ୨୦୦୦ରେ ସେ ବିଶ୍ବକପରେ ଭାରତୀୟ ଟିମର ସଦସ୍ୟ ରହିଥିଲେ । ମିତାଲିଙ୍କ ନାମରେ ବିଶ୍ବକପରେ ସର୍ବାଧିକ ମ୍ୟାଚ୍ରେ ଅଧିନାୟତ୍ବ କରିଥିବା ରେକର୍ଡ ସହ ୧୦ ହଜାର ଅନ୍ତର୍ଜାତୀୟ ରନ ସଂଗ୍ରହକାରୀ ଏକମାତ୍ର ମହିଳା କ୍ରିକେଟର ହେବାର ରେକର୍ଡ ରହିଛି ।
ଲେଡି ତେନ୍ଦୁଲକରଙ୍କ ନାମରେ ମଧ୍ୟ ସେ ପରିଚିତ । ନିକଟରେ ତାଙ୍କୁ ଭାରତ ସରକାର ଖେଳ ରତ୍ନ ପୁରସ୍କାରରେ ସମ୍ମାନୀତ କରିଛନ୍ତି । ବଲିଉଡ୍ରେ ପୂର୍ବରୁ ଖେଳ କାହାଣୀ ଉପରେ ଆଧାରିତ ଫିଲ୍ମ ତିଆରି ହୋଇଛି । ପ୍ରଥମେ ଏମଏସ ଧୋନି, ଆଝାର(ମହମ୍ମଦ ଆଝାରୁଦ୍ଦିନ), ୮୩(୧୯୮୩ ବିଶ୍ବ ବିଜେତା ଟିମ), ଚକ ଦେ ଇଣ୍ଡିଆ, ଗୋଲ୍ ସମେତ ଏକାଧିକ ଫିଲ୍ମ ତିଆରି ହୋଇସାରିଛି । ନିକଟରେ ତାପସୀ ପନ୍ନୁଙ୍କ ଅଭିନୀତ ଏକ ଖେଳ କାହାଣୀ ଆଧାରିତ ଫିଲ୍ମ ରଶ୍ମୀ ରକେଟ୍ ମଧ୍ୟ ଆସିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ