ହାଇଦ୍ରାବାଦ: ମିଶନ ମେଲବର୍ଣ୍ଣ ପାଇଁ ଜାରି ରହିଛି ସମସ୍ତ ଟିମ ମଧ୍ୟରେ ଲଢେଇ । ଶକ୍ତିଶାଳୀ ଦଳର ବିଜୟ ରାସ୍ତାରେ ବର୍ଷା ଖଳନାୟକ ସାଜିବାରେ ନଜିର ରହିଛି । ତେବେ ବର୍ଷାକୁ ଦୃଷ୍ଟିରେ ରଖି ଟି-୨୦ ବିଶ୍ବକପ ପାଇଁ ଆଇସିସି ନୂଆ ନିୟମ ଜାରି କରିଛି । ଫାଇନାଲ ଓ ସେମିଫାଇନାଲ ମ୍ୟାଚରେ, ବର୍ଷା ବାଧକ ସାଜିଲେ ଉଭୟ ଦଳ ୧୦ ଓଭର ଲେଖାଏଁ ଇନିଂସ ଖେଳିବା ବାଧ୍ୟତାମୂଳକ କରାଯାଇଛି । ଯଦି ବର୍ଷା କାରଣରୁ 10-10 ଓଭର ମ୍ୟାଚ ଖେଳାଯାଇ ନପାରିବ ତାହେଲେ ସେହି ମ୍ୟାଚରେ କୌଣସି ଫଳାଫଳ ବାହାରିବ ନାହିଁ । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଡକ୍ ୱର୍ଥ ଲୁଇସ (DLS) ମେଥଡ ଅନୁଯାୟୀ ସର୍ବନିମ୍ନ ୫ ଓଭରରେ ମ୍ୟାଚ ଖେଳାଯାଉଥିଲା । ହେଲେ ଆଇସିସିର ନୂଆ ନିୟମ ଆଧାରରେ ଫାଇନାଲ ଓ ସେମିଫାଇନାଲ ମ୍ୟାଚରେ କମ୍ ସେ କମ୍ 10-10 ଓଭରର ମୁକାବିଲା ହେବ ।
ପୂର୍ବରୁ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ (DLS) ମେଥଡ ଅନୁଯାୟୀ ଦୁଇ ଦଳ ୫ ଓଭରରେ ମ୍ୟାଚ ଖେଳୁଥିଲେ । ଏହା ପରେ ସେମାନଙ୍କ ଖେଳର ଫଳାଫଳକୁ ଗଣନା କରାଯାଉଥିଲା । ହେଲେ ଏବେ ଆଉ ତାହା ହେବ ନାହିଁ । ସେମିଫାଇନାଲ ଓ ଫାଇନାଲ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ପାଇଁ ଆଇସିସି ନୂଆ ନିୟମ ଜାରି କରିଛି । (DLS) ମେଥଡ ଅନୁଯାୟୀ ଏହା ୫ ଓଭର ପରିବର୍ତ୍ତେ କମ୍ ସେ କମ୍ ୧୦ ଓଭର ମୁକାବିଲା କରିବାକୁ ବାଧ୍ୟତାମୂଳକ କରାଯାଇଛି । ବର୍ଷା କାରଣରୁ ଉଭୟ ଦଳ ୧୦ ଓଭର ମ୍ୟାଚ ଖେଳିବାକୁ ସକ୍ଷମ ହୋଇପାରୁ ନାହାଁନ୍ତି ତାହେଲେ ସେହି ମ୍ୟାଚରେ କୌଣସି ଫଳାଫଳ ବାହାରିବ ନାହିଁ ।
ସେମିଫାଇନାଲ ଓ ଫାଇନାଲ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଯଦି ଉଭୟ ଦଳ ୧୦ ଓଭର ମ୍ୟାଚ ଖେଳିବାରେ ବିଫଳ ରହୁଛନ୍ତି ତାହେଲେ ଯେଉଁଠି ଖେଳ ସ୍ଥଗିତ ରହିଥିବ ରିଜର୍ଭ ଡେ ରେ ସେହିଠାରୁ ଖେଳ ଆରମ୍ଭ ହେବ । ଏନେଇ ଦଳରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଆଇସିସି କଡାକଡି ବାରଣ କରିଛି । ଗ୍ରୁପ ୧ ଓ ଗ୍ରୁପ ୨ ରେ ଥିବା ଶୀର୍ଷ ୪ ଟି ଟିମ ସେମିଫାଇନାଲ ମ୍ୟାଚ ଖେଳିବାର ଯୋଗ୍ୟତା ହାସଲ କରିବେ । ଗ୍ରୁପ ୨ ରେ ସ୍ଥାନ ପାଇଥିବା ପାଇଥିବା ଦଳଗୁଡିକ ଆଉ ଗୋଟିଏ ମ୍ୟାଚ ଖେଳିବା ପରେ କିଏ ସେମି ଟିକଟ୍ ହାତେଇବ ତାହା ସ୍ପଷ୍ଟ ହେବ । ଗ୍ରୁପ ୧ ର ପ୍ରଥମ ଟିମ୍ ଭାବେ ନ୍ୟୁଜିଲାଣ୍ଡ ସେମିଫାଇନାଲ ଟିକଟ୍ ହାତେଇଛି ।