ଅହମ୍ମଦାବାଦ: ଆଇପିଏଲର ଜୈବ ସୁରକ୍ଷା ବଳୟରୁ ବାହାରିଲେ ମ୍ୟାଚ ରେଫ୍ରୀ ମନୁ ନୟାର । ମା'ଙ୍କ ଦେହାନ୍ତ ଖବର ମିଳିବା ପରେ ଗୁରୁବାର ଅହମ୍ମଦାବାଦରେ ଆଇପିଏଲ ଛାଡିଛନ୍ତି ନୟାର ।
ମଙ୍ଗଳବାର ଶେଷଥର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ରେଫ୍ରୀ ରହିଥିଲେ ନୟାର । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା ଓ ରୋମାଞ୍ଚକର ମ୍ୟାଚରେ ଆରସିବି 1 ରନ୍ରେ ବିଜୟୀ ହୋଇଥିଲା ।
ଆଇପିଏଲର ଜୈବ ସୁରକ୍ଷା ବଳୟର ନିୟମ ଅନୁଯାୟୀ, ଥରେ ବାହାରକୁ ଆସିଲେ ପୁନର୍ବାର ଫେରିବା ପୂର୍ବରୁ କ୍ବାରେଣ୍ଟିନରେ ରହିବାକୁ ହେବ ।
ପୂର୍ବକୁ ଅମ୍ପାୟାର ନୀତିତ ମେନନ ମଧ୍ୟ ପରିବାର ସଦସ୍ୟ କୋଭିଡ-19 ପଜିଟିଭ ଚିହ୍ନଟ ହେବାପରେ ଇନ୍ଦୋରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜାଣିବା ପରେ ଆଇପିଏଲରୁ ବିରତି ନେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ