ETV Bharat / sports

କୋରୋନାରୁ ସୁସ୍ଥ ହସି, ରିଦ୍ଧିମାନ ଏବେବି ପଜିଟିଭ୍ - ମାଇକ ହସି କୋରୋନାରୁ ସୁସ୍ଥ

କୋରୋନା ସଂକ୍ରମଣରୁ ସୁସ୍ଥ ହେଲେ ଚେନ୍ନାଇ ସୁପରକିଙ୍ଗ୍ସର ବ୍ୟାଟିଂ କୋଚ ମାଇକ ହସି । ରିଦ୍ଧିମାନ ଶାହା ବର୍ତ୍ତମାନ ସୁଦ୍ଧା କୋରୋନା ସଂକ୍ରମଣରୁ ସୁସ୍ଥ ହୋଇନାହାନ୍ତି । ଅଧିକ ପଢ଼ନ୍ତୁ...

କୋରୋନାରୁ ସୁସ୍ଥ ହସି, ରିଦ୍ଧିମାନ ଏବେବି ପଜିଟିଭ୍

author img

By

Published : May 14, 2021, 8:10 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣରୁ ସୁସ୍ଥ ହେଲେ ଚେନ୍ନାଇ ସୁପରକିଙ୍ଗ୍ସର ବ୍ୟାଟିଂ କୋଚ ମାଇକ ହସି । ବର୍ତ୍ତମାନ ସେ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ ରିଦ୍ଧିମାନ ଶାହା ବର୍ତ୍ତମାନ ସୁଦ୍ଧା କୋରୋନା ସଂକ୍ରମଣରୁ ସୁସ୍ଥ ହୋଇନାହାନ୍ତି । ଶାହାଙ୍କ ଦୁଇଥର କୋରୋନା ଯାଞ୍ଚ ହୋଇଥିଲା । ଗୋଟିଏ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଗୋଟିଏ ରିପୋର୍ଟ ନେଗେଟିଭ ଆସିଛି ।

ମାଇକ ହସି ଭାରତରେ ରହି ସିଧାସଳଖ ଅଷ୍ଟ୍ରେଲିଆ ଗସ୍ତ କରିବେ ବା ମାଳଦୀବ ଗସ୍ତ କରିବେ ସେନେଇ କିଛି ସ୍ପଷ୍ଟ ହୋଇ ପାରିନାହିଁ । ଏହାପୂର୍ବୁର ତାଙ୍କ ଦୁଇଥର ଆରଟିପିସିଆର (RTPCR) ଟେଷ୍ଟ ହୋଇଥିଲା । ହସିଙ୍କ ଦୁଇଟ ରିପୋର୍ଟ ନେଗେଟିଭ ଆସିଛି । ଖୁବଶୀଘ୍ରୀ ସେ ଅଷ୍ଟ୍ରେଲିଆ ଗସ୍ତ କରିବା ନେଇ ସୂଚନା ଦେଇଛନ୍ତି ।

ସେପଟେ ରିଦ୍ଧିମାନ ଶାହାଙ୍କ ମଧ୍ୟ ଦୁଇଥର ଆରଟିପିସିଆର (RTPCR) ଟେଷ୍ଟ ହୋଇଥିଲା । ତେବେ ଗୋଟିଏ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଗୋଟିଏ ନେଗେଟିଭ ଆସିଛି । ବର୍ତ୍ତମାନ ସେ ତାଙ୍କର କ୍ବାରେଣ୍ଟିନ ଅବଧି ବଳବତ୍ତର ରହିବ । କୋରୋନାରୁ ସୁସ୍ଥ ହୋଇଥିଲେ ସେ, ମେ’ 25 ତାରିଖରେ ଭାରତୀୟ ଦଳ ସହ ବାୟୋବବଲରେ ଯୋଗ ଦେଇ ପାରିଥାନ୍ତେ ।

ଆଇପିଏଲରେ ଏକାଧିକ କୋରୋନା ସଂକ୍ରମିତ ହେବାପରେ ଏଥିରେ ଯୋଗ ଦେଇଥିବା ସମସ୍ତ ଅଷ୍ଟ୍ରେଲିଆ ଖେଳାଳି ମାଳଦୀପ ଗସ୍ତ କରିଥିଲେ । କେବଳ ମାଇକ ହସି ଭାରତରେ କ୍ବାରେଣ୍ଟିନରେ ରହିଥିଲେ । ମେ 15 ତାରିଖ ଯାଏଁ ଭାରତରୁ ବିମାନ ଯାତ୍ରା ଉପରେ କଟକଣା ଜାରି କରିଛି ଅଷ୍ଟ୍ରେଲିଆ । ଫଳରେ ଅଷ୍ଟ୍ରେଲିଆ ଖେଳାଳି ମାଳଦୀପ ଗସ୍ତ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.