ETV Bharat / sports

ସୁପର ସନ୍‌ଣ୍ଡେ ସୁପର ଫାଇଟ: ଇତିହାସ ରଚିବା ଲକ୍ଷ୍ୟରେ ମେସି-ଜୋକଭିକ, ଇଂଲଣ୍ଡ - blockbuster Sunday

ବ୍ରାଜିଲ-ଆର୍ଜେଣ୍ଟିନା ମଧ୍ୟରେ କୋପା ଆମେରିକା ଫାଇନାଲ, ଇଂଲଣ୍ଡ ଓ ଇଟାଲି ମଧ୍ୟରେ Euro 2020 ଫାଇନାଲ, ୱିମ୍ବଲଡନ ପୁରୁଷ ଏକକ ଫାଇନାଲ ନୋଭାକ ଜୋକଭିକ ଓ ମାଟ୍ଟେଓ ବେରେଟିନଙ୍କ ମଧ୍ୟରେ ରହିଛି । ଅଧିକ ପଢନ୍ତୁ...

Messi, England, Djokovic eye history on blockbuster Sunday
ସୁପର ସନ୍‌ଣ୍ଡେ ସୁପର ଫାଇଟ: ଇତିହାସ ରଚିବା ଲକ୍ଷ୍ୟରେ ମେସି, ଜୋକଭିକ, ଇଂଲଣ୍ଡ
author img

By

Published : Jul 10, 2021, 10:38 PM IST

ନୂଆଦିଲ୍ଲୀ: କ୍ରୀଡାପ୍ରେମୀଙ୍କ ପାଇଁ ଖୁସିଖବର । ରବିବାର, ଜୁଲାଇ 11, ଏକ ବ୍ୟସ୍ତସୂଚୀର ଦିନ । ମୁକାବିଲା ଏପରି ରହିଛି ଯେ କ୍ରୀଡାପ୍ରେମୀ ପସନ୍ଦର ମ୍ୟାଚ ଦେଖିବା ଚୟନ କରିବା ମୁସ୍କିଲ ହୋଇଯିବ । କ୍ରୀଡା ଇତିହାସରେ ଏକାଧିକ ପ୍ରମୁଖ ଇଭେଣ୍ଟର ସାକ୍ଷୀ ପାଲଟିବେ ଦର୍ଶକ ।

ଫୁଟବଲ ଦୁନିଆର ମୁକୁଟ ବିହୀନ ସମ୍ରାଟ ଆର୍ଜେଣ୍ଟିନାର ଲିଓନେସ ମେସିଙ୍କ ପାଖରେ ଇତିହାସ ରଚିବାକୁ ସୁଯୋଗ ରହିଛି । ବିଶ୍ବ ଫୁଟବଲର ଅନ୍ୟତମ ମହାନତମ ଖେଳାଳି ଭାବେ ବିବେଚିତ ମେସି ବାର୍ସେଲୋନା କ୍ଳବ ପକ୍ଷରୁ ଖେଳି ଅନେକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି । ମାତ୍ର ନିଜ ଦେଶକୁ ଜାତୀୟ ଟିମ ଜର୍ସିରେ ନେତୃତ୍ବ ନେଇ ଅନ୍ତର୍ଜାତୀୟ ଟ୍ରଫି ଜିତାଇ ପାରିନାହାନ୍ତି । ଟିମରେ ମେସିଙ୍କ ଭଳି ଅଦ୍ବିତୀୟ ଖେଳାଳି ଥିଲେ ମଧ୍ୟ ଆର୍ଜେଣ୍ଟିନା 2007, 2015, 2016 ଓ 2014 ବିଶ୍ବକପ ଫାଇନାଲରେ ପରାଜୟର ମୁହଁ ଦେଖିଛି ।

ମେସିଙ୍କ ନେତୃତ୍ବରେ ରବିବାର ସକାଳେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବ୍ରାଜିଲ ସହ କୋପା ଆମେରିକା ଫାଇନାଲରେ ଐତିହାସିକ ରିଓ ଦେ ଜାନେଇରୋର ମାରାକାନା ଷ୍ଟାଡିୟମରେ ଲଢେଇ କରିବ ଆର୍ଜେଣ୍ଟିନା । ଏହି ମ୍ୟାଚ୍‌ ଭାରତୀୟ ସମୟ ଭୋର୍‌(ସକାଳ) 4.00ରୁ ଆରମ୍ଭ ହେବ ।

ଶେଷଥର କୋପା ଆମେରିକାରେ ଉଭୟ ବ୍ରାଜିଲ ଓ ଆର୍ଜେଣ୍ଟିନା ମଧ୍ୟରେ କଡା ମୁକାବିଲା ହୋଇଥିଲା ଓ ବ୍ରାଜିଲ ସେମିଫାଇନାଲ ମୁକାବିଲାରେ 2-0ରେ ବାଜିମାରି ନେଇଥିଲା ।

2016 କୋପା ଆମେରିକା ଫାଇନାଲ ମଧ୍ୟ ହାରିଥିଲା ଆର୍ଜେଣ୍ଟିନା । ଚିଲେ ବିପକ୍ଷରେ ଫାଇନାଲ ମ୍ୟାଚରେ ଏକ ପେନାଲିଟି ସୁଟ-ଆଉଟରେ ବିଫଳ ହେବାପରେ ଅବସର ଘୋଷଣା କରିଥିଲେ ।

ବଡ ଟୁର୍ଣ୍ଣାମେଣ୍ଟରେ ଜାତୀୟ ଦଳକୁ ଟ୍ରଫି ବିଜେତା ନ କରାଇପାରିବା ମେସିଙ୍କ ସାମ୍ନାରେ ବଡ ଆହ୍ବାନ ହୋଇଛି । ଏପରିକି ଜାତୀୟ ଟିମ ପ୍ରତି ତାଙ୍କର ପ୍ରତିବଦ୍ଧତା ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ଆର୍ଜେଣ୍ଟିନା ଫ୍ୟାନ୍ସ ।

ଅନ୍ୟପଟେ ପ୍ରତିଦ୍ବନ୍ଦ୍ବୀ ରୋନାଲ୍ଡୋ ଜାତୀୟ ଟିମ ପର୍ତ୍ତୁଗାଲକୁ ୟୁରୋପିଅନ ଚମ୍ପିଆନସିପ ବିଜୟୀ କରାଇଛନ୍ତି ।

କୋପା ଫାଇନାଲରୁ ଦିନର ଆରମ୍ଭ ହେବାକୁ ଥିବାବେଳେ, Euro 2020 ଫାଇନାଲ ଇଂଲଣ୍ଡ ଓ ଇଟାଲି ମଧ୍ୟରେ ଖେଳାଯିବ । 1966 ବିଶ୍ବକପ ପରେ ଫୁଟବଲରେ ପ୍ରଥମ ବଡ ଅନ୍ତର୍ଜାତୀୟ ଟ୍ରଫି

ଅପେକ୍ଷାରେ ରହିଛି ଇଂଲଣ୍ଡ । ଫଳରେ ୱିମ୍ବଲେ ଷ୍ଟାଡିୟମ ଲଣ୍ଡନରେ ଘରୋଇ ଦର୍ଶକଙ୍କ ସାମ୍ନାରେ ଇତିହାସ ରଚିବା ଲକ୍ଷ୍ୟରେ ରହିଛି ।

Euro ଇଭେଣ୍ଟର ଆୟୋଜନ ଇଂଲଣ୍ଡ କରୁଥିବା ସତ୍ତ୍ବେ, 1968 ଓ 1996 ସେମିଫାଇନାଲ ପ୍ରବେଶ ଶ୍ରେଷ୍ଠ ପ୍ରଦର୍ଶନ ରହିଛି । 2018 ବିଶ୍ବ କପ ସେମିଫାଇନାରେ ଇଂଲଣ୍ଡ କ୍ରୋଏସିଆ ଠାରୁ ପରାସ୍ତ ହେବାପରେ ଇଂଲିସ ଫ୍ୟାନ୍ସ ନିରାଶ ହେବାସହ ଏକ ଅନ୍ତର୍ଜାତୀୟ ଟ୍ରଫି ଅପେକ୍ଷାରେ ଉତ୍ସୁକତାର ସହ ରହିଛନ୍ତି ।

ଅନ୍ୟପଟେ ଇଟାଲି 1968 ସଂସ୍କରଣର Euro ବିଜେତା ରହିସାରିଛି ଓ 2000 ଓ 2012ରେ ରନର୍ସଅପ ରହିଛି । 2006ରେ ବିଶ୍ବ ଚମ୍ପିଆନ ମଧ୍ୟ ରହିଛନ୍ତି । Euro ଫାଇନାଲ ରବିବାର ବିଳମ୍ବିତ ରାତ୍ରି ଭାରତୀୟ ସମୟ 12.30(ସୋମବାର)ରୁ ଆରମ୍ଭ ହେବ ।

ଏହି ଦୁଇ ମେଗା ଫୁଟବଲ ଟୁର୍ଣ୍ଣାମେଣ୍ଟ ସହିତ ବିଶ୍ବ ଟେନିସର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ୱିମ୍ବଲଡନ ଫାଇନାଲ ମଧ୍ୟ ରହିଛି । ନୋଭାକ ଜୋକଭିକ ପୁରୁଷ ଏକକ ଫାଇନାଲରେ ମାଟ୍ଟେଓ ବେରେଟିନଙ୍କ ସହ ଲଢେଇ କରିବେ । 20ତମ ଗ୍ରାଣ୍ଡସ୍ଲାମ ଟାଇଟେଲ ସହ ରୋଜର ଫେଡେରରଙ୍କ ସହ ସମକକ୍ଷ ହେବା ଲକ୍ଷ୍ୟରେ ରହିଛନ୍ତି ଜୋକଭିକ ।

ବିଶ୍ବ ନମ୍ବର 1 ଜୋକଭିକ ପୂର୍ବରୁ 19ଟି ଗ୍ରାଣ୍ଡସ୍ଲାମ ଟାଇଟେଲ ବିଜୟୀ ହୋଇସାରିଛନ୍ତି ଅନ୍ୟପଟେ ପ୍ରତିଦ୍ବନ୍ଦ୍ବୀ ବେରେଟିନିଙ୍କ ଏହା ପ୍ରଥମ ଗ୍ରାଣ୍ଡସ୍ଲାମ ଫାଇନାଲ ।

ୱିମ୍ବଲଡନ ଫାଇନାଲ ସନ୍ଧ୍ୟାରେ ରହିଛି ।

ଫୁଟବଲ ଓ ଟେନିସ ବ୍ୟତୀତ କ୍ରିକେଟ ମ୍ୟାଚ ମଧ୍ୟ ରହିଛି ।

ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଟିମ ରବିବାର ରାତିରେ ଘରୋଇ ଟିମ ବିପକ୍ଷରେ ଦ୍ବିତୀୟ ଟି20 ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି ଭ୍ରମଣକାରୀ ଟିମ । ଏହି ମ୍ୟାଚ ଭାରତୀୟ ସମୟ ସନ୍ଧ୍ୟା 5.30ରୁ ଆରମ୍ଭ ହେବ ।

କାରବିୟନ ଗସ୍ତରେ ଥିବା ଅଷ୍ଟ୍ରେଲୀୟ ପୁରୁଷ ଟିମ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦ୍ବିତୀୟ ଟି20 ମ୍ୟାଚ ଖେଳିବ । ଦକ୍ଷିଣ ଆଫ୍ରିକା ଓ ଆୟରଲାଣ୍ଡ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ମଧ୍ୟ ଖେଳାଯିବ ।

ଇଭେଣ୍ଟ ସୂଚୀ:

କୋପା ଆମେରିକା ଫାଇନାଲ

ଆର୍ଜେଣ୍ଟିନା ବନାମ ବ୍ରାଜିଲ(ମାରକାନା ଷ୍ଟାଡିୟମ)

ୱିମ୍ବଲଡନ ଫାଇନାଲ

ନୋଭାକ ଜୋକଭିକ ବନାମ ମାଟ୍ଟେଓ ବେରେଟିନି(ସେଣ୍ଟର କୋର୍ଟ, ୱିମ୍ବଲଡନ , ଲଣ୍ଡନ)

Euro 2020 ଫାଇନାଲ

ଇଟାଲି ବନାମ ଇଂଲଣ୍ଡ(ୱିମ୍ବଲେ ଷ୍ଟାଡିୟମ ଲଣ୍ଡନ)

କ୍ରିକେଟ

ଭାରତୀୟ ମହିଳା ବନାମ ଇଂଲଣ୍ଡ ମହିଳା, ଦ୍ବିତୀୟ ଟି20 (ହୋଭ୍‌)

ଅଷ୍ଟ୍ରେଲିଆ ବନାମ ୱେଷ୍ଟଇଣ୍ଡିଜ, ଦ୍ବିତୀୟ ଟି20(ଲୁସିଆ)

ଦକ୍ଷିଣ ଆଫ୍ରିକା ବନାମ ଆୟରଲାଣ୍ଡ, ପ୍ରଥମ ଦିନିକିଆ(ଡବଲିନ)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.